AFFILIATE MARKETING

https://binomo.com?a=90810425bb57&t=0

Monday, September 8, 2025

ଗୁରୁ ନାଁରେ କଳଙ୍କ: ଯୌନ ନିର୍ଯାତନା ଦେବାରୁ ଆତ୍ମହତ୍ୟା କରିଥିଲେ ଛାତ୍ରୀ, କୋର୍ଟ ଚାଲାଣ ହେଲେ ଶିକ୍ଷକ

ଗୁରୁ ନାଁରେ କଳଙ୍କ: ଯୌନ ନିର୍ଯାତନା ଦେବାରୁ ଆତ୍ମହତ୍ୟା କରିଥିଲେ ଛାତ୍ରୀ, କୋର୍ଟ ଚାଲାଣ ହେଲେ ଶିକ୍ଷକ
ଗୋଲାମୁଣ୍ଡା,୮ା୯:  କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ଅଧୀନ ବନ୍ଧଗାଁରେ ଗତ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା। ସ୍ଥାନୀୟ ଜଣେ ଛାତ୍ରୀ ଯୌନ ନିର୍ଯାତନାର ଶିକାର ହୋଇ ଶେଷରେ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଛାତ୍ରୀ ଜଣଙ୍କର ଉକ୍ତ ଗାଁରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷକ ସୁନୀଲ ଚନ୍ଦ୍ର ଭୋଇଙ୍କ ସାଙ୍ଗରେ ଦୀର୍ଘ ୧ବର୍ଷ ଧରି ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। 

ଶିକ୍ଷକ ଜଣକ ବିଭିନ୍ନ ପ୍ରଲୋଭନ ଓ ବିବାହର ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କୁ ଅନେକ ଥର ଯୌନ ଶୋଷଣ କରିଥିଲେ। କୌଣସି କାରଣରୁ ଦୀର୍ଘ ୨ମାସ ହେବ ଉଭୟଙ୍କ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଫଳରେ ଶିକ୍ଷକ ଜଣକ ଉକ୍ତ ଛାତ୍ରୀ ସାଙ୍ଗରେ କଥାବାର୍ତ୍ତା ହେବା ସମ୍ପୂର୍ଣ୍ଣ ରୂପରେ ବନ୍ଦ କରିଦେଇଥିଲେ ଓ ଛାତ୍ରୀଙ୍କଠାରୁ ଦୂରେଇ ଯାଇଥିଲେ। ଫଳରେ ଛାତ୍ରୀ ଜଣକ ଲୋକଲଜ୍ଜା ଭୟରେ ଓ ଶିକ୍ଷକଙ୍କ ପ୍ରତାରଣା ସହି ନ ପାରି ରବିବାର ସକାଳେ ନିଜ ଘରେ ବିଷ ପିଇ ଆତ୍ମହତ୍ୟା କରିଥିଲେ। 

ଏନେଇ ଖବର ପାଇ ଦଶପୁର ଫାଣ୍ଡି ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରର୍ଗଙ୍କୁ ହସ୍ତାନ୍ତର କରିଥିଲେ। ଏପରିକି ଘଟଣାସ୍ଥଳରୁ ଛାତ୍ରୀଙ୍କ ଏକ ହାତଲେଖା ଡାଇରୀ ଓ ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ କରିଥିଲା ପୋଲିସ। ଏହାକୁ ଆଧାର କରି ଦଶପୁର ପୋଲିସ ଏକ ମାମଲା ନଂ( ୧୨୯/୨୫) ରୁଜୁ କରି ଅଭିଯୁକ୍ତ ଶିକ୍ଷକ ସୁନୀଲ ଚନ୍ଦ୍ର ଭୋଇଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଶିକ୍ଷକଙ୍କ ଘର କେସିଙ୍ଗା ଥାନା ବ୍ରାହ୍ମଣୀ ଗାଁର ବୋଲି ଜଣାପଡ଼ିଛି।

No comments:

COASTAL NEWS

​🕉️ Bhagavad Gita – 5th Adhyaya (Odia Lyrical Suite)

​ 🕉️ Bhagavad Gita – 5th Adhyaya (Odia Lyrical Suite) ​ I. The Inquiry (Stanzas 1–7) ​Command: Slow meditative intro, etherea...