AFFILIATE MARKETING

https://binomo.com?a=90810425bb57&t=0

Wednesday, September 10, 2025

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେପି ଓଲିଦେଶ ଛାଡ଼ି ପଳାଇଲେ

କାଠମାଣ୍ଡୁ, ୯/୯: ମଙ୍ଗଳବାର ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପଦରୁ ଇସ୍ତଫା ଦେଇଛନ୍ତି। ଏ ନେଇ ତାଙ୍କ ସହଯୋଗୀ ପ୍ରକାଶ ସିଲୱାଲ ନିଶ୍ଚିତ କରିଛନ୍ତି। ସେନା ମୁଖ୍ୟଙ୍କ ପରାମର୍ଶକ୍ରମେ ସେ ପଦରୁ ଇସ୍ତଫା ଦେଇଛନ୍ତି। ଏଥି ସହ ସେ ଦେଶ ଛାଡି ପଳାଇଥିବା ମଧ୍ୟ ସୂଚନା ମିଳିଛି। ସେନା ହେଲିକପ୍ଟର ସହାୟତାରେ ତାଙ୍କୁ କୌଣସି ଅଜ୍ଞାତ ସ୍ଥାନକୁ ନେଇ ଯାଇଥିବାର ସୂଚନା ମିଳିଛି।

ଇସ୍ତଫା ଦେବାର କିଛି ଘଣ୍ଟା ପୂର୍ବରୁ, ଓଲି ବିକ୍ଷୋଭକାରୀମାନଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଥିଲେ। ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ପରାମର୍ଶ ଦେଇଥିଲେ। ଏଥି ସହ ସଙ୍କଟର ସମାଧାନ ପାଇଁ ସନ୍ଧ୍ୟା ୬ଟାରେ ସର୍ବଦଳୀୟ ବୈଠକ ଘୋଷଣା ମଧ୍ୟ କରିଥିଲେ।

ଇସ୍ତଫା ଦେବା ପୂର୍ବରୁ ଓଲି ନେପାଳ ସେନା ମୁଖ୍ୟ ଜେନେରାଲ ଅଶୋକ ରାଜ ସିଗଡେଲଙ୍କ ପରାମର୍ଶ ଲୋଡ଼ିଥିଲେ। ସେନା ମୁଖ୍ୟ ତାଙ୍କୁ ପରାମର୍ଶ ଦେଇଥିଲେ ଯେ, ଯଦି ସେ କ୍ଷମତା ଛାଡିଦିଅନ୍ତି ତେବେ ସାମରିକ ବାହିନୀ ଦ୍ୱାରା ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇ ପାରିବ।


ନେପାଳର ରାଜଧାନୀ କାଠମାଣ୍ଡୁରେ ଅନିଶ୍ଚିତ କାଳ ପାଇଁ କର୍ଫ୍ୟୁ ଲାଗୁ ହେବା ପରେ ମଧ୍ୟ ହିଂସା ଜାରି ରହିଛି। ବିକ୍ଷୋଭକାରୀମାନେ ବିଭିନ୍ନ ମନ୍ତ୍ରୀ ଓ ନେତାଙ୍କ ଘର ଜାଳି ଦେଇଛନ୍ତି। ପ୍ରଦର୍ଶନକାରୀମାନେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଓ ପ୍ରଧାନମନ୍ତ୍ରୀ ଓଲିଙ୍କ ପୈତୃକ ବାସଭବନରେ ନିଆଁ ଲଗାଇ ଦେବା ସହ ଅନେକ ଭଙ୍ଗାରୁଜା କରିଛନ୍ତି। ଏହା ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ, ଶେର ବହାଦୁର ଦେଉବା, ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକ ଓ ସଂଚାର ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଙ୍ଗଙ୍କ ଘରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି।

ପରିସ୍ଥିତି ଏପରି ହୋଇଛି ଯେ, ତ୍ରିଭୁବନ ଆନ୍ତର୍ଜାତୀୟ ବିମାନବନ୍ଦରରୁ ଓ ବିମାନବନ୍ଦରକୁ ଉଡାଣ ବନ୍ଦ ହୋଇଛି। ଅନିର୍ଦ୍ଦିଷ୍ଟ କାଳ ପାଇଁ ଉଡାଣ ବନ୍ଦ କରାଯାଇଛି।

ସୂଚନାଯୋଗ୍ୟ, ସୋସିଆଲ ମିଡିଆ ବ୍ୟାନକୁ ବିରୋଧ କରି ନେପାଳରେ Zen-Z ବର୍ଗର ବ୍ୟକ୍ତିବିଶେଷମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସୁରକ୍ଷାକର୍ମୀ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପାଣି ମାଡ କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲେ। ବୁଲେଟ ଗୁଳି ଚାଳନା କରିଥିଲେ। ଏଥିରେ ୧୯ ଜଣଙ୍କର ମୃତ୍ୟୁ ହେବା ସହ ୩୦୦ରୁ ଅଧିକ ଆହତ ହୋଇଥିଲେ।

ତେବେ ଗତ କାଲି ରାତିରେ ଓଲି ସରକାର ସୋସିଆଲ ମିଡିଆ ଉପରେ ବ୍ୟାନକୁ ହଟାଇଥିଲେ ମଧ୍ୟ ବିକ୍ଷୋଭକାରୀମାନେ ଶାନ୍ତ ହୋଇନଥିଲେ। କିଛି ମନ୍ତ୍ରୀ, ସାଂସଦ ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆନ୍ଦୋଳନ ଜାରି ରଖିଥିଲେ।

No comments:

COASTAL NEWS

ବର୍ତ୍ତମାନ ସନ୍ଧ୍ୟାର ମୁଖ୍ଯ ଖବର

ବର୍ତ୍ତମାନ ସନ୍ଧ୍ୟାର ମୁଖ୍ଯ ଖବର ୧୪/୦୯/୨୦୨୫,ରବିବାର🌼 *ଶାରଦୀୟ ପାର୍ବଣରେ ଶ୍ରୀମନ୍ଦିରରେ ବିମଳା ମନ୍ଦିରରେ ଆରମ୍ଭ ହୋଇଛି ସହସ୍ରାକୁମ୍ଭାଭିଷେକ ଓ ଷୋ...