ଛବିରାଣୀ - ଏକ ସତ୍ୟ କାହାଣୀ।
ନାଁ ତାର ଛବିରାଣୀ ଘର ପଶ୍ଚିମବଙ୍ଗ ମେଦିନପୁର ଜାତିରେ ମୂଳନିବାସୀ। ଭାଇ ଥାଆନ୍ତି ପୁରୀର କୃଷ୍ଣବଳରାମପୁରର ଏକ ଆଶ୍ରମରେ କାର୍ଯ୍ୟରତ କର୍ମଚାରୀ। ଭଉଣୀ ଯାଇଥାଆନ୍ତି କିଛି ଦିନ ଭାଇ ପାଖରେ ରହିବା ପାଇଁ । ଆଉ ସେହି ଆଶ୍ରମରେ ରହୁଥାନ୍ତି ନବକିଶୋର ମହାପାତ୍ର। ଶିକ୍ଷା ଅଧ୍ୟୟନ କରିଥାନ୍ତି ସଂସ୍କୃତ ବିଶ୍ଵିଦ୍ୟାଳୟର ପୁରୀ ରେ। କିଛି ଦିନ ପରେ ପ୍ରେମ ସମ୍ପର୍କ ରେ ବାନ୍ଧିହେଲେ ନବକିଶୋର ଆଉ ଛବିରାଣୀ। ଦୁହିଁଙ୍କ ଭିତରେ ଗଢି ଉଠିଲାଏକ ସୁନ୍ଦର ସମ୍ପର୍କ। ଏହା ଭିତରେ ସରି ଯାଇଥାଏ ନବକିଶୋର ଙ୍କ ପାଠପଢା। ଏହା ପରେ ଦୁହେଁ ବିବାହ କରି ଫେରିଗଲେ ନବକିଶୋରଙ୍କ ଜନ୍ମ ମାଟି ଡିହ ସାହି ଜଗତସିଂହପୁରକୁ। ଆଉ ଆରମ୍ଭ କଲେ ସାମ୍ବାଦିକତା। ନିଆଁଖୁଣ୍ଟା ଓ କିଛି ସମ୍ବାଦପତ୍ର ସହିତ । କିଛି ଦିନ ବିତିଗଲା ପରେ ଦୁହେଁ ଗଲେ ବିରିଡ଼ି। ସେଠାରେ ପ୍ରେସ ଏଜେନ୍ସି କଲେ ତତ୍ ସହିତ ପ୍ରଗତିବାଦି , ଦୂର୍ମଖ ରେ କାର୍ଯ୍ୟ କଲେ ଆଉ ମଧ୍ୟ କିଛି ସାପ୍ତାହିକ ଛପାଇଲେ। ଆଉ ଆଖ ପାଖରେ ହେଉଥିବା ଦୁର୍ନୀତି ର ଗୁମର ଖୋଲିଲେ। ସ୍ଥାନୀୟ ପ୍ରତିନିଧି, ବିଡ଼ିଓ, ବ୍ଲକ ସଭାପତିଙ୍କ ଦୃଷ୍ଟି ପଡ଼ିଲା ନବକିଶୋର ଓ ଛବିରାଣୀଙ୍କ ଉପରେ। ଏବଂ ଛବିରାଣୀ ଆରମ୍ଭ କରିସାରିଥିଲେ ସାମ୍ବାଦିକତା। କିନ୍ତୁ ଦୁର୍ଭାଗ୍ୟ ବଶତଃ ସେ ଦୁହେଁ ରହୁଥିବା ଭଡ଼ାଘର ର ମାଲିକ ରାଜୁରାଓ ଦୋରା, ପେଶାରେ ସେ ଥିଲେ ସ୍ଥାନୀୟ କଣ୍ଟ୍ରୋଲ ଡିଲର। ଧିରେ ଧିରେ ଦମ୍ପତି ଦେଖନ୍ତି ରଜୁରାଓର କାରନାମା ଓ ଖୋଳନ୍ତି ଗୁମର। ଯେମିତି ସେଣ୍ଟର୍ ରେ ପାଉଁଶ ଚାଉଳରେ ଗୋଡି ଲାଞ୍ଚ ଇତ୍ୟାଦି।
ଖାଲି ସେତିକି ନୁହେଁ, ବିଡ଼ିଓ ର ରିଲିଫ୍ ହଡ଼ପ ଓ ବ୍ଲକ୍ ସଭାପତି ଦିବାକର ନାୟକ ଙ୍କ ଦୁର୍ନୀତି ସ୍ଥାନ ପାଇଲା ଦୂର୍ମୁଖ ଓ ପ୍ରଗତି ବାଦି ଭଳି ପ୍ରମୁଖ ଗଣମାଧ୍ୟମରେ। ଏହା ଭିତରେ ନବକିଶୋର ଓ ତାଙ୍କ ପତ୍ନୀ ଛବିରାଣୀଙ୍କ ପୁଅ ଡାନି ମଧ୍ୟ ଜନ୍ମ ନେଇସାରିଥାଏ।
ସେଦିନ ୧୯୮୦ ମସିହା ଅକ୍ଟୋବର ୩ ତାରିଖ। କଟକ ଦୂର୍ମୁଖ ଅଫିସ ରୁ ଡାକରା ଆସିଲା ଦମ୍ପତି ଙ୍କୁ। ସଖାଳୁ ଘରୁ ବାହାରୁ ବାହାରୁ କିଛି ଦୁର୍ବୃତ୍ତ ନବକିଶୋର ଙ୍କୁ ଧମକ ଚମକ୍ ଦେବା ସହିତ ମାଡ଼ ମଧ୍ୟ ମାରି ଉଠାଇ ନେଲେ ବ୍ଲକ୍ ଅଫିସ୍ କୁ।
ସେଠାରେ ଥିଲେ ବ୍ଲକ୍ ସଭାପତି ଦିବାକର ନାୟକ , ସମ୍ପାଦକ ନନ୍ଦ ମହାନ୍ତି ଓ ଡିଲର ରାଜୁରାଓ ମଧ୍ୟ। ଧମକ ଦେଲେ ଆଉ ଆମ ବିରୋଧରେ ଲେଖିଲେ ବିଗିଡି ରେ ରହିପାରିବୁନାହି।
ତା'ପରେ ନବକିଶୋର ଆସନ୍ତି ଘରକୁ। ଆଉ ପତ୍ନୀ ଛବିରାଣୀ ଓ ପୁଅ ଡାନି କୁ ଧରି ବିଲୁଆଖାଇ ନଈ କୂଳେ କୂଳେ ଚାଲନ୍ତି ନିଜ ଜନ୍ମମାଟି ଡିହସାହି କୁ। ହଟାତ୍ ଛବିରଣୀଙ୍କୁ ତାଙ୍କ ପଛେ ପଛେ କେହି ତାଙ୍କୁ ଗଡାଉଛନ୍ତି। ସେଥି ପାଇଁ ସେମାନେ କ୍ଷୀପ୍ର ଆଉ ଦୌଡ଼ିବାକୁ ଲାଗିଲେ।
ନବକିଶୋର ପୁଅ ଡାନି କୁ କାଖେଇଥାନ୍ତି। ନଈ ପୀଠରେ ବି ଚାଲିବା ବି ବହୁତ କଷ୍ଟ ହୋଇ ପଡୁଥାଏ। ଏତିକି ବେଳେ କ୍ଲାନ୍ତ ହୋଇ ତଳେ ପଡ଼ିଗଲେ ଛବିରାଣୀ।
ପଛରେ ଗୋଡାଉଥନ୍ତି ବିର ମଣିଆ, ବାବାଜୀ ମଣିଆ, ମାଧ ତନ୍ତୀ, ବାଗ ତନ୍ତୀ, କେଳୁ ଦାସ, ସୁର ପରିଡ଼ା, ନନ୍ଦ ମହାନ୍ତି, ରାଜୁ ଦୋର ଏମିତି କିଛି ଅସାମାଜିକ ବେକ୍ତି।
ଛବିରାଣୀ ଖାଲି କହୁଥାନ୍ତି " ମୋ ପୁଅ କୁ ବଞ୍ଚାଅ " ମୋ ପୁଅକୁ ନେଇ ତମେ ଏଠାରୁ ଚାଲିଯାଓ "।
କିନ୍ତୁ ରକ୍ତ ପିପାସୁ ଙ୍କ ପାଖରେ ସ୍ତ୍ରୀ ଙ୍କୁ ଛାଡି ଚାଲିଯିବାକୁ ନବକିଶୋରଙ୍କ ର ମନ ବଳୁନଥିଲା। ପୁଅ କୁ ବଞ୍ଚେଇବାକୁ ଯାଇ ନବକିଶୋର ଆଗକୁ ବଢ଼ି ଚାଲିବା ପାଇଁ ବାଧ୍ୟ ହେଲେ।
ଏକ ବୁଦା ମୂଳେ ଥାଇ ସେ ଯାହା ଦେଖିଲେ ତାହା ଥିଲା
ଅକଳ୍ପନୀୟ ।
ଚୋରା ମଦ ବେପାରୀ ବିର ମଣିଆ, ବାବାଜୀ ମଣିଆ, ବ୍ଲକ୍ ସଭାପତି ଦିବାକର ନାୟକ ପ୍ରମୁଖ ଘେରି ରହିଥାନ୍ତି ଛବିରାଣୀ ଙ୍କୁ। ମୋତେ ଛାଡ଼ି ଦିଅ ମୋତେ ଛାଡି ଦିଅ କହି ନିଜକୁ ଜଳାଞ୍ଜଳି ଦେଲେ କିଛି ଅସାମାଜିକ ଵେକ୍ତି ଙ୍କ ପାଖରେ।
ଛବିରାଣୀଙ୍କର କାକୁତି ମିନତି ବାଯୁ ନଥାଏ ଜହ୍ଲାଦ ଙ୍କ ର କାନରେ। କିନ୍ତୁ ବୁଦା ମୂଳେ ଲୁଚିଥିବା ସ୍ବାମୀ ଙ୍କ ର କାନ ପରଦା ଫଟାଇ ହୃଦୟର ପ୍ରତିଟି ଧମନୀକୁ ଟିକ୍ ଟିକ୍ କରି କାଟି ପକାଉଥାଏ। ସେ ଚାହିଁ କି ବି ଛବିରାଣୀ ଙ୍କୁ ପାଖକୁ ଯାଇ ପାରୁନଥାନ୍ତି କାରଣ ସାଥିରେ ଥାଏ ତାଙ୍କର କୋମଳ ମୋତି ଶିଶୁ ପୁତ୍ର। ବାପା ମା ଙ୍କ ପାଇଁ ପିଲା ର ଜୀବନ ଢେର୍ ଅଧିକ।
ଅନ୍ୟବାଟ ଦେଇ ନବକିଶୋର ପାଖ ଗାଁ କୁନ୍ଦୁରା ରେ ପହଞ୍ଚିଲେ। ଜଣେ ବନ୍ଧୁଙ୍କ ଘରେ ପୁଅ କୁ ଛାଡ଼ି ଗାଁ ମୁଖିଆ ଙ୍କୁ ସବୁ କଥା ଜଣେଇଲେ। ସଙ୍ଗେ ସଙ୍ଗେ ଗାଁ ର କିଛି ଯୁବକ ଙ୍କୁ ଧରି ବିଲୁଆ ଖାଇ ନଦୀ ପୀଠରେ ପହଞ୍ଚିଲେ ନବକିଶୋର। ସେଠାରେ ପହଞ୍ଚି ଯାହା ଦେଖିଲେ ସ୍ତବ୍ଧ କରିଦେବ ପ୍ରତିଟି ଓଡ଼ିଆଙ୍କୁ।
ବାଲି ପଠାରେ ପଡି ରହିଥିଲା ଛବିରାଣୀ ଙ୍କ ଅର୍ଦ୍ଧଲଗ୍ନ ମୃତ ଶରୀର। ମୁଣ୍ଡରୁ ପାଦ ଯାଏଁ ପ୍ରତି ଅଙ୍ଗ ରେ କ୍ଷତଚିହ୍ନ।
ଭାଙ୍ଗି ପଡ଼ିଥିଲା ବିବାହ ମଣ୍ଡପ ରେ ପିନ୍ଧିଥିବା ନାଲି ରଙ୍ଗର ଚୁଡି ଆଉ ଛିଣ୍ଡି ପଡ଼ିଥିଲା ମଙ୍ଗଳ ସୂତ୍ର।
ରକ୍ତ ଯୁଡୁ ବୁଡୁ ବାଲିକୁଦା ଜଣେଇ ଦେଉଥିଲା ସଭ୍ୟ ସମାଜକୁ ଛବିରାଣୀ ସହିତ ହୋଇଥିବା ପାଶବିକ ଅତ୍ୟାଚାର।
ମୃତୁଦୂତଙ୍କ ପାଖରୁ ନିଜକୁ ବଞ୍ଚାଇବାକୁ କେତେ ଯେ ସଂଘର୍ଷ କରିଥିଲା ତାହା ଜଣାଇ ଦେଉଥିଲା ବାଲିପଠା ରେ ଛବିରାଣୀ ଙ୍କ ହାତର ରାମ୍ପୁଡା । ବାଲି ହିଁ ଥିଲା ତାହାର ଏକ ମାତ୍ର ସାହାରା, ବାଲିକୁ ହିଁ ଅସ୍ତ୍ର କରି ଫିଙ୍ଗି ଚାଲିଥିଲା ଜହ୍ଲାଦ ଙ୍କ ଉପରକୁ ମୁଠା ମୁଠା ବାଲି। ଦୁଇ ଧାର ହୋଇ ବହି ଚାଲିଥାଏ ବିଲୁଆଖାଇ । ସେ ନଦୀ ନଥିଲା, ଥିଲା ଯେମିତି ଛବିରାଣୀ ଆଖିର ଦୁଇ ଧାର ଲୁହ।
ତାର ଖୋଲା ମୃତ ଦେହ ଦେଖି ସ୍ପଷ୍ଟ ହେଉଥିଲା ଯେ,
ଛବିରାଣୀ ଗଣଦୁଷ୍କର୍ମ ଓ ହତ୍ୟା ର ଶିକାର ହୋଇଛି।
କିଛି ସମୟ ପରେ ନବକିଶୋର ଚାଲିଲେ ପୋଲିସ୍ ଷ୍ଟେସନ୍ FIR ଦେବେ ପତ୍ନୀ ଙ୍କୁ ନ୍ୟାୟ ଦେବେ।
ହେଲେ ପୋଲିସ ତାଙ୍କ କଥା ଶୁଣିଲେ ନାହିଁ, ଆଗକୁ ଥାଏ ନିର୍ବାଚନ। ରାଜ୍ୟରେ ବଢିଲା ଗଣବଲାତ୍କର୍ ର ତାତି । ଜାଳି ଦିଆଗଲା ଦୁର୍ବୃତ୍ତ ଙ୍କ ଘର, ସରକାର ମୁଣ୍ଡ ନୁଆଁଇଲେ କିନ୍ତୁ ପୋଲିସ ରାଜନେତାଙ୍କ ସହାୟତା ରେ ଓଡ଼ିଶାର ହାଇକୋର୍ଟ ଦେଇପାରିଲାନି ଛବିରାଣୀ ଙ୍କୁ ନ୍ୟାୟ ଖସିଗଲେ ଦୁର୍ବୃତ୍ତ। କାରଣ ଥିଲା ଦୁର୍ବୃତ୍ତ ମାନେ ଥିଲେ ସେହି ରାଜନୈତିକ ଦଳର।
ଓ ଅକ୍ଟୋବର ୨୯ ରେ ପୁଣି ଉଠାଇନିଆଗଲା ନବକିଶୋରଙ୍କୁ ୫୦ ହଜାର ଟଙ୍କା ନେଇ କେସ ରଫା ଦଫା କରିବା ପାଇଁ, ସେ କଥା ବି ଗଣମାଧ୍ୟମରେ ପ୍ରକାଶ କରିଦେଲେ ନବକିଶୋର।
ଓଡ଼ିଶା ହାଇକୋର୍ଟ ର ରାୟ କୁ ଚାଲେଞ୍ଜ କଲେ ସୁପ୍ରମକୋର୍ଟରେ,
୨୦୦୨ ରେ ଦୀର୍ଘ ୨୨ ବର୍ଷ ପରେ ମିଳିଲା ଛବିରାଣୀ ଓ ନବକିଶୋରଙ୍କୁ ନ୍ୟାୟ, ସେତେବେଳକୁ ବଦଳି ଯାଇଥିଲା ସରକାର।
No comments:
Post a Comment