AFFILIATE MARKETING

https://binomo.com?a=90810425bb57&t=0

Monday, September 8, 2025

ଜନ୍ମ ଦିନରେ ଗଣଦୁଷ୍କର୍ମ

ଜନ୍ମ ଦିନରେ ଗଣଦୁଷ୍କର୍ମ
ପୁଣି କୋଲକାତାରୁ ଆସିଛି ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ହରିଦେବପୁରର ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ତାଙ୍କର ଦୁଇ ଜଣ ସହଯୋଗୀ ଜନ୍ମ ଦିନରେ ଗଣଦୁଷ୍କର୍ମ କରିଛନ୍ତି। ସେମାନେ ଯୁବତୀଙ୍କୁ ଜନ୍ମ ଦିନ ପାଳନ କରିବା ନାଁରେ ଗୋଟିଏ ଫ୍ଲାଟକୁ ନେଇଥିଲେ।
 
ଏହାପରେ ସେଠାରେ ତାଙ୍କୁ ରାତି ତମାମ ମାଡ଼ ମାରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଇ ଅଭିଯୁକ୍ତ ହେଲେ ଚନ୍ଦନ ମଲ୍ଲିକ ଓ ଦୀପ ବିଶ୍ୱାସ। ଘଟଣା ପରଠାରୁ ଦୁଇ ଅଭିଯୁକ୍ତ ଫେରାର ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ୍‌ ଧରପଗଡ଼ ଆରମ୍ଭ କରିଛି।
ପୁଲିସ୍‌ର କହିବା କଥା ଯେ କିଛି ମାସକ ତଳେ ପୀଡ଼ିତାଙ୍କ ପରିଚୟ ଚନ୍ଦନ ମଲ୍ଲିକଙ୍କ ସହ ହୋଇଥିଲା। ଚନ୍ଦନ ତାଙ୍କୁ ଦକ୍ଷିଣ କୋଲାକତା ପୂଜା କମିଟିର ମୁଖ୍ୟ ବୋଲି ପରିଚୟ ଦେଇଥିଲେ। କିଛି ଦିନ ପରେ ଚନ୍ଦନ ପୀଡ଼ିତାଙ୍କ ପରିଚୟ ଦୀପ ସହ କରାଇଥିଲେ।

 ଯୁବତୀଙ୍କୁ ସେମାନେ କମିଟି କାମରେ ନିୟୋଜତ କରିବାର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ୩ ଜଣ ଯାକ ନିୟମିତ ଭାବେ ପରସ୍ପର ସହ କଥା ହେଉଥିଲେ।
ଶୁକ୍ରବାର ଯୁବତୀଙ୍କ ଜନ୍ମ ଦିନ ଥିଲା। ଜନ୍ମ ଦିନ ପାଳନ କରିବା ପାଇଁ ଚନ୍ଦନ ଓ ଦୀପ ତାଙ୍କୁ ରେଗେଣ୍ଟ ପାର୍କ ଅଞ୍ଚଳରେ ଥିବା ଗୋଟିଏ ଫ୍ଲାଟକୁ ନେଇ ଯାଇଥିଲେ। ସେମାନେ ପ୍ରଥମେ ଏକାଠି ଜନ୍ମ ଦିନ ପାଳନ କରିବା ସହ ଖାଇବା ପିଇବା କରିଥିଲେ। କାମ ସରିବା ପରେ ଯୁବତୀ ଜଣଙ୍କ ଯେତେବେଳେ ଯିବାକୁ ଚାହିଁଲେ ସେତେବେଳେ ଉଭୟ କବାଟ ବନ୍ଦ କରି ଦେଇଥିଲେ। ଏହାପରେ ଯୁବତୀଙ୍କୁ ମାଡ଼ ମାରି ରାତିତମାମ ଦୁଷ୍କର୍ମ କରିଥିଲେ। ତେବେ ଶନିବାର ସକାଳୁ ପୀଡ଼ିତା ଜଣଙ୍କ କୌଶଳକ୍ରମେ ସେଠାରୁ ଖସି ଆସି ଘରେ ପହଞ୍ଚିଥିଲେ।
ଘରେ ପହଞ୍ଚିବା ପରେ ପରିବାର ଲୋକଙ୍କ ସହାୟତାରେ ସେ ହରିଦେବପୁର ପୁଲିସ୍‌ ଷ୍ଟେସନକୁ ଯାଇଥିଲେ। ସେ ଦେଇଥିବା ଏଫଆଇଆରରେ ଅଭିଯୁକ୍ତ ଭାବେ ଚନ୍ଦନ ଓ ଦୀପଙ୍କ ନାଁ ଉଲ୍ଲେଖ କରିଛନ୍ତି।

ଘଟଣା ଦିନ ଚନ୍ଦନ ମାଲାଞ୍ଚାରେ ଥିବା ଦୀପଙ୍କ ଫ୍ଲାଟକୁ ଯୁବତୀଙ୍କୁ ନେଇଥିଲେ। ସେଠାରେ ସେମାନେ ତାଙ୍କୁ ମାଡ଼ ମାରିବା ସହ ଦୁଷ୍କର୍ମ କରିଥିଲେ। ଏବେ ଘଟଣା ତଦନ୍ତ ଚାଲିଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି। ଏଥିସହ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ଦେବାକୁ ମଧ୍ୟ ପୁଲିସ୍‌ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...