*ସଂସାରର ଜଣେ ସାଧାରଣ ସ୍ୱାମୀର ଧର୍ମପତ୍ନୀଟିର ଅନ୍ତିମ ବିଦାୟ ସମୟରେ ଦେହଛାଡିଥିବା 'ଆତ୍ମା' ର ଏକ ନିଷ୍ଠୁର ଆତ୍ମନିବେଦନ ....*
••••••••••••••••••••••••••••••••••
( ନିଶ୍ଚିତ ଥରେ ପଢନ୍ତୁ )
ଯଦି ପତ୍ନୀ ଅଛି ତ ଦୁନିଆର ସବୁକିଛି ଅଛି। ରାଜା ପରି ଜୀବନଟା ବିତେଇ ହେବ। ମୁଣ୍ଡ ଉଚ୍ଚା କରି ଚାଲି ହେବ। ଆପଣ ଙ୍କର ସମସ୍ତ ସୁବିଧା ଅସୁବିଧା, ଅବାଞ୍ଛିତ ପ୍ରଳାପ,ଆଉ ବିନା କାରଣରେ କ୍ରୋଧକୁ, ଧର୍ମପତ୍ନୀ ହିଁ, ସମ୍ଭାଳି ଥାଏ। ତୁମ ସୁଖରେ ସୁଖୀ, ତୁମ ଦୁଃଖରେ ଦୁଃଖୀ,କେବଳ ପତ୍ନୀ ହିଁ ହୋଇଥାଏ।
ଚା' ଆଣ, ପାଣି ଆଣ, ଖାଇବା ଆଣ, ବିଛଣା ବିଛାଅ, ଇଏ ଏମିତି ହେଲା, ସିଏ ସେମିତି ହେଲା । କେବେ ମୁଣ୍ଡରେ ବୁଦ୍ଧି ପଶିବ ? ତୁମର ଟିକେ କାଣ୍ଡ ଜ୍ଞାନ ନାହିଁ ?ଏମିତି ଅନେକ ସମାଲୋଚନା, ଅସଂଖ୍ୟ ତିରସ୍କାର ସହ୍ୟ କରି
ସେ ହସୁଥାଏ ନିରନ୍ତର.....
ରାଗୁଥାଏ ବି ନିରନ୍ତର.....
ଆପଣଙ୍କ ପାଖରେ ବୁଦ୍ଧି ଅଛି। ହେଲେ ତାଙ୍କ ଉପସ୍ଥିତ କାରଣରୁ, ଆପଣ ଜୀବିତ ଅଛନ୍ତି । ନଚେତ ଦୁନିଆରେ, ଆପଣଙ୍କୁ କେହି ପଚାରି ନଥାଆନ୍ତେ !!
ଏବେ ଧ୍ୟାନ ଦେଇ
ଏହି ସ୍ଥିତିକୁ ଟିକେ କଳ୍ପନା କରନ୍ତୁ :-
( ଏହା ବାସ୍ତବତା ହେଲେ ବି ଏକ କାଳ୍ପନିକ ଆଳାପର ଅଂଶବିଶେଷ ବୋଲି ବିବେଚନା କରିବେ ...)
ମନେକରାଯାଉ~
ଦିନେ ରାତିରେ ପତ୍ନୀଙ୍କ ଅଚାନକ ଦେହାନ୍ତ ହୋଇଗଲା।
ଘର ଭିତରୁ କାନ୍ଦଣା ଶବ୍ଦ ଶୁଭୁଛି, ଗାଁ ସାହି ପଡିଶା ସମସ୍ତେ, ପତ୍ନୀର ଅନ୍ତିମ ଦର୍ଶନ କରୁଛନ୍ତି । ଏହି ସମୟରେ ପତ୍ନୀର ଆତ୍ମା ଯାଉ ଯାଉ ଯାହା କହୁଛି (*ଏହା ତାର ଏକ ବର୍ଣ୍ଣନା ମାତ୍ର*) :-
ମୁଁ ଏବେ ଯାଉଛି,
ଏ ଜନ୍ମରେ ଆଉ କେବେ ଭେଟ ହେବନାହିଁ ~
ମୁଁ ଏବେ ଯାଉଅଛି ତମକୁ ଛାଡି
ସବୁ ଦିନ ପାଇଁ....
ଯେଉଁ ଦିନ ବିବାହ ବେଦିରେ
ସାତ ଫେରା ନେଇଥିଲେ
ସେହି ସମୟରେ କଥା ଦେଇ ଥିଲ~
ଆମେ ସାତ ଜନ୍ମ ସାଥି ହୋଇ ରହିବା ।
ହେଲେ ମୋତେ ଆଗ ଯିବାକୁ ପଡିବ ବୋଲି
ଜଣା ନଥିଲା !
ହେଲେ ମୋତେ ଯିବାକୁ ଦିଅ !!
ନିଜର ଘର ଅଗଣାରେ ନିଜ ଶରୀର ଛାଡି ଯାଉଛି। ବହୁତ କଷ୍ଟ ଲାଗୁଛି ମୋତେ। କିନ୍ତୁ, ମୁଁ ଅସହାୟ, ନିରୁପାୟ,
ମୁଁ ଏବେ ଯାଉଛି ଆରପାରିକୁ...।
ମୋ ମନ ମାନୁନାହିଁ ।
ହେଲେ ମୁଁ କିଛି କରିପାରୁ ନାହିଁ ।
*ତେଣୁ ମୋତେ ଯିବାକୁ ଦିଅ !!*
ହଁ, ମନ ସୁଦୃଢ କରିବ। ଖାମଖିଆଲି ହେବ ନାହିଁ ।
*ମୋତେ ଏବେ ଯିବାକୁ ଦିଅ !*
ଯାହାର ଜନ୍ମ ହୋଇଛି, ତାର ମୃତ୍ୟୁ ସୁନିଶ୍ଚିତ।
ଧୀରେ ଧୀରେ ମୋତେ ଭୁଲି ଯିବ। ମୋ ଉପରେ ଯେତେ ରାଗିଛ; ମୋତେ ଯେତିକି ଗାଳି ଦେଇଛ ; ମନେପକାଇବନି ଆଉ କେବେ~
ମୋତେ ଆଉ ସବୁଦିନ ରାତିରେ ମନେ ପକାଇ କାନ୍ଦିବ ନାହିଁ ।
ପୁଣି କାମରେ ବ୍ୟସ୍ତ ହେଇଯିବ।
ମୋ ବିନା, ବଞ୍ଚିବାର ଅଭ୍ୟାସ
କରି ନେବ !! ଭାବିଵ ମୁଁ ତମ ସହିତ ସେଇ ଘରେ ଅଛି !
ତମ ବାରିରେ ହିଁ ଅଛି_
ମୋ ବିନା ସେ ଘରେ ତ ଆଉ ତମ ପାଖରେ କେହି ନଥିବେ~
ଏକୁଟିଆ କେମିତି ଚଳିବ ତମେ ?
*ମୋତେ ଯିବାକୁ ଦିଅ !*
ଏ ଜୀବନରେ, ମୋ କଥା କେବେବି ଦିନେ ମାନି ନାହଁ !
ଏବେ ଜିଦ୍ ଛାଡି, ରାଗ ଛାଡି
ସମସ୍ତଙ୍କ ସହିତ ସବୁ ଦୁଃଖ ସୁଖକୁ ନେଇ ଚଳିବ !
ତମକୁ, ଏକୁଟିଆ ଛାଡି,ମୋତେ ଯିବାକୁ ବହୁତ ଚିନ୍ତା ଘାରୁଛି।
କିନ୍ତୁ ମୁଁ ଅସହାୟ ..... ଉପାୟଶୂନ୍ୟ !
*ମୋତେ ଯିବାକୁ ଦିଅ !!*
ତମେ ହାର୍ଟ୍ ପେସେଣ୍ଟ !
ତେଣୁ
ସବୁବେଳେ ହୁସିଆର ରହିବ
କାହା ଉପରେ ବେଶି ରାଗିବ ନାହିଁ !
ସକାଳୁ ଉଠି ସବୁ ଦିନ morning walk ରେ ଯିବ।ମନେକରି ଠିକ୍ ସମୟରେ ସବୁ ଔଷଧ ଖାଇ ନେବ।
ଡାକ୍ତର ପାଖରେ ନିୟମିତ ଚେକ୍ ଅପ୍ କରିବ ତମ ହାର୍ଟ !
ତମେ ତ ଚା' ପିଅନା
ସେ ଅଭ୍ୟାସ ବି ଆଉ କରିବନି !
ମୋ ପୁଅ ବୋହୂ ଦୁହିଁଙ୍କ ଉପରେ ଜମା ରାଗିବ ନାହିଁ ।
ଏବେ ମୁଁ ନାହିଁ~
ଏକଥା ମନେ ରଖି ଚଳିବ ।
*ମୋତେ ଯିବାକୁ ଦିଅ !*
ତମେ ମୋତେ ଅନେକ ଥର କହିଛ - *କେହି କିଛି କହିଲେ ସବୁ ସହିଯିବ* ତେଣୁ, ପୁଅ ଆଉ ବୋହୂ କିଛି କହିଲେ ଚୁପଚାପ ଶୁଣି ନେବ।
କେବେ ରାଗିବ ନାହିଁ।
ସବୁବେଳେ ହସି ହସି କଥା ହେବ।
ମନ ଦୁଃଖ କରିବ ନାହିଁ ।
*ମୋତେ ଯିବାକୁ ଦିଅ !*
ଏବେ, ସବୁଦିନ ସନ୍ଧ୍ୟାରେ ଭଜନରେ ବସିବ । ଧାର୍ମିକ ଜୀବନ ଆପଣାଇବ।
ଯଦି ମୋ କଥା କେବେ ମନେ ପଡିବ ତ ଚୁପଚାପ କାନ୍ଦି ନେବ।
କିନ୍ତୁ କେବେ ଭାଙ୍ଗି ପଡିବ ନାହିଁ ।
*ମୋତେ ଯିବାକୁ ଦିଅ !*
ମୋ ରୁମାଲ କାହିଁ,
ମୋ ଚାବି କାହିଁ,
ମୋ ବ୍ୟାଗ କାହିଁ ?
ଖବରକାଗଜ କାହିଁ?
ଟାଇନିଂ ଟେବୁଲ୍ ରୁ ମୋ ବହି କାହିଁ ~
ଏବେ ଆଉ ଚିଲ୍ଲାଇବ ନାହିଁ।
ସବୁକିଛି ଯଥା ସ୍ଥାନରେ ରଖିବ।
ଆଉ ମନେ ପକାଇ ସବୁ କାମ କରିବ।
ସକାଳେ ସନ୍ଧ୍ୟା ରେ
ନିୟମିତ ଔଷଧ ଖାଇ ନେବ। ରାଗ ରୁଷା କରିବ ନାହିଁ ।
ମୋର ଅନୁପସ୍ଥିତି ବାଧିବ। ହେଲେ ମନ ଦୁର୍ବଳ କରିବ ନାହିଁ ।
*ମୋତେ ଯିବାକୁ ଦିଅ !*
ବୁଢା ହେଇଗଲେ,
ବାଡିର ସାହାରା ନେବ।
ଧିରେ ଧିରେ ଚାଲିବ।
ଯଦି ବେମାର ହେଇ ଯାଅ,
ଯଦି ବିଛଣାରେ ପଡି ରୁହ,
ଅନ୍ୟର ସେବା, ତୁମକୁ ପସନ୍ଦ
ଆସିବ ନାହିଁ,
ମୋ କଥା ମନେ ପଡିବ।
ହେଲେ ମୁଁ ନଥିବି ।
ଭଗବାନ କରନ୍ତୁ,
ତୁମ ଗୋଡହାତ ଚାଲୁଥିଲା ବେଳେ ଜୀବନ ଚାଲିଯାଉ ।
*ମୋତେ ଯିବାକୁ ଦିଅ*
ରାତିରେ ବିଛଣାକୁ ଯିବା ପୂର୍ବରୁ,ପାଣି ବୋତଲଟିଏ ମାଗି ନେବ। ଶୋଷ ଲାଗିଲେ ପିଇ ନେବ। ପାଖରେ ଟର୍ଚ୍ଚ ରଖିଥିବ।
ରାତିରେ ଦରକାର ପଡି ପାରେ। ସବୁକଥା ଧ୍ୟାନ ରଖିବ ।
*ମୋତେ ଯିବାକୁ ଦିଅ !*
ଆମ ପରିବାରକୁ, ଈଶ୍ଵର ଫୁଲ ପରି ୨ ଟି ପୁଅ ଦେଇଛନ୍ତି ।
ବଡକୁ ଭଗବାନ ବହୁତ ବହୁତ ତ ଦେଇଛନ୍ତି;
ସାନକୁ ଟିକେ ବେଶି ଦେଖିବ-
ପିଲାମାନଙ୍କ ଉପରେ ରାଗିବନି ଜମା~
*ମୋତେ ଯିବାକୁ ଦିଅ !*
"ଉଠ ସକାଳ ହେଲାଣି ",
ଏବେ ଆଉ କେହି କହିବେ ନାହିଁ ।
ଆପେ ଆପେ ଉଠିବା ଅଭ୍ୟାସ କରି ନେବ।
କାହାର ପ୍ରତୀକ୍ଷା କରିବ ନାହିଁ।
*ମୋତେ ଯିବାକୁ ଦିଅ !*
ଆଉ ହଁ....
ଗୋଟିଏ କଥା ତୁମକୁ ଲୁଚାଇ ଥିଲି__
ମୋତେ କ୍ଷମା କରିଦେବ--
ତମକୁ ନ'ପଚାରି, ପାଖ ପୋଷ୍ଟ ଅଫିସ ରେ,କିଛି ଟଙ୍କା ଜମା ରଖିଥିଲି।
ଏଥିରୁ କିଛି ଦୁଇ ବୋହୂକୁ
ଆଉ କିଛି ଦୁଇ ପୁଅକୁ
ଆଉ କିଛି ତୁମେ ପାଖରେ ରଖିଥିବ ନିଜପାଇଁ..... ।
*ମୋତେ ଯିବାକୁ ଦିଅ !*
ଭଗବାନଙ୍କୁ ନିତିଦିନ ଭକ୍ତି ଆଉ ଠାକୁର ଘରେ ସବୁଦିନ ପୂଜା କରିବାକୁ ଯେମିତି ଭୁଲି ନ'ଯାଅ ।
ଏବେ ଆଉ ଏ ଜୀବନରେ କେବେ ଭେଟ ହେବନାହିଁ ।
ମୋ ଦ୍ବାରା ଯଦି କିଛି ବି ଭୁଲ ହୋଇଥିବ
ମୋତେ କ୍ଷମା କରିଦେବ।
*ମୋତେ ଯିବାକୁ ଦିଅ !*
*ମୋତେ ଯିବାକୁ ଦିଅ।*
( ଇତି
କେହିଜଣେ.... )
🙏🙏
No comments:
Post a Comment