AFFILIATE MARKETING

https://binomo.com?a=90810425bb57&t=0

Sunday, September 28, 2025

କୁପଓ୍ବାରାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ଆତଙ୍କୀ ନିପାତ...

କୁପଓ୍ବାରାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ଆତଙ୍କୀ ନିପାତ...

ଜାମ୍ମୁ-କାଶ୍ମୀରର କୁପଓ୍ବାରା ଜିଲା ଅନ୍ତର୍ଗତ କେରନ ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଛି ସେନା। ଆତଙ୍କବାଦୀମାନେ ନିୟନ୍ତ୍ରଣ ରେଖା ଦେଇ ଭାରତୀୟ ସୀମାକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ସମୟରେ ଯବାନମାନେ ଗୁଳି ଚଳାଇଥିଲେ। ଫଳରେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ।
କେରନ ସେକ୍ଟର ଦେଇ ଆତଙ୍କୀମାନେ ଅନୁପ୍ରବେଶ କରିବା ନେଇ ସେନାକୁ ଗୁପ୍ତ ସୂଚନା ମିଳିଥିଲା। ବିଏସଏଫ ପକ୍ଷରୁ ମଧ୍ୟ ଏ ନେଇ ସୂଚନା ହସ୍ତଗତ ହୋଇଥିଲା। ଆତଙ୍କୀମାନେ ଅନୁପ୍ରବେଶ ପାଇଁ ଲଞ୍ଚପ୍ୟାଡରେ ଠୁଳ ହୋଇଥିଲେ। ଏହା ପରେ ରବିବାର ଭୋର ପ୍ରାୟ ୪ଟା ସମୟରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ଯବାନଙ୍କ ଗୁଳିରେ ୨ ଆତଙ୍କ ନିହତ ହୋଇଥିଲେ। ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

No comments:

COASTAL NEWS

“ଓଡିଶା ଫାର୍ମର ଆକାଉଣ୍ଟାଣ୍ଟ ଜବସ ରିକୃଟମେଣ୍ଟ 2025” ର ବିସ୍ତୃତ ସମାଚାର

ନମସ୍କାର  କୋଷ୍ଟାଲ ନିଉଜ୍ ଓଡ଼ିଆ ରେ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ଆଣିଛୁ ଏକ ନୂଆ ନିଯୁକ୍ତି ଖବର , ଯାହା ହେଉଛି  “ଓଡିଶା ଫାର୍ମର ଆକାଉଣ୍ଟାଣ୍ଟ ଜବସ...