AFFILIATE MARKETING

https://binomo.com?a=90810425bb57&t=0

Friday, July 21, 2023

୫ ହଜାର ଡାକ୍ତର ପଦବୀ ସୃଷ୍ଟି

 ୫ ହଜାର ଡାକ୍ତର ପଦବୀ ସୃଷ୍ଟି ,ଉପାନ୍ତ ଅଞ୍ଚଳରେ ଡାକ୍ତର ଅଭାବ ଦୂର ହେଵ





ଭୁବନେଶ୍ୱର : ସ୍ବାସ୍ଥ୍ୟ ବିଭାଗ ଓଡିଶା ମେଡିକାଲ ହେଲଥ ସର୍ଭିସ କ୍ୟାଡରର ୫୦୦୦ ଲିଭ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର(ଏଲଟିଆରଏମଓ) ଡାକ୍ତର ପଦବୀ ସୃଷ୍ଟି କରିଛନ୍ତି। ରାଜ୍ୟର ୧୧୦ ହସ୍ପିଟାଲ, ୧୦୧୬ ଡିସପେନସାରୀ ଓ ଅନ୍ୟ ସ୍ଥାନରେ ନିୟୁକ୍ତି ପାଇବେ। ଏହି ପଦବୀ ମଞ୍ଜୁର ପାଇଁ ଆକାଉଣ୍ଟ ଜେନେରାଲ ଏଜିଙ୍କୁ ଚିଠି ଲେଖି ଅନୁମତି ମାଗିଛନ୍ତି ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ଶାଳିନୀ ପଣ୍ଡିତ।


ଶ୍ରୀମତୀ ପଣ୍ଡିତ ଚିଠିରେ ଉଲ୍ଲେଖ କରିଛନ୍ତି, ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ନଜରରେ ରଖି ଉପାନ୍ତ ଅଞ୍ଚଳରେ ଡାକ୍ତର ଅଭାବ ପୂରଣ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଗଞ୍ଜାମ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ୬୫, ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ୬୪ ପଦବୀ ରହିଛି। ସେହିପରି କୋରାପୁଟ, କଳାହାଣ୍ଡି, ବାଲେଶ୍ବର, ବରଗଡ଼, ପୁରୀ ଓ କଟକ ଆଦି ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ୨୦ ଲେଖାଏଁ ପଦବୀ ରହିଛି। ଆଉ ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, ଢେ଼ଙ୍କାନାଳ, ଗଜପତି, ଜଗତସିଂହପୁର, ଯାଜପୁର, ଦେଵଗଡ଼, ଝାରସୁଗୁଡା, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ନୂଆପଡା, ରାୟଗଡା, ସମ୍ବଲପୁର ଓ ସୋନପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ୧୫ ଲେଖାଏଁ ପଦବୀ ରହିଛି। ଏହାବ୍ୟତୀତ ଆରଜିଏଚ ରାଉରକେଲାରେ ୪୫, କ୍ୟପିଟାଲ ହସ୍ପିଟାଲରେ ୩୫ ଓ ସୁନ୍ଦରଗଡରେ ୪୫ ପଦବି ରହିଛି। ଏହାଛଡା ୩୨ ଜିଲ୍ଲା ଉପଖଣ୍ଡ ହସ୍ପିଟାଲରେ ୧୫ ଲେଖାଏଁ ଏବଂ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ପଦବୀ ରହିଛି। ରାଜ୍ୟ ସରକାରଙ୍କ ସମସ୍ତଙ୍କ ହାତପାଆନ୍ତରେ ଗୁଣାତ୍ମକ ଓ ଅତ୍ୟାଧୁନିକ ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି। ପୂର୍ବରୁ ମଧ୍ୟ ୨୦୦୦ ଡାକ୍ତର ପଦବୀ ପାଇଁ ଅନୁମତି ମାଗିଥିଲେ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...