AFFILIATE MARKETING

https://binomo.com?a=90810425bb57&t=0

Thursday, July 13, 2023

ଅଡ଼ୁଆ ବଢ଼ାଇଲା ୨୦୧୬ ରାଫେଲ୍ ଚୁକ୍ତି

 ଅଡ଼ୁଆ ବଢ଼ାଇଲା ୨୦୧୬ ରାଫେଲ୍ ଚୁକ୍ତି


 


ନୂଆଦିଲ୍ଲୀ : ଭାରତ ଫ୍ରାନ୍ସ ଠାରୁ ନୂଆ ରାଫେଲ ବିମାନ କିଣିବାକୁ ଯାଉଥିବା ବେଳେ ଅଡ଼ୁଆ ବଢ଼ାଇଛି ପୁରୁଣା ଚୁକ୍ତି। ୨୦୧୬ରେ ହୋଇଥିବା ପୁରୁଣା ରାଫେଲ୍‌ ଚୁକ୍ତିରେ ଦୁର୍ନୀତି ଅଭିଯୋଗ ହୋଇଛି। ଏଥିପାଇଁ ଭାରତକୁ ନୋଟିସ୍ କରିଛନ୍ତି ଫାନ୍ସର ଏକ ମାଜିଷ୍ଟ୍ରେଟ୍ କୋର୍ଟ। ତଦନ୍ତରେ ସହଯୋଗ କରିବାକୁ କୋର୍ଟ କହିଛନ୍ତି । ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ରାନ୍ସ ଗସ୍ତ ସମୟରେ ୨୬ ନୂଆ ରାଫେଲ ଏମ୍‌ ନାଭାଲ ଜେଟ୍ କିଣିବା ନେଇ ଚୁକ୍ତି ହୋଇପାରେ ବୋଲି ସୂଚନା ମିଳିଛି । ଏହି ସମୟରେ ଦୁଇ ଦେଶ ମଧ୍ୟରେ ନୂଆ ଚୁକ୍ତି ହୋଇପାରେ। ୨୦୧୬ରେ ରାଫେଲ ଚୁକ୍ତିର ତଦନ୍ତ କରୁଛନ୍ତି ପ୍ୟାରିସ ମାଜିଷ୍ଟ୍ରେଟ୍‌ କୋର୍ଟ। ମାମଲାରେ ତଦନ୍ତ କରିବାକୁ ଭାରତକୁ ସେ ଏକ ଅନୁରୋଧ ପତ୍ର ପଠାଇଛନ୍ତି। ୨୦୧୬ ସେପ୍ଟେମ୍ବର ମାସରେ ଭାରତର ଏନ୍‌ଡିଏ ସରକାର ଫ୍ରାନ୍ସ କମ୍ପାନୀ ଡାସଲ୍ଟ ଏଭିଏସନ ଠାରୁ ୫୯ ହଜାର କୋଟି ଟଙ୍କା ବ୍ୟୟରେ ୩୬ ରାଫେଲ କିଣିବା ପାଇଁ ଚୁକ୍ତି କରିଥିଲେ। ହେଲେ ଏଥିରେ ଦୁର୍ନୀତି ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ଭାରତ ସରକାର ନିର୍ଦ୍ଦିଷ୍ଟ କମ୍ପାନୀ ପ୍ରତି ଅଗ୍ରହ ଦେଖାଇ ଚୁକ୍ତି କରିଛନ୍ତି ବୋଲି ଦଳ ଅଭିଯୋଗ କରିଥିଲେ। ଚୁକ୍ତି ପାଇଁ ଡାସଲ୍ଟ ଭାରତ ସ୍ଥିତ ବ୍ୟାପାର ମଧ୍ୟସ୍ଥତା ସଂସ୍ଥାକୁ କିଛି ନିୟୁତ ୟୁରୋ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା। ରାଫେଲ ଫାଇଟର ଏୟାର୍‌କ୍ରାଫ୍ଟ ନିର୍ମାଣ କରୁଥିବା ଡାସଲ୍ଟ ଏଭିଏସନ୍ କମ୍ପାନୀ ଭାରତୀୟ ବ୍ୟାପାର ମଧ୍ୟସ୍ଥ କମ୍ପାନୀକୁ ୭.୫ ନିୟୁତ ୟୁରୋ ଦେଇଥିଲା। ଚୁକ୍ତି ପାଇବା ପାଇଁ ୨୦୦୭ରୁ ୨୦୧୨ ମଧ୍ୟରେ ଏହି ରାଶି ଦିଆଯାଇଛି ବୋଲି ଦାବି କରାଯାଇଥିଲା। ଭାରତୀୟ ତଦନ୍ତକାରୀ ଏଜେନ୍ସି ଏହି ଦୁର୍ନୀତି ସମ୍ପର୍କରେ ୨୦୧୮ରେ ସମସ୍ତ ପ୍ରମାଣ ପାଇଥିଲା। ହେଲେ କୌଣସି ପଦକ୍ଷେପ ନେଇ ନାହିଁ। ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଥିଲେ ଡାସଲ୍ଟ କମ୍ପାନୀ ଓ ଭାରତ ସରକାର। ରାଫେଲ ଚୁକ୍ତିରେ କୌଣସି ଦୁର୍ନୀତି ହୋଇନି ବୋଲି ଉଭୟ କମ୍ପାନୀ ଓ ସରକାର କହିଥିଲେ। ଏନେଇ ସୁପ୍ରିମକୋର୍ଟଙ୍କ ନେତୃତ୍ୱରେ ତଦନ୍ତର ପରିଚାଳନା ହେଉ ବୋଲି ଏକ ଆବେଦନ ହୋଇଥିଲା। ହେଲେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଥିଲେ। ମାମଲାକୁ ଆଗକୁ ନେବା ପାଇଁ କୋର୍ଟ କୌଣସି ପ୍ରମାଣ ପାଉ ନାହାନ୍ତି ବୋଲି ସୁପ୍ରିମକୋର୍ଟ କହିଥିଲେ। ସୂଚନା ଥାଉକି; ଶେଷ ୩୬ ରାଫେଲ ବିମାନ ୨୦୨୨ ଡିସେମ୍ବର ମାସର ଭାରତ ଅଣାଯାଇଥିଲା। ଏବେ ପୁଣି ୨୬ଟି ନାଭାଲ୍ ଏୟାର୍‌କ୍ରାଫ୍ଟ ଆଣିବାକୁ ଚୁକ୍ତି ହେବ। ପାଖାପାଖି ୯୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ୨୬ ଏୟାରକ୍ରାଫ୍ଟ ମଧ୍ୟରୁ ୨୨ଟି ସିଙ୍ଗଲ ସିଟର ଏବଂ ୪ଟି ଡବଲ ସିଟର ଭର୍ସନ ଏୟାରକ୍ରାଫ୍ଟ ରହିଛି। ଭାରତୀୟ ନୌସେନା ପାଇଁ ବିମାନଗୁଡ଼ିକ ପ୍ରସ୍ତୁତ କରାଯାଇଛି। ନୌସେନାର ଏୟାରକ୍ରାଫ୍ଟ କ୍ୟାରିୟରରେ ଆଇଏନ୍‌ଏସ୍‌ ବିକ୍ରାନ୍ତ ଓ ଆଇଏନ୍‌ଏସ୍ ବିକ୍ରମାଦିତ୍ୟରେ ଏଗୁଡ଼ିକୁ ମୁତୟନ କରାଯିବ। ବର୍ତ୍ତମାନ ଏହି ଦୁଇଟି ଯୁଦ୍ଧ ଜାହାଜରେ ମିଗ୍-୨୯ ବିମାନ ଖଞ୍ଜାଯାଇଛି।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...