AFFILIATE MARKETING

https://binomo.com?a=90810425bb57&t=0

Monday, September 22, 2025

ଅନାସ୍ଥା ନୋଟିସ୍‌ ଅଗ୍ରାହ୍ୟ କଲେ ବାଚସ୍ପତି

ଗାନ୍ଧିମୂର୍ତ୍ତି ତଳେ କଂଗ୍ରେସ ସଦସ୍ୟଙ୍କ ଧାରଣା

ଭୁବନେଶ୍ୱର, ୨୨/୯: କଂଗ୍ରେସର ଅନାସ୍ଥା ନୋଟିସ୍‌ ଅଗ୍ରାହ୍ୟ କଲେ ବାଚସ୍ପତି ସୁରମା ପାଢ଼ୀ। ମୋହନ ସରକାରଙ୍କ ବିରୋଧରେ କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛନ୍ତି ବାଚସ୍ପତି। ଗୃହରେ ଅଚଳାବସ୍ଥା ଯୋଗୁ ଅବଧି ସରିଛି ବୋଲି ଜଣାଇଛନ୍ତି ବାଚସ୍ପତି।

ଅନାସ୍ଥା ନୋଟିସ୍‌ ଆସିବାର ପରଦିନ ଗୃହକୁ ଆଣିବାକୁ ନିର୍ଦ୍ଦେଶ ଦେଇଥିଲି। ମାତ୍ର ଗୃହ ସ୍ବାଭାବିକ ନ ଥିବାରୁ ଗୃହକୁ ଆସି ପାରି ନଥିଲା।

ସେପଟେ ଅନାସ୍ଥା ନୋଟିସ୍‌ ଅଗ୍ରାହ୍ୟ ପରେ କକ୍ଷତ୍ୟାଗ କରିଛି କଂଗ୍ରେସ। କଂଗ୍ରେସ ସଦସ୍ୟ କକ୍ଷତ୍ୟାଗ ପରେ ପ୍ରତିବାଦରେ ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି।

ଗଣତନ୍ତ୍ରକୁ ହତ୍ୟା କରାଯାଇଛି ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିବା ସହ ବିଜେପି ଓ ବିଜେଡି ମିଶିକି ଗୃହକୁ ଜାଣିଶୁଣି ଅଚଳ କରିଛନ୍ତି ବୋଲି କହିଛନ୍ତି।

ଆଜି ସକାଳେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସ୍ୱାଭାବିକ ହୋଇ ପାରିନଥିଲା। ଉଭୟ ବିଜେଡ଼ି ଓ କଂଗ୍ରେସ ନାରାବାଜି କରିଥିଲେ। ଯାହାଫଳରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି ରଖିଥିଲେ ବାଚସ୍ପତି। ଅପରାହ୍ନରେ ଗୃହ ସ୍ୱାଭାବିକ ହୋଇଥିଲେ ମଧ୍ୟ ବାଚସ୍ପତି ଅନାସ୍ଥା ନୋଟିସ ଗ୍ରହଣ କରିନଥିଲେ।

ଗତ ୧୮ ତାରିଖରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ସମେତ ୧୪ ଜଣ ବିଧାୟକ ବିଧାନସଭା ସଚିବଙ୍କୁ ଅନାସ୍ଥା ନୋଟିସ ଦେଇଥିଲେ। ଏହା ପରେ ଦିନ ଗୃହକୁ ଅନାସ୍ଥା ନୋଟିସ୍ ଆଣିବାକୁ କହିଥିଲେ ବାଚସ୍ପତି। ହେଲେ ଗୃହ ସ୍ୱାଭାବିକ ନଥିବାରୁ ତାହା ଆସି ପାରିନଥିଲା। ସଂସଦୀୟ ନିୟମ ଅନୁସାରେ, ଲଗାତାର ଅଚଳାବସ୍ଥା ଯୋଗୁଁ ଅନାସ୍ଥାର ଅବଧି ସରି ଯାଇଥିଲା।

No comments:

COASTAL NEWS

ଖବର ଆଜିର

*ଖବର ଆଜିର,  ରାଜ୍ୟରୁ ବିଦାୟ ନେବ ମୌସୁମୀ। ଆସନ୍ତାକାଲି କୋରାପୁଟ ଓ ମାଲକାନଗିରି ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ରାସ...