AFFILIATE MARKETING

https://binomo.com?a=90810425bb57&t=0

Wednesday, September 10, 2025

ସୁଧୁରିବ କି ଭାରତ-ଆମେରିକା ସମ୍ପର୍କଆଲୋଚନା ପାଇଁ ହାତ ବଢାଇଲେ ଟ୍ରମ୍ପ, ମୋଦି ରଖିଲେ ପ୍ରତିକ୍ରିୟା

ଆଲୋଚନା ପାଇଁ ହାତ ବଢାଇଲେ ଟ୍ରମ୍ପ, ମୋଦି ରଖିଲେ ପ୍ରତିକ୍ରିୟା

ନୂଆଦିଲ୍ଲୀ, ୧୦/୯: ସୁଧୁରିବ କି ଭାରତ ଆମେରିକା ସମ୍ପର୍କ। ଟ୍ରମ୍ପଙ୍କ ନୂଆ ସଙ୍କେତ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଣିଜ୍ୟ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବାକୁ ଇଚ୍ଛୁକ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେବେ। ସେ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ ତାଙ୍କ ପ୍ରଶାସନ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପ୍ରତିବନ୍ଧକ ଦୂର କରିବା ପାଇଁ ଭାରତ ସହିତ ଆଲୋଚନା ଜାରି ରଖିବ।

ଆମେରିକାର ରାଷ୍ଟ୍ରପତି କହିଛନ୍ତି, ‘ମୁଁ ଆଗାମୀ ଦିନରେ ମୋର ବହୁତ ଭଲ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେବାକୁ ଅପେକ୍ଷା କରିଛି। ମୁଁ ନିଶ୍ଚିତ ଯେ ଆମର ଉଭୟ ଦେଶ ପାଇଁ ଏକ ସଫଳ ନିଷ୍କର୍ଷରେ ପହଞ୍ଚିବାରେ କୌଣସି ଅସୁବିଧା ହେବ ନାହିଁ।’

ସେହିପରି ଟ୍ରମ୍ପଙ୍କ ପୋଷ୍ଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ରଖିଛନ୍ତି। ମୋଦି କହିଛନ୍ତି, “ଭାରତ ଓ ଆମେରିକା ଘନିଷ୍ଠ ବନ୍ଧୁ। ଉଭୟ ଦେଶର ସହଭାଗିତା ରହିଛି। ବ୍ୟାବସାୟିକ କ୍ଷେତ୍ରକୁ ନେଇ ଆଲୋଚନା ହେଉଛି। ଖୁବ୍ ଶୀଘ୍ର ଆଲୋଚନା ସଫଳ ହେବା ଆଶା ରହିଛି। ମୁଁ ମଧ୍ୟ ଆଲୋଚନା ପାଇଁ ଉତ୍ସୁକ। ଉଭୟ ଦେଶର ସମୃଦ୍ଧା ପାଇଁ ଏକାଠି କାମ କରିବେ ବୋଲି ମୋଦି କହିଛନ୍ତି।

ଟ୍ରମ୍ପଙ୍କ ଏହି ସଦ୍ୟତମ ବୟାନ ସେ ଭାରତ-ଆମେରିକା ସମ୍ପର୍କ ଉପରେ ତାଙ୍କର ନରମ ମନୋଭାବକୁ ସୂଚାଉଛି। ଗତ ଶୁକ୍ରବାର, ସେ ହ୍ୱାଇଟ୍ ହାଉସରେ ଆମେରିକା-ଭାରତ ସମ୍ପର୍କକୁ ‘ଅତି ସ୍ୱତନ୍ତ୍ର’ ବୋଲି ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ଯେ ସେ ଏବଂ ପ୍ରଧାନମନ୍ତ୍ରୀ ମୋଦି ସର୍ବଦା ବନ୍ଧୁ ରହିବେ। ସେ କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ‘ଚିନ୍ତିତ ହେବାର କିଛି ନାହିଁ’। ଟ୍ରମ୍ପ କହିଥିଲେ, ମୋଦି ଜଣେ ମହାନ ପ୍ରଧାନମନ୍ତ୍ରୀ। ମୁଁ ସବୁବେଳେ ତାଙ୍କର ବନ୍ଧୁ ରହିବି, ସେ ବର୍ତ୍ତମାନ ଯାହା କରୁଛନ୍ତି ତାହା ମୋତେ ପସନ୍ଦ ନୁହେଁ।’ ସେହିପରି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଟ୍ରମ୍ପଙ୍କ ଭାବନାକୁ ସମ୍ମାନ ଜଣାଉଥିବା କହିଥିଲେ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...