AFFILIATE MARKETING

https://binomo.com?a=90810425bb57&t=0

Tuesday, September 23, 2025

*ଶାରଦୀୟ ନବରାତ୍ରର ପ୍ରଥମ ଦିନ : ଜାଣନ୍ତ୍ରୁ ମା' ଶୈଳପୁତ୍ରୀଙ୍କ ସଂପର୍କରେ*

*ଶାରଦୀୟ ନବରାତ୍ରର ପ୍ରଥମ ଦିନ : ଜାଣନ୍ତ୍ରୁ ମା' ଶୈଳପୁତ୍ରୀଙ୍କ ସଂପର୍କରେ*
ଓଡ଼ିଶା ସମେତ ସାରାଦେଶରେ ଆରମ୍ଭ ହୋଇଛି ନବରାତ୍ର ବା ନବଦିନାତ୍ମକ ଶକ୍ତି ପୂଜା । ନବରାତ୍ରର ନଦଦିନରେ ମା’ଙ୍କର ନଅଟି ସ୍ୱରୂପର ଆରାଧନା କରାଯାଏ । ପ୍ରଥମ ଦିନରେ ଭଗବତୀ ଆଦ୍ୟାଶକ୍ତିଙ୍କୁ ଆବାହନ କରାଯାଏ ମା’ ଶୈଳପୁତ୍ରୀ ରୂପରେ ।

 ଶାରଦୀୟ ନବରାତ୍ରର ପ୍ରଥମ ଦିନ : ଜାଣନ୍ତ୍ରୁ ମା' ଶୈଳପୁତ୍ରୀଙ୍କ ସଂପର୍କରେ
ଆଶ୍ୱିନର ଶରତ ସକାଳରେ ଧରଣୀ ହୋଇଛି ପୁଲକିତ । ଗୃହଠାରୁ ଦେବାଳୟ ପର୍ଯ୍ୟନ୍ତ ସବୁଠାରେ ଜ୍ୟୋତିର୍ମୟୀ ଜଗନ୍ମାତାଙ୍କ ଆଗମନର ପଦଧ୍ୱନି । ଓଡ଼ିଶା ସମେତ ସାରାଦେଶରେ ଆରମ୍ଭ ହୋଇଛି ନବରାତ୍ର ବା ନବଦିନାତ୍ମକ ଶକ୍ତି ପୂଜା । ନବରାତ୍ରର ନଦଦିନରେ ମା’ଙ୍କର ନଅଟି ସ୍ୱରୂପର ଆରାଧନା କରାଯାଏ । ପ୍ରଥମ ଦିନରେ ଭଗବତୀ ଆଦ୍ୟାଶକ୍ତିଙ୍କୁ ଆବାହନ କରାଯାଏ ମା’ ଶୈଳପୁତ୍ରୀ ରୂପରେ ।


ଶୈଳପୁତ୍ରୀ ବା ଗିରିରାଜ ହିମାଳୟଙ୍କର କନ୍ୟା ହେଉଛନ୍ତି ମା’ ପାର୍ବତୀ । ଦକ୍ଷ ପ୍ରଜାପତିଙ୍କ ଯଜ୍ଞରେ ମା’ ସତୀଙ୍କର ଆତ୍ମାହୁତି ପରେ ପୁଣିଥରେ ଜନ୍ମ ନିଅନ୍ତି ହିମାଳୟ କନ୍ୟା ଭାବରେ ଓ କଠୋର ତପ ପରେ ଶ୍ରୀ ଶିବଙ୍କୁ ପୂନର୍ବାର ପତି ରୂପେ ପାଆନ୍ତି । ଶୈଳପୁତ୍ରୀ ଭାବେ ମା’ ପାର୍ବତୀଙ୍କୁ ହିଁ ଉପାସନା କରାଯାଏ । ସେ ଦ୍ୱି ଭୂଜା ଗୋଟିଏ ହସ୍ତରେ ତ୍ରିଶୂଳ ଓ ଅନ୍ୟହସ୍ତରେ ପଦ୍ମ ଧରିଥାନ୍ତି , ବୃଷବାହନା ଓ ସର୍ବଦା ପ୍ରସନ୍ନ ଚିତ୍ତା । ସେ ହେଉଛନ୍ତି ତ୍ରିଦେବ ବ୍ରହ୍ମା-ବିଷ୍ଣ ଓ ମହେଶଙ୍କ ମୂଳ ଶକ୍ତି ସ୍ୱରୂପା । ମା ଶୈଳପୁତ୍ରୀ ସାଧକର ସମସ୍ତ ଭୌତିକ ଓ ଆଧ୍ୟାତ୍ମିକ ମନୋସ୍କାମନା ପୂରଣ କରନ୍ତି । ଯୋଗ ଦୃଷ୍ଟିକୋଣରୁ ନବରାତ୍ରର ପ୍ରଥମ ଦିନ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ପ୍ରଥମ ଦିନରୁ ହିଁ ସାଧକ ମା ଶୈଳପୁତ୍ରୀଙ୍କ ଆରାଧନା ସହ ଉଚ୍ଚତର ସିଦ୍ଧି ଅଭିମୁଖେ ଅଗ୍ରସର ହୁଏ । ମାଦ ଯୋଗରେ ମା’ ଶୈଳପୁତ୍ରୀଙ୍କୁ ମୂଳାଧାରଚକ୍ର ସହ ତୁଳନା କରାଯାଇଛି । ସାଧକ ମୂଳାଧାର ଚକ୍ରରୁ ସାଧନା ଆରମ୍ଭ କରି ସର୍ବୋଚ୍ଚ ପର୍ଯ୍ୟାୟ ସହସ୍ରାରଚକ୍ର ପର୍ଯ୍ୟନ୍ତ ଗତି କରିଥାଏ । ଭାରତରେ ବାରାଣାସୀରେ ମାତା ଶୈଳପୁତ୍ରୀଙ୍କ ମନ୍ଦିର ଅଛି । 

ଧ୍ୟାନ- 
“ବନ୍ଦେ ବାଞ୍ଛିତ ଲାଭାୟ ଚନ୍ଦାର୍ଧକୃତ ଶେଖରାମ ।
 ବୃଷାରୂଢାଂ ଶୂଳଧରାଂ ଶୈଳପୁତ୍ରୀ ଯଶସ୍ୱିନୀ

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...