AFFILIATE MARKETING

https://binomo.com?a=90810425bb57&t=0

Thursday, September 11, 2025

ସୁଭଦ୍ରାରୁ ବାଦ ପଡିଥିବା ହିତାଧିକାରୀଙ୍କ କାରଣ ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମୃତ୍ୟୁ ତାଲିକା ରିପୋର୍ଟ ଗ୍ରହଣୀୟ

ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ୍ କାର୍ଯ୍ୟକାରୀ କରାଯିବ

ଭୁବନେଶ୍ୱର, ୧୦/୦୯: ଆଜି ମହିଳା ଓ ଶିଶୁ ବିକାଶ ସମ୍ମିଳନୀ କକ୍ଷରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ସୁଭଦ୍ରାରୁ ବଞ୍ଚିତ ହୋଇଥିବା ହିତାଧିକାରୀମାନଙ୍କ କାରଣ ବିଷୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ, ବାଣିଜ୍ୟ ଓ ପରିବହନ ବିଭାଗ ଅଧିକାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିକାରୀ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅଧିକାରୀ, ଉଚ୍ଚ ଶିକ୍ଷା ବିଭାଗର ଅଧିକାରୀ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଅଧିକାରୀ, ସୁଭଦ୍ରା ଟିମର ଅଧିକାରୀବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

ମୃତ୍ୟୁ କାରଣରୁ ବଞ୍ଚିତ ହୋଇଥିବା ୧୫, ୯୮୪ ଜଣ ହିତାଧିକାରୀଙ୍କ ତାଲିକାକୁ ଯାଞ୍ଚ କରିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଦିଆଯାଇଛି । ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯାଞ୍ଚ ରିପୋର୍ଟ ଆଧାରରେ ମୃତ ହିତାଧିକାରୀ ସୁଭଦ୍ରାରୁ ବାଦ ପଡ଼ିବେ ବୋଲି ବୈଠକରେ ମତ ପ୍ରକାଶ ହୋଇଛି । ସେହିପରି ଭାବେ ଚାରିଚକିଆ ଯାନ ଥିବା ହିତାଧିକାରୀଙ୍କ ତାଲିକାକୁ ବାଣିଜ୍ୟ ଓ ପରିବହନ ବିଭାଗକୁ ଯାଞ୍ଚ ପାଇଁ ପ୍ରଦାନ କରାଯାଇଛି । ଜମି ବାବଦୀୟ ହିତାଧିକାରୀଙ୍କ ତାଲିକାକୁ କ୍ଷେତ୍ର ଅନୁଧ୍ୟାନ କରାଯିବ ବୋଲି ବୈଠକରେ ମତ ପ୍ରକାଶ ପାଇଛି । ବୟସାଧିକ ହିତାଧିକାରୀଙ୍କ ଆଧାରକୁ ପୁନର୍ବାର ଯାଞ୍ଚ କରିବା ପରେ ବାଦ ପଡ଼ିଥିବା ଯୋଗ୍ୟ ମହିଳାଙ୍କୁ ସୁଭଦ୍ରାରେ ସାମିଲ କରାଯିବ ।

ଏହି ବୈଠକରେ ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ କୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ନିର୍ଦ୍ଦେଶ ଦେଇଛନ୍ତି ।

No comments:

COASTAL NEWS

ଛାରପୋକ

ଜଣେ ରାଜା ତାଙ୍କ ଶୟନ କକ୍ଷରେ ନାର୍ପି ନାମକ ଏକ ବିଛା ପୋକ ରଖିଥିଲେ। ଯେତେବେଳେ ରାଜା ରାତିରେ ବାହାରକୁ ଯାଉଥିଲେ, ସେ ଚୋରି କରି ବାହାରକୁ ଆସୁଥିଲେ, ରାଜାଙ୍କ ରକ୍ତ ଶ...