ଭୁବନେଶ୍ୱର, ୦୬/୦୯: ସଂପ୍ରତି କର୍ଲାମୁଣ୍ଡା ବ୍ଲକ୍ରେ ୟୁରିଆ ସାରର ଅଭାବ ପରିପ୍ରେକ୍ଷୀରେ ସୂଚନା ପାଇ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନିର୍ଦ୍ଦେଶରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, କଳାହାଣ୍ଡି ଘଟଣାସ୍ଥଳରେ ପହଞ୍ଚି ବଣ୍ଟନ କାର୍ଯ୍ୟ ନିରୀକ୍ଷଣ କରିଛନ୍ତି । ଏହି ସମୟରେ ତହସିଲଦାର କର୍ଲାମୁଣ୍ଡା, ବ୍ଲକ୍ କୃଷି ଅଧିକାରୀ ଓ ସହକାରୀ କୃଷି ଅଧିକାରୀ ଉପସ୍ଥିତ ଥିଲେ । ଅଧିକାରୀମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସାର ବଣ୍ଟନ କାମ ସୁରୁଖୁରୁରେ ଚାଲିଛି । ଜିଲ୍ଲା କୃଷି ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ମାର୍କଫେଡ୍ ଜରିଆରେ ତା. ୦୪.୦୯.୨୦୨୫ରିଖ କର୍ଲାମୁଣ୍ଡା ପ୍ୟାକ୍ସକୁ ୩୦.୪୨ ମେଟ୍ରିକ୍ ଟନ୍, ରିସିଡା ପ୍ୟାକ୍ସକୁ ୩୦.୬୦ ମେଟ୍ରିକ୍ ଟନ୍ ଓ ଜୋରାଡବରା ପ୍ୟାକ୍ସକୁ ୩୦.୬୦ ମେଟ୍ରିକ୍ ଟନ୍, ଏହିପରି ସମୁଦାୟ କର୍ଲାମୁଣ୍ଡା ବ୍ଲକ୍କୁ ୯୧.୬୨ ମେଟ୍ରିକ୍ ଟନ୍ ୟୁରିଆ ଯୋଗାଇ ଦିଆଯାଇଅଛି । ଏଥି ସହ ଉପସ୍ଥିତ ଥିବା ଚାଷୀଙ୍କ ତୁଳନାରେ କର୍ଲାମୁଣ୍ଡା ବ୍ଲକ୍ର ୩ଟି ପ୍ୟାକ୍ସରେ ଯଥେଷ୍ଟ ସାର ଗଚ୍ଛିତ ଅଛି ବୋଲି ଜଣାପଡ଼ିଛି । ସମସ୍ତ ପ୍ୟାକ୍ସକୁ ମୁଖ୍ୟ କୃଷି ଜିଲ୍ଲା ଅଧିକାରୀ ତଥା ତାଙ୍କ ଦଳ ପରିଦର୍ଶନ କରି ପରିସ୍ଥିତି ନିରୀକ୍ଷଣ କରିଛନ୍ତି । ଆବଶ୍ୟକ ସ୍ଥଳେ ଆସନ୍ତା ଦୁଇଦିନ ଭିତରେ ଅଧିକ ୟୁରିଆ ସାର ମାର୍କଫେଡ୍ ଜରିଆରେ ଯୋଗାଇଦେବା ନିମନ୍ତେ ପ୍ରତିଶ୍ରୁତି ପ୍ରଦାନ କରାଯାଇଛି । ନିରୀକ୍ଷଣରୁ ଜଣାପଡ଼ିଛି ଯେ, କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ଯଥେଷ୍ଟ ପରିମାଣର ସାର ମହଜୁଦ ଅଛି । ଆଗାମୀ ଦିନରେ ସରକାରଙ୍କ ତରଫରୁ ଅଧିକ ୟୁରିଆ ସାରର ଯୋଗାଇ ନିମନ୍ତେ ବ୍ୟବସ୍ଥା କରାଯାଉଅଛି । ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗର ମିଳିତ ଉଦ୍ୟମରେ ଭବାନୀପାଟଣା, କେସିଙ୍ଗା, ଜୁନାଗଡ଼ ବ୍ଲକ୍ରେ ସାର କଳାବଜାରକୁ ପ୍ରତିରୋଧ କରିବା ନିମନ୍ତେ ବ୍ୟାପକ ପ୍ରବର୍ତ୍ତନ କାର୍ଯ୍ୟ ଜାରି ରହିଛି । ଗତକାଲି ଏହି ତିନୋଟି ବ୍ଲକରେ ୩ ଟି ପାକ୍ସ ଓ ୨୦ ଟି ବେସରକାରୀ ସାର ଡିଲରଙ୍କ ଦୋକାନରେ ପ୍ରବର୍ତ୍ତନ କାର୍ଯ୍ୟ କରାଯାଇ ୬ ଟି ଡିଲରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ଓ କେସିଙ୍ଗା ବ୍ଲକରେ ଗୋଟିଏ ସାର ଡିଲରଙ୍କ ଦୋକାନକୁ ଜବତ କରାଯାଇଛି । ଚାଷୀମାନେ ଶାନ୍ତିଶୃଙ୍ଖଳାର ସହ ୟୁରିଆ ସାରର ବଣ୍ଟନରେ କୃଷି ବିଭାଗର ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ସହଯୋଗ କରିବା ନିମନ୍ତେ ଅନୁରୋଧ କରାଯାଉଛି ।
AFFILIATE MARKETING
https://binomo.com?a=90810425bb57&t=0
Saturday, September 6, 2025
କର୍ଲାମୁଣ୍ଡାରେ ସାର ଯୋଗାଣ ସ୍ଥିତିର ନିରୀକ୍ଷଣମାର୍କଫେଡ୍ ଜରିଆରେ ଯୋଗାଇ ଦିଆଯିବ ୟୁରିଆ ସାର
 Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.

Subscribe to:
Post Comments (Atom)
COASTAL NEWS
ଏସଆଇ ନିଯୁକ୍ତି ଜାଲିଆତି ଘଟଣା : ଜେଲ୍ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ
ଏସଆଇ ନିଯୁକ୍ତି ଜାଲିଆତି ଘଟଣା : ଜେଲ୍ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ ବ୍ରହ୍ମପୁର: ଜେଲରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ। ଏସ୍ଆଇ ପରୀକ୍ଷା ଦୁର୍ନୀତି...

No comments:
Post a Comment