ଆସୁଛି ଶକ୍ତିଶାଳୀ ଲଘୁଚାପ। ଏନେଇ ଆଜିଠାରୁ ବର୍ଷା ପରିମାଣ ବୃଦ୍ଧି ପାଇବ। ତେବେ, ଆସନ୍ତୁ ଜାଣିବା ପାଣିପାଗ ବିଭାଗ ଆଜି କେଉଁ ଜିଲ୍ଲାକୁ ବର୍ଷା ସହ ବିଜୁଳି ଘଡ଼ଘଡ଼ି ନେଇ ସତର୍କତା ଜାରି କରିଛି।...
ତାଙ୍କ ଆକଳନ ଅନୁସାରେ, ବାଲାଦେଶ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ରହିଛିଷ ୨୪ ଓ ୨୪ ତାରିଖରେ ଓଡ଼ିଶା ଉପକୂଳ ଠାରୁ ଦୂରରେ ଏହି ଲଘୁଚାପ ରହିବ। ୨୬ରେ ଗୋପାଳପୁର ଓ ବିଶାଖାପାଟଣା ମଝିରେ (ଶ୍ରୀକାକୁଲମ୍) ପାଖରେ ଏହି ସ୍ଥଳଭାଗ ଛୁଇଁପାରେ।
୩୦ରେ ଓଡ଼ିଶା ସଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଏହା ଓଡ଼ିଶା ଉପକୂଳ ପାଖରେ ସମୁଦ୍ର ପତ୍ତନରେ ଉତ୍ତର ଆଡ଼କୁ ଆଗେଇବ। ୪ରେ ପଶ୍ଚିମ ଦିଘା ପାଖକୁ ଆସିବ। କିନ୍ତୁ ଏହା ଘନୀଭୂତ ହେବନି ବୋଲି ସେ କହିଛନ୍ତି।
ଆଜି ପଶ୍ଚିମ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଓ ଅନ୍ୟ ସ୍ଥାନରେ ୨୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। କଳାହାଣ୍ତି, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡା ଓ ସୋନପୁରରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି।
ଆସନ୍ତାକାଲି ବର୍ଷା ବିଭିନ୍ନ ସ୍ଥାନରେ ୨୦ ମିମିରୁ କମ୍ ହୋଇପାରେ। ଏବଂ ୨୫ ତାରିଖରେ ମାଲକାନଗିରି ଓ କୋରାପୁଟ୍ ରେ ଅତି ପ୍ରବଳ ବର୍ଷା ହେବା ସହିତ ରାୟଗଡା, ନବରଙ୍ଗପୁର , କଳାହାଣ୍ତି ଓ କନ୍ଧମାଳରେ ଘଡଘଡ଼ି ସହ ବର୍ଷା ନେଇ ଆଶଙ୍କା ରହିଛି।
୨୬ରେ ଉତ୍ତର ଆଭ୍ୟନ୍ତରକୁ ଛାଡି଼ ରାଜ୍ୟର ଅନ୍ୟ ସ୍ଥାନରେ ୨୫ ମିମି ପର୍ଯ୍ୟନ୍ତ ବର୍ଷା ହେବ।
୨୭ରେ ଭୁବନେଶ୍ବର ଓ କିଛି ବିକ୍ଷିପ୍ତ ଅଞ୍ଚଳରେ ବର୍ଷା ହେବ। ୩୦ ଓ ୨ରେ ପ୍ରବଳ ବର୍ଷା ହେବ।
୨ରେ ଉପକୂଳରେ ହାଲୁକା ବର୍ଷା ହେବ। ହେଲେ, ଆସନ୍ତାକାଲି ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ କହିଛି।
ଉତ୍ତର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ଉପକୂଳ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବ। ୨୬ ତାରିଖ ବେଳକୁ ଏହା ଅବପାତର ରୂପ ନେବ। ୨୭ରେ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ।
ବର୍ଷା ସରକାରୀ ଚାକିରି ସୂଚନା ରାଜନୀତି ଖେଳ କୃଷି ଶିଳ୍ପ ବୈଷୟିକ ଜ୍ଞାନ ଘଟଣା ଓ ଦୁର୍ଘଟଣା ସମ୍ପର୍କରେ ଜାଣିବା ପାଇଁ ସବସ୍କ୍ରାଇବ କରନ୍ତୁ ଓ ଲାଇକ କରନ୍ତୁ
କୋଷ୍ଟାଲ ନ୍ୟୁଜ ଓଡ଼ିଆ ଆପଣଙ୍କ ସାଥିରେ
ଉପକୁଳ ସମାଚାର
ବନ୍ଦେ ଉତ୍କଳ ଜନନୀ
No comments:
Post a Comment