AFFILIATE MARKETING

https://binomo.com?a=90810425bb57&t=0

Wednesday, September 10, 2025

କେନ୍ଦ୍ରମନ୍ତ୍ରୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନ

ଆବୁଧାବିର ଶିକ୍ଷା ଏବଂ ଜ୍ଞାନ ବିଭାଗର ଅଧ୍ୟକ୍ଷା ସାରା ମୁସଲ୍ଲମଙ୍କ ସହ ସାକ୍ଷାତ୍ ଆଲୋଚନା

ୟୁଏଇରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କର ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା ପୂରଣ ହେବ: ଧର୍ମେନ୍ଦ୍ର ପ୍ରଧାନ

ଆବୁଧାବି, ୧୦/୯: ଭାରତ ଓ ୟୁଏଇ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ମଜଭୂତ୍ କରିବା ଲକ୍ଷ୍ୟରେ ଦୁଇଦିନିଆ ୟୁଏଇ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଇଆଇଟି ଦିଲ୍ଲୀ-ଆବୁଧାବୀ କ୍ୟାମ୍ପସ ପରିଦର୍ଶନ କରିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆବୁଧାବିରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଆଇଆଇଟି ଦିଲ୍ଲୀ ଆବୁଧାବି କ୍ୟାମ୍ପସର ସମସାମୟିକ ରୂପରେଖ ଏବଂ ଭବିଷ୍ୟତରେ ଥିବା ଯୋଜନା ଉପରେ ଏକ ପ୍ରେଜେନଷ୍ଟେସନ ଉପସ୍ଥାପନ କରାଯାଇଥିଲା । ସେଠାରେ ବିଦେଶରେ ପ୍ରଥମ ଥର ପାଇଁ ଏହି କ୍ୟାମ୍ପସ ପରିସରରେ ଅଟଳ ଇନକ୍ୟୁବେସନ୍ ସେଣ୍ଟର ଉଦଘାଟନ କରିବା ସଙ୍ଗେସଙ୍ଗେ ପିଏଚଡି ଏବଂ ବି.ଟେକ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କ୍ୟାମ୍ପସର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କ ସହିତ ଆଲୋଚନା କରିଥିଲେ । କ୍ୟାମ୍ପସର ବିକାଶ କାର୍ଯ୍ୟକୁ ପ୍ରଶଂସା କରିବା ସହ ସେ କହିଥିଲେ ଆବୁଧାବୀରେ ପ୍ରତିଷ୍ଠିତ ଏହି କ୍ୟାମ୍ପସ ଆଇଆଇଟି ଦିଲ୍ଲୀର ଐତିହ୍ୟକୁ ପ୍ରତିଫଳିତ କରିଛି । ଜ୍ଞାନ ଓ ଗବେଷଣା ସହ ଭାରତ ଓ ୟୁଏଇ ମଧ୍ୟରେ ଶିକ୍ଷା ସହଯୋଗୀର ଏକ ଲାଇଟହାଉସ ଭାବେ ଉଭା ହୋଇଛି । ଏହି ଅନୁଷ୍ଠାନକୁ ଆସିବା ଅତ୍ୟନ୍ତ ସନ୍ତୋଷର ବିଷୟ ।

ଶ୍ରୀ ପ୍ରଧାନ ଆବୁଧାବିର ଶିକ୍ଷା ଏବଂ ଜ୍ଞାନ ବିଭାଗ (ଏଡିଇକେ)ର ଅଧ୍ୟକ୍ଷା ସାରା ମୁସଲ୍ଲମଙ୍କ ସହ ଶିକ୍ଷାଗତ ପ୍ରାଥମିକତା ଉପରେ ଆଲୋଚନା କରିଛନ୍ତି । ଆବୁଧାବିରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ ପ୍ରତିଷ୍ଠା ସହ ୟୁଏଇରେ ଭାରତୀୟ ପାଠ୍ୟକ୍ରମ ଅନୁସରଣ କରୁଥିବା ବିଦ୍ୟାଳୟଗୁଡ଼ିକୁ ପ୍ରଦାନ କରାଯାଉଥିବା ସହଯୋଗ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ବୈଠକ କାଳରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାରତୀୟ ବିଦ୍ୟାଳୟ ଗୁଡ଼ିକରେ ସ୍ଥାପିତ ଅଟଳ ଟିଙ୍କରିଂ ଲ୍ୟାବର ସଫଳତା ଉପରେ ମତ ରଖିଥିଲେ । ଏହାସହ ୟୁଏଇରେ ଥିବା ଭାରତୀୟ ସ୍କୁଲ ଗୁଡ଼ିକରେ ଅଟଳ ଇନୋଭେସନ ଲ୍ୟାବର କ୍ରିୟାନ୍ୱୟନ ଉପରେ ମଧ୍ୟ ସେ କହିଥିଲେ ।

ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ବ୍ୟାପକ କରିବା ସହ ପ୍ରବାସୀ ଭାରତୀୟମାନଙ୍କର ଶିକ୍ଷାଗତ ଆବଶ୍ୟକତା ପୂରଣ କରିବା ପାଇଁ ୟୁଏଇରେ ଅଧିକ ଭାରତୀୟ ପାଠ୍ୟକ୍ରମ-ଭିତ୍ତିକ ବିଦ୍ୟାଳୟ ଖୋଲିବା ଉପରେ ବିଚାରବିମର୍ଶ ହୋଇଥିଲା । ସ୍କୁଲ ସ୍ତରରୁ ହିଁ ଷ୍ଟୁଡେଣ୍ଟ୍ ଏକ୍ସଚେଞ୍ଜକୁ ପ୍ରୋତ୍ସାହନ କରାଯିବା ଉପରେ ବୈଠକରେ ଗୁରୁତ୍ୱାରୋପ ଦିଆଯାଇଥିଲା । ଭାରତ ଓ ୟୁଏଇ ମଧ୍ୟରେ ଗୁଣାତ୍ମକ ଶିକ୍ଷାଗତ ସହଯୋଗକୁ ମଜବୁତ କରିବା ଏବଂ ଆମ ଦ୍ୱିପାକ୍ଷିକ ସମ୍ପର୍କର ସବୁଠାରୁ ଦୃଢ଼ ସ୍ତମ୍ଭ ଭାବରେ ଶିକ୍ଷାକୁ ପ୍ରତିଷ୍ଠା କରିବା ଦିଗରେ ଏଡିଇକେର ଅଧ୍ୟକ୍ଷଙ୍କ କାର୍ଯ୍ୟକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ ।

ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ଶିକ୍ଷା, ନବସୃଜନ ଏବଂ ଜ୍ଞାନ ଆଦାନପ୍ରଦାନରେ ସହଭାଗୀତାକୁ ଆଗକୁ ବଢ଼ାଇବା ଲକ୍ଷ୍ୟରେ ୟୁଏଇର ପ୍ରମୁଖ ନେତୃତ୍ୱ, ମନ୍ତ୍ରୀ, ନୀତି ନିର୍ଦ୍ଧାରକ, ଶିକ୍ଷାବିତ୍ ଏବଂ ଭାରତ ଓ ୟୁଏଇ ଅନୁଷ୍ଠାନର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...