ଗୋଟିଏ ରାତିରେ ଜଣଙ୍କଘରୁ ଚୋରୀ: ୭ଜଣଙ୍କ ଘରୁ ଚୋରୀ ଉଦ୍ୟମ
 କାହାର ଝରକା ତ କାହାର କବାଟ କୁ ଚୋର ମାନେ ତାଡିବା ପାଇଁ ସମର୍ଥ ହୋଇଛନ୍ତି ସତ କିନ୍ତୁ ଘର ଲୋକେ ଉଠି ପଡିବାରୁ ଚୋରୀ କରିବାରେ ସଫଳ ହୋଇପାରିନାହାନ୍ତି । ଯଦିଓ କିଛି ସ୍ଥାନରେ ଚୋରଙ୍କ ଆଂଶିକ ଫଟୋ ସିସିଟିଭିରେ କୟଦ ହୋଇଛି କିନ୍ତୁ ସେମାନଙ୍କୁ ଧରିବା ପାଇଁ ତାହା ପର୍ଯ୍ୟାପ୍ତ ନୁହେଁ ବୋଲି କୁହାଯାଉଛି । ଏ ବାବଦରେ ଦୁଇ ଜଣ ଗ୍ରାମବାସୀ  ଥାନାରେ ଏତେଲା ଦେବାରୁ ପୋଲିସ ଗାଁ କୁ ଯାଇ ତଦନ୍ତ ଆରମ୍ଭ କରିବା ସହ ରାତ୍ରି ପେଟ୍ରୋଲିଙ୍ଗକୁ ଜୋରଦାର କରିଛି । କେବଳ ରାମନଗର ନୁହେଁ ଆଖପାଖ ବିଭିନ୍ନ ଗାଁରେ ମଧ୍ୟ ଚୋରୀ ଘଟଣା ବୃଦ୍ଧି ପାଇବାରେ ଲାଗିଛି ।

ଏଇ କିଛି ଦିନ ହେଲା ଚୋରମାନେ ଅଞ୍ଚଳବାସୀଙ୍କ ଆଖିରୁ ନିଦ ହଜାଇ ଦେଇଥିବାବେଳେ ସଦର ପୋଲିସ ପାଟ୍ରୋଲିଙ୍ଗକୁ ଆହୁରି କଡାକଡ଼ି କରିବା ପାଇଁ ସ୍ଥାନୀୟ ଅଂଚଳବାସୀ ଦାବି ଜଣାଇଛନ୍ତି । ଏଇ ଚୋରୀରେ ନିଶାଡି କିମ୍ବା ସ୍ଥାନୀୟ ଅଂଚଳରେ ଗୃହ ନିର୍ମାଣ କାର୍ଯ୍ୟ ରତଥିବା ଅନ୍ୟ ରାଜ୍ୟର ଯୁବକମାନଙ୍କ ହାତ ଥାଇପାରେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ସନ୍ଦେହ କରୁଛନ୍ତି ।
 
No comments:
Post a Comment