AFFILIATE MARKETING

https://binomo.com?a=90810425bb57&t=0

Friday, July 14, 2023

ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ଚନ୍ଦ୍ରଯାନ-୩

 ମହାକାଶ ବିଜ୍ଞାନ କ୍ଷେତ୍ରରେ ଇତିହାସ ରଚିଲା ଭାରତ : ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ଚନ୍ଦ୍ରଯାନ-୩


 ଚନ୍ଦ୍ରକୁ ଉଡିଲା ଚନ୍ଦ୍ରଯାନ-୩ । ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ଚନ୍ଦ୍ରଯାନ-୩ । ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯାଇଛି । କୋଟି କୋଟି ଭାରତୀୟଙ୍କ ନଜର ଏହା ଉପରେ ରହିଛି । ଏହି ସଫଳ ମିଶନ ପାଇଁ ସମସ୍ତ ଆବଶ୍ୟକ ପାରାମିଟର ପୂରଣ ହୋଇଥିବାରୁ ଇସ୍ରୋର ମିଶନ ପ୍ରସ୍ତୁତି ସମୀକ୍ଷା କମିଟି ଉତକ୍ଷେପଣ ପାଇଁ ମଞ୍ଜୁରୀ ଦେଇଛି ।


କମିଟିର ଅନୁମୋଦନ ପରେ ଲଂଚ ପ୍ରାଧିକରଣର ବୋର୍ଡ ମଧ୍ୟ ଚନ୍ଦ୍ରଯାନ-୩ ମିଶନ ଆରମ୍ଭ କରିବାକୁ ଅନୁମତି ଦେଇଛି । ୨୦୧୯ ସେପ୍ଟେ୍ମ୍ବର ମାସରେ ଚନ୍ଦ୍ରଯାନ-୨ ପ୍ରେରଣ କରାଯାଇଥିଲା । ସବୁକିଛି ଠିକ୍ ଚାଲିଥିବା ବେଳେ ଚନ୍ଦ୍ରପୃଷ୍ଠକୁ ଛୁଇଁବାକୁ ମାତ୍ର ୪୦୦ ମିଟର ଥିବା ବେଳେ ଲ୍ୟାଣ୍ଡର ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ବେଗ ନିୟନ୍ତ୍ରଣ ହୋଇ ପାରିନଥିଲା । ଗତିପଥରେ ପରିବର୍ତନ ଓ ଦ୍ରୁତ ଗତି ଯୋଗୁଁ କ୍ରାସ ଲ୍ୟାଣ୍ଡିଂ କରିଥିଲା ଲ୍ୟାଣ୍ଡର । ଏହା ସହ ଭାରତର ଚନ୍ଦ୍ର ବିଜୟ ସ୍ୱପ୍ନ ମଧ୍ୟ ଚୁରମାର ହୋଇ ଯାଇଥିଲା । କିନ୍ତୁ ଭାରତ ପଛକୁ ନହଟି ଆରମ୍ଭ କରିଥିଲା ମିସନ ଚନ୍ଦ୍ରଯାନ-୩ । ଆଉ ଯଦି ଏଥର ଯଦି ଚନ୍ଦ୍ର ଅଭିଯାନ ସଫଳ ହେବ, ତାହେଲେ ଇତିହାସ ରଚିବ ଭାରତ ।


ଏଲଭିଏମ୍-୩ ଉପରେ ଏବେ ରହିଛି ସମସ୍ତଙ୍କ ନଜର । ୪୩ ଦଶମିକ ୫ ମିଟର ଏଲଭିଏମ୍-୩ ଲଞ୍ଚ ରକେଟ୍ ଚନ୍ଦ୍ରଯାନକୁ ପ୍ରଥମେ ଏକ ଅର୍ଦ୍ଧାବୃତାକାର ପୃଥିବୀ କକ୍ଷପଥକୁ ପଠାଇବ । ଏହା ପରେ ଚନ୍ଦ୍ରଯାନ ତାର ଗତିପଥରେ ଅଗ୍ରସର ହୋଇ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ନିର୍ଦ୍ଧାରିତ ସ୍ଥାନରେ ଅବତରଣ କରିବା ଆଶା କରାଯାଉଛି ।


‘ବାହୁବଳୀ’ ରକେଟ୍ ଏଲଭିଏମ୍

– ଏଲଭିଏମ୍-୩ ହେଉଛି ଏକ ହେଭି ଲିଫ୍ଟ ଲଞ୍ଚ ଭେହିକିଲ

– ଯାହା ମହାକାଶକୁ ଏକ ପେଲୋଡ୍ ପଠାଇବାର କ୍ଷମତା ପାଇଁ ପ୍ରସିଦ୍ଧ

– ଏହା ଇସ୍ରୋ ଦ୍ୱାରା ବିକଶିତ ସବୁଠାରୁ ଶକ୍ତିଶାଳୀ ରକେଟ୍

– ଏହି ଶ୍ରେଣୀର ରକେଟ୍ ଭିତରେ ଏହା ହେଉଛି ଅଦ୍ୱିତୀୟ

– ରକେଟ୍ ଗୁଡିକ ଭିତରେ ଏହା ‘ବାହୁବଳୀ’ ଭାବେ ଜଣାଶୁଣା

– ଏଲଭିଏମ୍-୩ ହେଉଛି ଏକ ତିନି ପର୍ଯ୍ୟାୟ ରକେଟ୍

– ଦୁଇଟି କଠିନ ଇନ୍ଧନ ବୁଷ୍ଟର ଓ ଏକ ତରଳ ଇନ୍ଧନ କୋରଷ୍ଟେଜ୍ରେ ସଜ୍ଜିତ

– କଠିନ ଇନ୍ଧନ ବୁଷ୍ଟର ଗୁଡିକ ପ୍ରାରମ୍ଭିକ ଥ୍ରଷ୍ଟ ପ୍ରଦାନ କରିଥାଏ

– ତରଳ ଇନ୍ଧନ କୋର ଷ୍ଟେଜ୍ ରକେଟକୁ କକ୍ଷପଥରେ ପ୍ରବେଶ ପାଇଁ ଶକ୍ତି ଦେଇଥାଏ

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...