AFFILIATE MARKETING

https://binomo.com?a=90810425bb57&t=0

Wednesday, September 3, 2025

୨ ସେପ୍ଟେମ୍ବର ରେ ସୋସିଆଲ ମିଡିଆ ରେ ଟ୍ରମ୍ପକୁ ନେଇ ଆସିଥିଲା ବଡ଼ ଖବର, ରାତି ୧୧.୩୦ରେ ଦେବେ ଇସ୍ତଫା!

୨ ସେପ୍ଟେମ୍ବର ରେ ସୋସିଆଲ ମିଡିଆ ରେ ଟ୍ରମ୍ପକୁ ନେଇ ଆସିଥିଲା ବଡ଼ ଖବର, ରାତି ୧୧.୩୦ରେ ଦେବେ ଇସ୍ତଫା!

 
ଓ୍ବାଶିଂଟନ୍‌,୨।୯: ଟାରିଫକୁ ନେଇ ଏବେ ଦେଶ ବିବାଦରେ ଅଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହାରି ଭିତରେ ଗତ କିଛି ଦିନ ହେବ ଦେଖିବାକୁ ମିଳୁଛି, ଅନେକ ସାର୍ବଜନୀନ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହୁଛନ୍ତି ଟ୍ରମ୍ପ । ଏହି କାରଣରୁ ତାଙ୍କ ସୱାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏବେ ହୱାଇଟ ହାଉସ ସୂଚନା ଦେଇଥିଲା ଯେ, ଟ୍ରମ୍ପ ଆଜି ରାତି ୧୧:୩୦ ରେ ଏକ ବଡ଼ ଘୋଷଣା କରିବାକୁ ଯାଉଛନ୍ତି। ତେବେ ଟ୍ରମ୍ପ କ’ଣ ଘୋଷଣା କରିବେ? ତାକୁ ନେଇ ସୋସିଆଲ ମିଡିଆରେ ଅନେକ କଳ୍ପନାଜଳ୍ପନା କରାଯାଉଛି। ଲୋକମାନେ କହୁଛନ୍ତି ଯେ, ଟ୍ରମ୍ପ ଇସ୍ତଫା ଦେବାକୁ ଯାଉଛନ୍ତି। କେତେକ କହୁଛନ୍ତି ଯେ ଏକ ବଡ଼ ଘୋଷଣା ହେବାକୁ ଯାଉଛି, ଯାହା ଆଜି ପର୍ଯ୍ୟନ୍ତ ଆମେରିକାର ଇତିହାସରେ କେବେ ଘଟିନାହିଁ।
ହୱାଇଟ ହାଉସ ପ୍ରେସକୁ କହିଛି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେପ୍ଟେମ୍ବର ୨, ମଙ୍ଗଳବାର ଦିନ ୨ଟା (ଆମେରିକା ସମୟ) ଅର୍ଥାତ ରାତି ୧୧:୩୦ ରେ (ଭାରତୀୟ ସମୟ) ଏକ ବଡ଼ ଘୋଷଣା କରିବେ। ଏହା ପରେ, ନୂତନ ଥିଓରୀ ସାମ୍ନାକୁ ଆସୁଛି। ଟ୍ରମ୍ପଙ୍କୁ ଗତ ସପ୍ତାହରୁ ସାର୍ବଜନୀନ ଭାବରେ ଦେଖାଯାଇନାହିଁ। ଏହି କାରଣରୁ ତାଙ୍କ ସୱାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ ଗୁଜବ ବ୍ୟାପିବାରେ ଲାଗିଛି।
ଗତ ଶୁକ୍ରବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ Trump Is Dead ଏବଂ Where Is Trump? ଭଳି ହ୍ୟାସଟ୍ୟାଗ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା। ଅଗଷ୍ଟ ୨୭ ତାରିଖରେ ହୱାଇଟ ହାଉସ କ୍ୟାବିନେଟ ବୈଠକ ପରେ ଟ୍ରମ୍ପଙ୍କୁ ସାଧାରଣରେ ଦେଖାଯାଇ ନଥିଲା। ସେହି ବୈଠକର ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କ ହାତରେ ଆଘାତର ଚିହ୍ନ ଦେଖାଯାଉଥିଲା। ହୱାଇଟ ହାଉସର ପ୍ରେସ ସଚିବ କାରୋଲିନ ଲେଭିଟ ସ୍ପଷ୍ଟ କରିଥିଲେ ଯେ, ଟ୍ରମ୍ପଙ୍କ ହାତରେ ଏହି ଚିହ୍ନ ଲଗାତାର ହାତ ମିଳାଇବା ଯୋଗୁଁ ଆସିଥିଲା, କିନ୍ତୁ ଗୁଜବ ବନ୍ଦ ହୋଇନଥିଲା। ଅଗଷ୍ଟ ୩୦ ତାରିଖରେ ଟ୍ରମ୍ପଙ୍କୁ ଭର୍ଜିନିଆରେ ତାଙ୍କ ଗଲ୍ଫ କ୍ଲବରେ ଦେଖାଯାଇଥିଲା। କିଛି ଲୋକ ମଜା କରି ଲେଖିଥିଲେ ଯେ ହୁଏତ ଆଜି ଜଣେ ନୂତନ ରାଷ୍ଟ୍ରପତି ଘୋଷଣା ହେବାକୁ ଯାଉଛନ୍ତି। ଏହାପରେ ଆଉ କିଛି କହିଥିଲେ କି, ହୁଏତ ଟ୍ରମ୍ପ ସୱାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଉଛନ୍ତି ଏବଂ ତୁରନ୍ତ ନୂତନ ଉପରାଷ୍ଟ୍ରପତି ର୍ନିବାଚିତ ହେବା ଉଚିତ।
 

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...