AFFILIATE MARKETING

https://binomo.com?a=90810425bb57&t=0

Wednesday, September 3, 2025

ତେଲେଙ୍ଗାନା ରାଜନୀତିରେ କାମ ଦେଲାନି ପରିବାରବାଦ

ଝିଅଙ୍କୁ ଦଳରୁ ବିଦା କଲେ କେସିଆର

ହାଇଦ୍ରାବାଦ, ୨/୯: ତେଲେଙ୍ଗାନା ରାଜନୀତିରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ତେଲେଙ୍ଗାନାର ଆଞ୍ଚଳିକ ଦଳ ଭାରତ ରାଷ୍ଟ୍ର ସମିତି (BRS)ର ସଭାପତି ତାଙ୍କ ନିଜ ଝିଅକୁ ଦଳରୁ ବିଦା କରିଛନ୍ତି। କେ କବିତା ତାଙ୍କ ସମ୍ପର୍କୀୟ ଭାଇ ତଥା ପୂର୍ବତନ ଜଳସେଚନ ମନ୍ତ୍ରୀ ଟି ହରିଶ ରାଓ ଏବଂ ପୂର୍ବତନ ସାଂସଦ ଜେ ସନ୍ତୋଷ ରାଓଙ୍କ ବିଷୟରେ ଏକ ବିବାଦୀୟ ବୟାନ ଦେବା ପରେ ମଙ୍ଗଳବାର ଦିନ ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ତାଙ୍କ ପିତା ତଥା ଦଳର ସଭାପତି କେ ଚନ୍ଦ୍ରଶେଖର ରାଓ।

ପାର୍ଟି ଏକ ବିବୃତ୍ତିରେ କହିଛି ଯେ କବିତାଙ୍କ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି।

କବିତା ନିଲମ୍ବନର ଗୋଟିଏ ଦିନ ପୂର୍ବରୁ ବିଆରଏସ ଭିତରେ ଅଶାନ୍ତି ସୃଷ୍ଟି କରିଥିଲେ। ଦଳୀୟ ସହଯୋଗୀମାନେ କେସିଆରଙ୍କ ଭାବମୂର୍ତ୍ତି ନଷ୍ଟ କରୁଥିବାର ଅଭିଯୋଗ ଆଣିଥିଲେ ଆଣି ସେ ଦଳ ଭିତରେ ଝଡ଼ ସୃଷ୍ଟି କରିବାକୁ ଚାହିଁଥିଲେ।

ସେ ବରିଷ୍ଠ ନେତା ଟି ହରିଶ ରାଓ ଏବଂ ପୂର୍ବତନ ସାଂସଦ ମେଘା କୃଷ୍ଣ ରେଡ୍ଡିଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେମାନେ ତାଙ୍କ ପିତାଙ୍କ ଉପରେ ଦୁର୍ନୀତି ମାମଲାରେ ଫସାଇବାକୁ ଚାହୁଁଥିବା ଅଭିଯୋଗ କରିଥିଲେ। ଏବଂ ହରିଶ ରାଓ ଏବଂ ସନ୍ତୋଷ କୁମାରଙ୍କ ଦ୍ୱାରା ତାଙ୍କୁ ସାଇଡ୍ କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ମଧ୍ୟ ସେ ଅଭିଯୋଗ କରିଥିଲେ।

ଗତ ଅଗଷ୍ଟ ୨୨ ତାରିଖରେ, କବିତା ବିଦେଶରେ ଥିବା ସମୟରେ ତେଲେଙ୍ଗାନା ବୋଗୁ ଘନି କାର୍ମିକ ସଂଘମ (TBGKS)ର ସଭାପତି ପଦରୁ ହଠାତ୍ ହଟାଇ ଦିଆଯାଇଥିଲା। ସେ ଦଳୀୟ ବ୍ୟକ୍ତିମାନେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଥିଲେ ଏବଂ କହିଥିଲେ ଯେ ତାଙ୍କର ନିଲମ୍ବନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...