AFFILIATE MARKETING

https://binomo.com?a=90810425bb57&t=0

Monday, September 8, 2025

ଦ୍ୱିତୀୟ ପର୍ଯ୍ୟାୟ ଶୁଳ୍କ ଲଗାଇବେ ଟ୍ରମ୍ପ!

ସାମ୍ବାଦିକଙ୍କୁ କହିଲେ ‘ହଁ ମୁଁ ପ୍ରସ୍ତୁତ’

ୱାଶିଂଟନ, ୮/୯: ରୁଷିଆର ଓ ୟୁକ୍ରେନ ଯୁଦ୍ଧ ଥମୁନଥିବା ବେଳେ ପୁଣି ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ରୁଷ ସହିତ ଆଲୋଚନା ବାରମ୍ବାର ବିଫଳ ହେବା ପରେ ପୁଣି ପ୍ରତିବନ୍ଧକ ଲଗାଇବେ ବୋଲି ଚେତାବନୀ ଦେଇଛନ୍ତି। ଗତ କାଲି ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ ପୁଣି ପ୍ରତିବନ୍ଧକ ଲଗାଇବେ କି ବୋଲି ପ୍ରଶ୍ନରେ ଟ୍ରମ୍ପ ‘ହଁ ମୁଁ ପ୍ରସ୍ତୁତ’ ବୋଲି କହିଛନ୍ତି।

ଟ୍ରମ୍ପଙ୍କ ଟ୍ରେଜେରୀ ସଚିବ ସ୍କଟ ବେସେଣ୍ଟ କହିଛନ୍ତି, ରୁଷ ଠାରୁ ତେଲ କିଣୁଥିବା ଦେଶମାନଙ୍କ ଉପରେ ଆହୁରି ଅଧିକ ଶୁଳ୍କ ଲଗାଇଲେ ତାହା ରୁଷର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଦେବ। ଏହା ପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ମଧ୍ୟ ୟୁକ୍ରେନ ସହ ଆଲୋଚନା କରିବାକୁ ବାଧ୍ୟ ହେବେ। ଆଲାସ୍କାରେ ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ଆଲୋଚନା ହୋଇଥିବା ବେଳେ ତାହା ବିଫଳ ହୋଇଥିଲା। ବରଂ ଏହା ପରେ ରୁଷ ଓ ୟୁକ୍ରେନ ଯୁଦ୍ଧ ଅଧିକ ତୀବ୍ର ହୋଇଛି।

ସୂଚନାଯୋଗ୍ୟ, ଗତ କାଲି ରୁଷ ୟୁକ୍ରେନର କ୍ୟାବିନେଟ୍ ଭବନ ଉପରେ ଆକ୍ରମଣ କରିଥିଲା। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ରୁଷ ପ୍ରାୟ ୮୦୦ରୁ ଉର୍ଦ୍ଧ୍ବ ଡ୍ରୋନ ଓ ୧୩ଟି କ୍ଷେପଣାସ୍ତ୍ର ମାଡ କରିଥିଲା। ଯାହା ପରେ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆହୁରି ଗାଧେଇବା ଆଶଙ୍କା କରାଯାଉଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...