AFFILIATE MARKETING

https://binomo.com?a=90810425bb57&t=0

Sunday, September 21, 2025

ରାଜ୍ୟ ବିଜେପି ଶିଳ୍ପ ପ୍ରକୋଷ୍ଠର “VOCAL FOR LOCAL” ଆଲୋଚନା ଚକ୍ର ଉଦଯାପିତ

‘ପ୍ରତିକୂଳ ପରିସ୍ଥିତିରେ ଯିଏ ସଫଳତାର ସ୍ୱପ୍ନ ଦେଖେ ସେ ହିଁ ପ୍ରକୃତ ଶିଳ୍ପଉଦ୍ୟୋଗୀ’

ଭୁବନେଶ୍ୱର, ୨୦/୯: ସେବାପକ୍ଷର ଚତୁର୍ଥ ଦିନ ରାଜ୍ୟ ବିଜେପି ଶିଳ୍ପ ପ୍ରକୋଷ୍ଠ ତରଫରୁ “VOCAL FOR LOCAL” ଶୀର୍ଷକ ଆଲୋଚନା ଚକ୍ର ସ୍ଥାନୀୟ ବରନ୍ୟାସ ହୋଟେଲରେ ଅନୁଷ୍ଠିତ ହୋଇଯାଇ ଅଛି I ଏହି ଆଲୋଚନା ଚକ୍ରରେ ରାଜ୍ୟ ବିଜେପି ଦଳର ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ I

ରାଜ୍ୟ ବିଜେପି ଶିଳ୍ପ ପ୍ରକୋଷ୍ଠର ଆବାହକ ଚୌଧୁରୀ ପ୍ରଭାତ ମିଶ୍ର ଏବଂ ଯୁଗ୍ମ ଆବାହକ ଡ. ତପନ କୁମାର ଚାନ୍ଦ ଆଲୋଚନା ଚକ୍ରକୁ ପରିଚାଳନା କରିଥିଲେ I ରାଜ୍ୟ ବିଜେପି ଶିଳ୍ପ ପ୍ରକୋଷ୍ଠର କାର୍ଯ୍ୟକାରୀ ସଦସ୍ୟ ଶ୍ରୀ କୁଳମଣି ବିଶ୍ୱାଳ, ଶ୍ରୀ ସଂକରଜି ମହାପାତ୍ର, ଶ୍ରୀ ଦୀପକ କୁମାର ମହାନ୍ତି , ଶ୍ରୀ ଦୁର୍ଯ୍ୟୋଧନ ପ୍ରଧାନ, ଶ୍ରୀ ଅକ୍ଷୟ କୁମାର ପଟ୍ଟନାୟକ ଏହି ଆଲୋଚନା ଚକ୍ରର ପରିଚାଳନାରେ ସହଯୋଗ କରିଥିଲେ I ଭୁବନେଶ୍ୱର ଶିଳ୍ପ ପ୍ରକୋଷ୍ଠର ଆବାହକ ଶ୍ରୀ ପ୍ରକାଶ ମହାନ୍ତି ଆଲୋଚନା ଚକ୍ରର ସୁପରିଚାଳନା ପାଇଁ ଆନୁଷଙ୍ଗିକ ସାହାଯ୍ୟ ପ୍ରଦାନ କରିଥିଲେ I

ଏହି ଆଲୋଚନା ଚକ୍ରର ବହୁ ବୁଦ୍ଧିଜୀବୀ, ଶିଳ୍ପଉଦ୍ୟୋଗୀ , ଷ୍ଟାର୍ଟ ଅପ ବ୍ୟବସାୟୀ, ସୃଜନ ଶିଳତାର ନୂତନ ପ୍ରୟୋଗ କରିବା ପାଇଁ ଇଛୁକ ବ୍ୟକ୍ତି ଏବଂ ବୃହତ ଶିଳ୍ପର ପ୍ରତିନିଧିମାନେ ଯୋଗ ଦେଇଥିଲେ I

ପ୍ରାରମ୍ଭରେ ଯୁଗ୍ମ ଆବାହକ ଡ଼. ଚାନ୍ଦ ସମସ୍ତଙ୍କୁ ସ୍ୱାଗତ କରି ଆଲୋଚନାର ମୂଳ ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ I କ୍ଷୁଦ୍ର, ମଧ୍ୟମ ଏବଂ ଷ୍ଟାର୍ଟ ଅପ ଶିଳ୍ପମାନଙ୍କର ସହାୟତା ପାଇଁ ଏକ କୋମ୍ପୁଟର ଆପ୍ପ ୩୩ କ୍ରୋର ର MD ଶ୍ରୀ ବିଶ୍ୱରଂଜନ ପ୍ରଦର୍ଶନ କରିଥିଲେ I ତା ସହିତ ଉତ୍କର୍ଷ ଓଡିଶା ଶୀର୍ଷକ ପୁସ୍ତକ ଉନ୍ମୋଚନ ହୋଇଥିଲା I ପରେ NIST ୟୁନିଭର୍ସିଟି ତରଫରୁ କିଭଳି “VOCAL FOR LOCAL” କାର୍ଯ୍ୟକ୍ରମରେ ସମାଜର ତଥା ସ୍ଥାନୀୟ ଲୋକମାନଙ୍କର ଆର୍ଥିକ ସ୍ୱଚ୍ଛଳତା ବଢିପାରିବ ତା ଉପରେ ଏକ ଉପସ୍ଥାପନା କରିଥିଲେ I ସ୍ଥାନୀୟ ଉତ୍ପାଦକୁ କିଭଳି ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ବଜାରକୁ ପଠାଯାଇ ପାରିବ, ତାହା ଉପରେ ଆଲୋକପାତ କରିଥିଲେ I

ବୃହତ ଉଦ୍ୟଗ ତରଫରୁ ବେଦାନ୍ତ ପ୍ରତିନିଧିମାନେ ଭାଗ ନେଇ ଓଡିଶାର ଅର୍ଥନୀତିରେ ବେଦାନ୍ତର ଭୂମିକା ଉପରେ ଏକ ଉପସ୍ଥାପନା ପ୍ରଦର୍ଶନ କରିଥିଲେ I ମୂଲ୍ୟଯୁକ୍ତ ପାଇଁ ଡାଉନଷ୍ଟ୍ରିମ୍ ଶିଳ୍ପଗୁଡିକର ନିହାତି ଆବଶ୍ୟକତା ରହିଛି ତାହା ବେଦାନ୍ତ ଭଲ ଭାବରେ ଜାଣେ, ଯେଉଁଥିପାଇଁ ଝାରସୁଗୁଡ଼ାରେ ଏକ ଆଲୁମିନିଅମ ପାର୍କର ପ୍ରକଳ୍ପ ସ୍ଥାପନ କରିବାକୁ ଯାଉଛି I ଯାହା ଦ୍ୱାରା ଆଲୁମିନିଅମ ସମ୍ଭନ୍ଧୀତ ଶିଳ୍ପ ଗୋଟିଏ ସ୍ଥାନରେ ଗଢି ଉଠିବ I ଶିଳ୍ପ ଉଦ୍ୟୋଗୀମାନେ ଗୋଟିଏ ଜାଗାରେ ଜମି , କଞ୍ଚାମାଲ, ବିଦ୍ୟୁତ ଏବଂ ଅନ୍ୟ ଭିତ୍ତିଭୂମି ସୁବିଧା ପାଇପାରିବେ I ବେଦାନ୍ତ ମଧ୍ୟ ସ୍ଥାନୀୟ ଲୋକମାନଙ୍କର ରୋଜଗାର ବଢାଇବା ପାଇଁ ହସ୍ତଶିଳ୍ପର ବିକାଶ ଉପରେ କାର୍ଯ୍ୟ କରୁଅଛି I

ଆଲୋଚନାଚକ୍ରରେ ଭାଗ ନେଇ ବହୁ କ୍ଷୁଦ୍ର ଶିଳ୍ପପତି ଏବଂ ଷ୍ଟାର୍ଟ ଅପ ବ୍ୟବସାୟୀମାନେ ସରକାରୀ କଳର ଶୀଥିଳତା ଏବଂ ସରକାରୀ କର୍ମଚାରୀମାନଙ୍କର ନକାରାତ୍ମକ ମନୋଭାବ ଉପରେ ଆଲୋକପାତ କରିଥିଲେ ଯାହା ଓଡ଼ିଶାର ଶିଳ୍ପାୟନ ଉପରେ ବାଧକ ସାଜୁଛି I ସେମାନେ “REAL SINGLE WINDOW CLEARANCE” ଉପରେ ଜୋର ଦେଇଥିଲେ I “EASE OF DOING BUSINESS” ତାଲିକାରେ ଓଡ଼ିଶାର ସ୍ଥିତି ସର୍ଵନିମ୍ନରେ ଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଥିଲେ I

ରାଜ୍ୟ ବିଜେପି ଶିଳ୍ପ ପ୍ରକୋଷ୍ଠର ଆବାହକ ଚୌଧୁରୀ ପ୍ରଭାତ ମିଶ୍ର ଉଦବୋଧନ ଦେଇ କହିଲେ ଯେ ଏହି ପ୍ରକୋଷ୍ଠ ଓଡ଼ିଶାର ଶିଳ୍ପଉଦ୍ୟୋଗୀ ଏବଂ ସରକାର ମଧ୍ୟରେ ଏକ ସଂଯୋଜକ ଭାବେ କାମ କରିବ ଏବଂ ଦ୍ରୁତ ଶିଳ୍ପାୟନ ପାଇଁ ଯାହା ସବୁ ବାଧକ ଅଛି ତାହାକୁ ଦୂର କରିବା ପାଇଁ ଅବିରତ ଚେଷ୍ଟା କରିବ I

ସେ ମଧ୍ୟ କହିଲେ ଯେ ପ୍ରତିକୂଳ ପରିସ୍ଥିତିରେ ଯିଏ ସଫଳତାର ସ୍ୱପ୍ନ ଦେଖେ ସେ ହିଁ ପ୍ରକୃତ ଶିଳ୍ପଉଦ୍ୟୋଗୀ I

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସାମଲ କହିଲେ ଯେ ଆଜିର ଆଲୋଚନା ଚକ୍ର ଏକ ରୁଚି ସମ୍ପର୍ଣ୍ଣ ଏବଂ ଗଠନମୂଳକ ବିଷୟକୁ ନେଇ କରାଯାଇଥିବାରୁ ରାଜ୍ୟ ଶିଳ୍ପ ପ୍ରକୋଷ୍ଠ ପ୍ରଶଂସାର ଅଧିକାରୀ I ସେ ପୁଣି କହିଲେ ଯେ ଓଡିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ଆମ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ ଥିଲା I ୨୦୩୬ ସୁଦ୍ଧା ଓଡିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଆମର ଲକ୍ଷ I ସେଥିପାଇଁ ଆମକୁ “VALUE ADDED PRODUCTS” ଉପରେ ଧ୍ୟାନ ଦେବାକୁ ହେବ I ସରକାରୀ କର୍ମଚାରୀମାନଙ୍କର ନକାରାତ୍ମକ ମନୋଭାବ ଉପରେ ସେ କହିଲେ ଯେ ଆମେ କାହାର ଚରିତ୍ର ବଦଳାଇ ପାରିବା ନାହିଁ, କିନ୍ତୁ ବ୍ୟବସ୍ଥାକୁ ବଦଳାଇ ପାରିବା I ବ୍ୟବସ୍ଥା ବଦଳି ଗଲେ ସମସ୍ୟା ଆପେ ଆପେ ସମାଧାନ ହୋଇଯିବ I ଆଜିର ଆଲୋଚନା ଚକ୍ରରେ ଯେଉଁସବୁ ସମସ୍ୟା ଉପରେ ଆଲୋକପାତ କରାଗଲା ତାହାର ଉପଯୁକ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗକୁ ଅବଗତ କରାଇବେ ବୋଲି ଆଶ୍ୱାସନା ଦେଇଥିଲେ I

ରାଜ୍ୟ ଶିଳ୍ପ ପ୍ରକୋଷ୍ଠର କାର୍ଯ୍ୟକାରୀ ସଦସ୍ୟ ଶ୍ରୀ କୁଳମଣି ବିଶ୍ୱାଳ ବହୁ କାର୍ଯ୍ୟ ବ୍ୟସ୍ତତା ଭିତରେ ସମୟ ବାହାରକରି ଆଲୋଚନାଚକ୍ରରେ ଯୋଗ ଦେଇଥିବାରୁ ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ ସାମଲଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ଅନ୍ୟାନ୍ୟ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I

No comments:

COASTAL NEWS

ଖବର ଆଜିର

*ଖବର ଆଜିର,  ରାଜ୍ୟରୁ ବିଦାୟ ନେବ ମୌସୁମୀ। ଆସନ୍ତାକାଲି କୋରାପୁଟ ଓ ମାଲକାନଗିରି ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ରାସ...