ଖାଇବର ପଖତୁନଖ୍ୱା, ୨୨/୯: ପାକିସ୍ତାନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପାକିସ୍ତାନୀ ବାୟୁସେନା ନିଜ ନାଗରିକଙ୍କ ଉପରେ ବୋମା ପକାଇଛି। ପାକ୍ ବାୟୁସେନା ରାତି ପ୍ରାୟ ୨ଟା ସମୟରେ ଏହି ଏୟାର ଷ୍ଟ୍ରାଇକ୍ କରିଛି।
ଏହି ବିମାନ ଆକ୍ରମଣରେ ଅତି କମରେ ୩୦ ଜଣ ପ୍ରାଣ ହରାଇଛନ୍ତି। ସମସ୍ତ ମୃତକ ପାକିସ୍ତାନୀ ନାଗରିକ ଥିଲେ। ବୋମା ବିସ୍ଫୋରଣରେ ଅନେକ ଆହତ ହୋଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ବିତ ରାତିରେ ପାକିସ୍ତାନୀ ଲଢ଼ୁଆ ବିମାନ ତିରାହ ଉପତ୍ୟକାର ମାତ୍ରେ ଦାରା ଗାଁରେ ୮ଟି LS-6 ବୋମା ପକାଇଥିଲା। ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି। ଭଗ୍ନାବଶେଷ ତଳେ ଅନେକ ମୃତଦେହ ପଡ଼ିଥିବା ଦେଖାଯାଇଛି। ଉଦ୍ଧାରକାରୀ ଦଳ ଭଗ୍ନାବଶେଷ ତଳେ ପୋତା ଯାଇଥିବା ମୃତଦେହକୁ ଉଦ୍ଧାର କରିବା ପାଇଁ କାମ କରୁଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଏହି ବୋମା ବିସ୍ଫୋରଣରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଉଛି।
ସ୍ଥାନୀୟ ଗଣମାଧ୍ୟମ କହିଛି ଯେ ବାୟୁସେନା ଏହି ଅଞ୍ଚଳରେ ତେହରିକ-ଏ-ତାଲିବାନ ପାକିସ୍ତାନ (TTP) ଆଡ୍ଡାଗୁଡ଼ିକୁ ଟାର୍ଗେଟ କରି ଏ ଆକ୍ରମଣ କରିଛି। ତେବେ ସମସ୍ତ ପୀଡିତ ସାଧାରଣ ନାଗରିକ ଥିଲେ ବୋଲି ଜଣାପଡ଼ିଛି।
ଆଫଗାନିସ୍ତାନ ସୀମାନ୍ତବର୍ତ୍ତୀ ପାକିସ୍ତାନର ଖାଇବର ପଖତୁନଖ୍ୱା ଅଞ୍ଚଳରେ ଦୀର୍ଘ ଦିନ ଧରି ଅଶାନ୍ତି ଲାଗି ରହିଛି। ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଅନେକ ଥର ଆକ୍ରମଣ ହୋଇଛି।
No comments:
Post a Comment