ଭୁବନେଶ୍ୱର, ୮/୯: ବାଣୀବିହାରର ଉତ୍କଳ ବିଶ୍ୱବିଦ୍ୟାଳୟରୁ ତଡ଼ା ଖାଇବେ ଅଣଛାତ୍ର। ଦୀର୍ଘ ବର୍ଷ ଧରି ଆଡ୍ଡା ଜମାଇଥିବା ଅଣଛାତ୍ରଙ୍କୁ ତଡ଼ିବା ପାଇଁ ଆରମ୍ଭ ହେଲା ଜୋରଦାର ପ୍ରକ୍ରିୟା। ଏହି ଅଭିଯାନରେ ନିଜେ କୁଳପତି, ପିଜି କାଉନସିଲର, ଅଧ୍ୟାପକ ଓ ଅଧ୍ୟାପିକା ସାମିଲ୍ ହୋଇଛନ୍ତି। ତେଣୁ ଅଣଛାତ୍ରଙ୍କୁ ଚିହ୍ନଟ କରିବା ପାଇଁ ହଷ୍ଟେଲରେ ଯାଞ୍ଚ କରାଯାଉଛି। ୧,୨,୩ ଓ ୫ ନମ୍ବର ହଷ୍ଟେଲରୁ ତଡ଼ା ଖାଇବେ ଅଣଛାତ୍ର।
ଅପରେସନ ବ୍ଲୁ ଷ୍ଟାର ଅଧିନରେ ଅଣଛାତ୍ରଙ୍କୁ ତଡିବା ପାଇଁ ଏହି ପ୍ରୟାସରେ କ୍ୟାମ୍ପସରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। କିଛି ଅଣଛାତ୍ର ହଷ୍ଟେଲ ରୁମ୍ ତାଲା ପକାଇ ପଳାଇଥିବା ବେଳେ ପୋଲିସ ଉପସ୍ଥିତିରେ ତାଲା ଭଙ୍ଗା ଯାଇ ସେମାନଙ୍କ ଆସବାବପତ୍ରକୁ ବାହାର କରାଯାଇଛି।
ଏ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, “ଶୈକ୍ଷିକ ବାତାବରଣ ସୃଷ୍ଟି ପାଇଁ ଯାହା ପଦକ୍ଷେପ ନେବା କଥା କରାଯାଉଛି। ଆବାହମାନ କାଳରୁ ଏହା ଚାଲିଆସିଛି, ଆମେ ସୁଧାର ପାଇଁ ଉଦ୍ୟମ କରୁଛୁ। ନାଲି ଆଖି ଦେଖାଇ ଏହା କରିହେବନି, ପୂର୍ବତନ ଛାତ୍ରମାନେ ଦାୟିତ୍ବବାନ ହୁଅନ୍ତୁ। ରାକିଂ ଓ ଗୁଣାତ୍ମକ ମାନ ନେଇ ଆମେ ସବୁବେଳେ ଚିନ୍ତିତ ରହୁଛୁ। ସମସ୍ତଙ୍କ ସହଯୋଗ ଆବଶ୍ୟକ, ନାଲି ଆଖି ଦେଖାଇ କରିହେବନି। କ୍ୟାମ୍ପସରେ ୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି।”
No comments:
Post a Comment