ନୂଆ ଜି ଏସ୍ ଟି
ଆମେରିକା ଟାରିଫ ଝଡ଼ ମଧ୍ୟରେ କେନ୍ଦ୍ର ସରକାର ୪ ଟିକିଆ ଜିଏସଟି ସ୍ଲାବରେ ବଡ଼ ପରିବର୍ତ୍ତନ କରିଛନ୍ତି। ଏଣିକି ପୂରା ଦେଶରେ ୨ ଟିକିଆ ଜିଏସଟି ସ୍ଲାବ ରହିବ। ୫୬ ତମ ଜିଏସଟି ପରିଷଦ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ନୂଆ ଜିଏସଟି ସ୍ଲାବ ଚଳିତମାସ ୨୨ ତାରିଖ ଅର୍ଥାତ ନବରାତ୍ରର ପ୍ରଥମଦିନରୁ ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ।
୨୦୧୭ ରେ ସମଗ୍ର ଦେଶରେ ଜିଏସ୍ଟି ଲାଗୁ ହୋଇଥିବା ବେଳେ କେନ୍ଦ୍ର ସରକାର ପ୍ରଥମଥର ପାଇଁ ଏତେ ବଡ଼ ପରିବର୍ତ୍ତନ କରିଛନ୍ତି। ଦେଶରେ ଜିଏସ୍ଟି ୨ ଶୂନ୍ୟ ଲାଗୁ ହେବା ପରେ ଅଧିକାଂଶ ଦୈନନ୍ଦିନ ଜିନିଷର ଦାମ ହ୍ରାସ ପାଇବ। କିନ୍ତୁ ବିଳାସପୂର୍ଣ୍ଣ ଦ୍ରବ୍ୟ ଓ କ୍ଷତିକାରକ ଜିନିଷ ଯଥା ତମାଖୁ, ପାନ ମସଲା, ସିଗାରେଟ ଆଦି ଉପରେ ୪୦ ପ୍ରତିଶତ
ଶତବ୍ଦୀର ନୂଆ ଟିକସ ଲାଗୁ କରାଯିବ।
ଜିଏସଟି ପରିଷଦ ବୈଠକରେ କେନ୍ଦ୍ର ଓ ରାଜ୍ୟ ଅଧିକାରୀମାନଙ୍କ କମିଟି ଏବଂ ମନ୍ତ୍ରୀମାନଙ୍କ କମିଟିର ପ୍ରସ୍ତାବ ଅନୁଯାୟୀ, ଚାରିଟି ମୌଳିକ ଜିଏସଟି ସ୍ଲାବ ୫ ପ୍ରତିଶତ , ୧୨ ପ୍ରତିଶତ , ୧୮ ପ୍ରତିଶତ ଓ ୨୮ ପ୍ରତିଶତ କୁ ହଟାଇ ଦୁଇଟି ଟିକସ ସ୍ଲାବ ୫ ପ୍ରତିଶତ ଓ ୧୮ ପ୍ରତିଶତ ପ୍ରଣୟନ କରାଯିବ, ଯାହା ଚଳିତମାସ ୨୨ ତାରିଖରୁ କାର୍ଯ୍ୟକାରୀ ହେବ । ଏହାସହିତ ୫ ରୁ ୭ ଟି ବିଳାସପୂର୍ଣ୍ଣ ଓ କ୍ଷତିକାରକ ଦ୍ରବ୍ୟ ଯଥା ତମାଖୁ, ପାନ ମସଲା, ସିଗାରେଟ ଏବଂ କାର୍ବୋନେଟେଡ୍ ପାନୀୟ ଉପରେ ୪୦ ପ୍ରତିଶତ ନୂଆ କର ଲାଗୁ ହେବ। ତେବେ ବିଶେଷ ଟିକସ ହାର ଶୂନ୍ୟ ପ୍ରତିଶତ ଶୂନ୍ୟ ଦଶମିକ ୨୫ ପ୍ରତିଶତ , ୧ ପ୍ରତିଶତ ଓ ୩ ପ୍ରତିଶତ ବଜାୟ ରଖାଯାଇଛି।
ନୂଆ ଜିଏସ୍ଟି ଟିକସ ସ୍ଲାବ ସମ୍ପର୍କରେ ଘୋଷଣା କରିବା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଛୋଟ କାର ୧୨୦୦ ସିସିରୁ କମ ଗୁଡ଼ିକ ଉପରେ ଲାଗୁ ହେଉଥିବା ୨୮ ଶତାଂଶ ଜିଏସ୍ଟି ୨୨ ତାରିଖରୁ ୧୮ ଶତାଂଶ କୁ ଖସି ଆସିବ। ଏହାର ଅର୍ଥ ଛୋଟ କାର ଗୁଡ଼ିକ ଶସ୍ତା ହେବ। ଏଥିସହ ବଡ଼ବଡ଼ କାର ଓ ୩୫୦ ସିସିରୁ ଅଧିକ ବାଇକ ଉପରେ ୪୦ ଶତାଂଶ ଟିକସ ଲାଗିବ।
ଏହି ଘୋଷଣା ପରେ ବଡ଼ କାର ଗୁଡ଼ିକର ଦାମ ବଢ଼ିଯିବ ବୋଲି କୁହାଯାଉଥିଲା। କିନ୍ତୁ ବାସ୍ତବରେ ଜିଏସ୍ଟି ୨ ଶୂନ୍ୟ ରେ କେବଳ ଛୋଟ ନୁହେଁ, ବଡ଼ କାର ୧୨୦୦ ସିସିରୁ ଅଧିକ ଗୁଡ଼ିକ ମଧ୍ୟ ଶସ୍ତା ହେବ। ୨୦୧୭ ରେ ଦେଶରେ ଜିଏସ୍ଟି ଲାଗୁ ହେବା ପରେ ପ୍ରଥମଥର ପାଇଁ ପ୍ରିମିୟର କାର ଉପରେ ଲାଗୁଥିବା ଟିକସ ବୋଝ ହ୍ରାସ ହୋଇଛି। କାରଣ କେନ୍ଦ୍ର ସରକାର ପ୍ରିମିୟମ କାର ଉପରେ ଲାଗୁଥିବା ଅତିରିକ୍ତ ସେସ୍କୁ ହଟାଇ ଦେଇଛନ୍ତି।
ପୂର୍ବରୁ ବଡ଼ବଡ଼ ପେଟ୍ରୋଲ ଓ ଡିଜେଲ କାର କିଣୁ ଥିବା ଲୋକଙ୍କୁ ଟିକସ ବାବଦରେ ପ୍ରାୟ ୫୦ ପ୍ରତିଶତ ଅର୍ଥ ଦେବାକୁ ପଡ଼ୁଥିଲା। ୨୮ ପ୍ରତିଶତ ଜିଏସ୍ଟି ସହ ସେସ ବାବଦରେ କ୍ରେତା ଆଉ ୨୨ ପ୍ରତିଶତ ଟଙ୍କା ଦେଉଥିଲେ। କିନ୍ତୁ ନୂଆ ଜିଏସ୍ଟି ବ୍ୟବସ୍ଥାରେ ମୋଟ ଉପରେ ୪୦ ପ୍ରତିଶତ ଟିକସ ଦେବାକୁ ପଡ଼ିବ।
ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ ଯେଉଁ ଜିନିଷ ଗୁଡ଼ିକ ୪୦ ପ୍ରତିଶତ ଟିକସ ସ୍ଲାବ ମଧ୍ୟରେ ରହିବ, ସେଗୁଡ଼ିକ ଉପରେ ଅତିରିକ୍ତ ସେସ କିମ୍ବା ସରଚାର୍ଜ ଲାଗୁ କରାଯିବ ନାହିଁ। ଏପରି ନିଷ୍ପତ୍ତି କାର ନିର୍ମାଣକାରୀ କମ୍ପାନୀ ଓ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି।
ଛୋଟ କାର ସମେତ ୩୫୦୦ ସିସିରୁ କମ ବାଇକ, ଅଲ୍ଟୋ, ଟାଟା ଟିଆଗୋ, ଟାଟା ପଞ୍ଚ ଭଳି ଏଣ୍ଟ୍ରୀ ଲେଭଲ କାର, ୩ ଚକିଆ ଯାନ, ବସ ଓ ଟ୍ରକକୁ ୧୮ ପ୍ରତିଶତ ଜିଏସ୍ଟି ସ୍ଲାବକୁ ଅଣା ଯାଇଛି। ପୂର୍ବରୁ ଏହି ଗାଡ଼ି ଗୁଡ଼ିକ ଉପରେ ୨୮ ପ୍ରତିଶତ ଜିଏସ୍ଟି ଲାଗୁ ହେଉଥିଲା।
କ’ଣ ହେବ ଶସ୍ତା ଓ କ’ଣ ହେବ ମହଙ୍ଗା?
୫ ପ୍ରତିଶତସ୍ଲାବରେ ଶସ୍ତା ହେବ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଯେପରିକି ଟୁଥପେଷ୍ଟ, ହେୟାର ଅଏଲ, ସାବୁନ, ସାମ୍ପୁ, ସାଇକେଲ, ଆସବାବପତ୍ର, ନମକିନ, ପାସ୍ତା, ନୁଡୁଲସ, କଫି, ଚା, ଭୁଜିଆ, କର୍ଣ୍ଣଫ୍ଲେକ୍ସ, ବଟର, ଘିଅ, ବାୟୋ-ପେଷ୍ଟିସାଇଡ, ହସ୍ତଶିଳ୍ପ, ମାର୍ବଲ, ଗ୍ରାନାଇଟ ବ୍ଲକ, ଔଷଧ, ଡାଏଗ୍ନୋଷ୍ଟିକ କିଟ, ପାୱାର ଚଷମା, ଓ ନବୀକରଣଯୋଗ୍ୟ ଶକ୍ତି ଉପକରଣ, କୃଷି ଯନ୍ତ୍ରପାତି, ନାପକିନ୍, ଡାଇପର, ଛୁଆଙ୍କ କ୍ଷୀର ପିଇବା ବୋତଲ।
୧୮ ପ୍ରତିଶତ ସ୍ଲାବ ରେ ରହିବ ଏୟାର କଣ୍ଡିସନର, ସମସ୍ତ ଆକାର ଟେଲିଭିଜନ , ୩୫୦ ସିସି ପର୍ଯ୍ୟନ୍ତ, ଛୋଟ କାର ୩୫୦ ସିସିରୁ କମ ମୋଟରସାଇକେଲ , ଟ୍ରାକ୍ଟର, ସିମେଂଟ, ବସ, ଟ୍ରକ, ଓ ଅଟୋ ପାର୍ଟ୍ସ।
୪୦ ପ୍ରତିଶତ ସ୍ଲାବ ଯୋଗୁ୍ ମହଙ୍ଗା ହେବ: ପାନ ମସଲା, ତମାଖୁ, ସିଗାରେଟ, ବିଡି, ମୃଦୁ ପାନୀୟ, ବିଳାସପୂର୍ଣ୍ଣ ସାମଗ୍ରୀ ଯେପରିକି ୩୫୦ ସିସିରୁ ଅଧିକ ମୋଟରସାଇକେଲ, ଇୟାଟ ବା ନୌକା, ହେଲିକପ୍ଟର, ଓ ବ୍ୟକ୍ତିଗତ ବ୍ୟବହାର ପାଇଁ ବିମାନ ଉପରେ ୪୦ ପ୍ରତିଶତ ଜିଏସଟି ଲାଗୁ ହେବ। ଏହା ସହିତ, ପାନ ମସାଲା ଓ ତମାଖୁ ଉପରେ ଜିଏସଟି ଏବେ ରିଟେଲ ବିକ୍ରୟ ମୂଲ୍ୟ ଆଧାରରେ ଲାଗୁ ହେବ, ପୂର୍ବରୁ ଯାହା ହୋଲସେଲ ମୂଲ୍ୟ ଆଧାରରେ ଥିଲା।
ଜି ଏସ୍ ଟି ମୁକ୍ତ ଶୂନ୍ୟ ପ୍ରତିଶତ ହେବ : ଅଲଟ୍ରା-ହାଇ ଟେମ୍ପେରେଚର କ୍ଷୀର, ପନିର, ରୁଟି, ପରଟା, ପାଉଁରୁଟି, ପିଜା, ପିଲାଙ୍କ ପାଠ୍ୟ ସାମଗ୍ରୀ ଓ ୩୩ ଟି ଜୀବନ ରକ୍ଷାକାରୀ ଔଷଧ ବିଶେଷତଃ କର୍କଟ ଔଷଧ ଏବେ ଜିଏସଟି ମୁକ୍ତ ହେବ। ଏହା ସହିତ, ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଓ ଜୀବନ ବୀମା ପଲିସି ଉପରେ ଜିଏସଟି ଲାଗୁ ହେବ ନାହିଁ।
ଏତଦବ୍ୟତୀତ ହୋଟେଲ, ରେଷ୍ଟୁରାଣ୍ଟ, ଓ ଟ୍ରାଭେଲ ସେବା ଉପରେ ଜି ଏସ୍ ଟି ହାର 18 ପ୍ରତିଶତ ରହିବ, କିନ୍ତୁ ନିମ୍ନ ମୂଲ୍ୟର ସେବା ଯେପରିକି ୧୦୦୦ ଟଙ୍କାରୁ କମ୍ ହୋଟେଲ ରୁମ 5 ପ୍ରତିଶତ ସ୍ଲାବରେ ରହିବ। ଗେମିଂ, ଓ ଟି ଟି ପ୍ଲାଟଫର୍ମ ଏବଂ ଡିଜିଟାଲ ସେବା ଉପରେ 18 ପ୍ରତିଶତ ଜି ଏସ୍ ଟି ଲାଗୁ ହେବ, ଯାହା ଏହି ଶିଳ୍ପରେ ସ୍ଥିରତା ଆଣିବ।
ଉପକୁଳ ସମାଚାର
ବନ୍ଦେ ଉତ୍କଳ ଜନନୀ
No comments:
Post a Comment