AFFILIATE MARKETING

https://binomo.com?a=90810425bb57&t=0

Friday, July 21, 2023

ମହାକାଶରେ ଆଉ ଏକ ପାଦ ଆଗେଇବାକୁ ପ୍ରସ୍ତୁତ ଇସ୍ରୋ, ମିଶନ ଗଗନାୟନର ଏସଏମପିଏସର ସଫଳ ପରୀକ୍ଷଣ

 ମହାକାଶରେ ଆଉ ଏକ ପାଦ ଆଗେଇବାକୁ ପ୍ରସ୍ତୁତ ଇସ୍ରୋ, ମିଶନ ଗଗନାୟନର ଏସଏମପିଏସର ସଫଳ ପରୀକ୍ଷଣ


 


ବେଙ୍ଗାଲୁରୁ,୨୦।୭: ଚନ୍ଦ୍ରୟାନ -୩ ର ସଫଳ ଉତକ୍ଷେପଣ ପରେ ଇସ୍ରୋ ଭାରତର ପ୍ରଥମ ମାନବ ମହାକାଶ ମିଶନ ଗଗନାୟନ-୨ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି। ଭାରତୀୟ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ(ଇସ୍ରୋ) ଗଗନାୟନ ସର୍ଭିସ ମଡ୍ୟୁଲ ପ୍ରପୁଲସନ ସିଷ୍ଟମ (ଏସଏମପିଏସ)କୁ ସଫଳତାର ସହ ପରୀକ୍ଷା କରିଛି । ମହେନ୍ଦ୍ରଗିରିର ଇସ୍ରୋ ପ୍ରପୁଲସନ କମ୍ପ୍ଲେକ୍ସ (ଆଇପିଆରସି)ରେ ଏହି ପରୀକ୍ଷା କରାଯାଇଥିଲା।


ଇସ୍ରୋ ଗୁରୁବାର ଟୁଇଟ କରି କହିଛି ଯେ ମହେନ୍ଦ୍ରଗିରିର ଆଇପିଆରସିରେ ଗଗନାୟନ ସର୍ଭିସ ମଡ୍ୟୁଲ ପ୍ରପୁଲସନ ସିଷ୍ଟମ (ଏସଏମପିଏସ) ସଫଳତାର ସହ ପରୀକ୍ଷା କରାଯାଇଛି। ଯାହା କକ୍ଷପଥ ମଡ୍ୟୁଲର ଆବଶ୍ୟକତା ପୂରଣ କରେ। ମହାକାଶରେ ଦେଶର ପ୍ରଥମ ମାନବ ମିଶନ ଗଗନାୟନ ଚଳିତ ବର୍ଷ ଆରମ୍ଭ ହୋଇପାରିବ। ଯାହାକୁ ନେଇ ସବୁ ସ୍ତରରେ ପରୀକ୍ଷଣ କରାଯାଉଛି।



No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...