AFFILIATE MARKETING

https://binomo.com?a=90810425bb57&t=0

Wednesday, July 19, 2023

ଦାରିଦ୍ର୍ୟ ତାଲିକାରୁ ୧୩.୫ କୋଟି ବାଦ୍‌

 ଦାରିଦ୍ର୍ୟ ତାଲିକାରୁ ୧୩.୫ କୋଟି ବାଦ୍‌




 

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀ ସରକାରର ୫ ବର୍ଷ ଶାସନ ମଧ୍ୟରେ ଭାରତର ୧୩.୫ କୋଟି ଲୋକ ଗରିବ ସୀମା ରେଖାରୁ ବାହାରିଛନ୍ତି। ସୋମବାର ନୀତି ଆୟୋଗ ଏହି ତଥ୍ୟ ଜାରି କରିଛି। ନୀତି ଆୟୋଗ ପକ୍ଷରୁ ‘ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ଏକ ପ୍ରଗତି ସମୀକ୍ଷା ୨୦୨୩’ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ ୨୦୧୫-୧୬ ଠାରୁ ୨୦୧୯-୨୧ ମଧ୍ୟରେ ବହୁମୁଖୀ ଦାରିଦ୍ର୍ୟର ଶିକାର ହୋଇଥିବା ଲୋକଙ୍କ ସଂଖ୍ୟା ୨୪.୮୫ ରୁ ହ୍ରାସ ପାଇ ୧୭.୯୬ ପ୍ରତିଶତ ରହିଛି। ମୋଦୀଙ୍କ ଏହି ୫ ବର୍ଷ ଶାସନକାଳ ଭିତରେ ଗ୍ରାମୀଣ ଅଞ୍ଚଳରେ ଗରିବଙ୍କ ସଂଖ୍ୟା ୩୨.୫୯ ପ୍ରତିଶତରୁ ହ୍ରାସ ପାଇ ୧୯.୨୮ ପ୍ରତିଶତ ହୋଇଛି। ଏହି ଅବଧି ଭିତରେ ସହରାଞ୍ଚଳରେ ଦାରିଦ୍ର୍ୟ ୮.୬୫ ପ୍ରତିଶତରୁ ୫.୨୭ ପ୍ରତିଶତକୁ ଖସିଛି। ଦେଶର ସବୁ ରାଜ୍ୟ ଅପେକ୍ଷା ଉତ୍ତର ପ୍ରଦେଶରେ ଅଧିକ ଦାରିଦ୍ର୍ୟ ଦୂର ହୋଇଛି। ଏହି ଅବଧି ଭିତରେ ଉତ୍ତର ପ୍ରଦେଶରେ ୩.୪୩ ପ୍ରତିଶତ ଲୋକ ଗରିବ ସୀମା ରେଖାରୁ ବାହାରିଛନ୍ତି। ଉତ୍ତର ପ୍ରଦେଶ ପରେ ଯଥାକ୍ରମେ ବିହାର, ମଧ୍ୟ ପ୍ରଦେଶ, ଓଡ଼ିଶା ଓ ରାଜସ୍ଥାନ ଅଛନ୍ତି। ନୀତି ଆୟୋଗର ଏହି ତଥ୍ୟ ଅନୁଯାୟୀ, ପୁଷ୍ଟିକର ଖାଦ୍ୟରେ ଉନ୍ନତି, ଶିକ୍ଷାବର୍ଷରେ ବୃଦ୍ଧି, ପରିଷ୍କାର ପରିଚ୍ଛନ୍ନତା ଏବଂ ରନ୍ଧନ ଗ୍ୟାସର ଉପଲବ୍ଧତା ଦାରିଦ୍ର୍ୟ ହ୍ରାସ କରିବାରେ ସହାୟକ ହୋଇଛି। ୧୨ ଟି ସୂଚକାଙ୍କରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜୀବନଧାରଣର ମାନ ମାପ କରାଯାଇଥାଏ। ଏଥିମଧ୍ୟରେ ପୁଷ୍ଟିକର ଖାଦ୍ୟ, ଶିଶୁ ଏବଂ କିଶୋର ମୃତ୍ୟୁ, ମାତୃ ସ୍ୱାସ୍ଥ୍ୟ, ବିଦ୍ୟାଳୟର ବର୍ଷ, ବିଦ୍ୟାଳୟରେ ଉପସ୍ଥାନ, ରନ୍ଧନ ଗ୍ୟାସ, ପରିମଳ, ପାନୀୟ ଜଳ, ବିଦ୍ୟୁତ୍, ଗୃହ, ସମ୍ପତ୍ତି ଏବଂ ବ୍ୟାଙ୍କ ଖାତା ଅନ୍ତର୍ଭୁକ୍ତ। ଏହି ସବୁଗୁଡ଼ିକରେ ଉନ୍ନତି ଦେଖିବାକୁ ମିଳିଛି। ନୀତି ଆୟୋଗ କହିଛି ଯେ ପରିମଳ, ପୁଷ୍ଟିକର ଖାଦ୍ୟ, ରନ୍ଧନ ଗ୍ୟାସ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ବିଶୁଦ୍ଧ ପାନୀୟ ଜଳ ଏବଂ ବିଦ୍ୟୁତ୍ ଉପରେ ସରକାରଙ୍କ ମୁଖ୍ୟ ଧ୍ୟାନ ଦିଆଯାଇଛି। ଏହି କାରଣରୁ

ଦାରିଦ୍ର୍ୟ ହ୍ରାସ ଦିଗରେ ସଫଳତା ମିଳିଛି। ପୋଷଣ ଅଭିଯାନ ପରି ଉଚ୍ଚମାନର ଯୋଜନା ହେତୁ ଆବଶ୍ୟକ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଏହା ବ୍ୟତୀତ ସୌଭାଗ୍ୟ, ପ୍ରଧାନମନ୍ତ୍ରୀ ଆୱାସ ଯୋଜନା, ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଏବଂ ମୋଦୀ ସରକାରଙ୍କ ଅନ୍ୟାନ୍ୟ ଯୋଜନା ମଧ୍ୟ ଦେଶରେ ଦାରିଦ୍ର୍ୟ ହ୍ରାସ କରିଛି ବୋଲି ନୀତି ଆୟୋଗ କହିଛନ୍ତି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...