AFFILIATE MARKETING

https://binomo.com?a=90810425bb57&t=0

Monday, September 8, 2025

ଜାପାନ ପ୍ରଧାନମନ୍ତ୍ରୀ ଇସିବା ଶିଗେରୁଙ୍କ ଇସ୍ତଫା

ନିର୍ବାଚନରେ ଶାସକ LDPର ପରାଜୟ ପାଇଁ ଇସ୍ତଫା

ଟୋକିଓ, ୭/୯: ସଂସଦୀୟ ନିର୍ବାଚନରେ ପରାଜୟ ପାଇଁ ଲଗାତାର ସମାଲୋଚନାର ଶିକାର ହେବା ପରେ ଜାପାନର ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ରବିବାର ଇସ୍ତଫା ଦେଇଛନ୍ତି। ଶାସକ ଲିବରଲ୍ ଡେମୋକ୍ରାଟିକ୍ ପାର୍ଟିରେ ବିଭାଜନ ରୋକିବା ପାଇଁ ଶିଗେରୁ ଇଶିବା ରବିବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।

ଗତ ଅକ୍ଟୋବରରେ ପଦ ଗ୍ରହଣ କରିଥିବା ୬୮ ବର୍ଷୀୟ ଶିଗେରୁ ଗତ କିଛି ସପ୍ତାହ ଧରି ଇସ୍ତଫା ଦେବାକୁ ଯାଉଥିବା ଦାବିକୁ ପ୍ରତ୍ୟାଖ୍ୟାନ କରୁଥିଲେ ଏବଂ କହୁଥିଲେ ଯେ ଆମେରିକାର ଶୁଳ୍କ ନୀତି ଓ ଆଞ୍ଚଳିକ ଉତ୍ତେଜନା ମଧ୍ୟରେ ପଦ ଛାଡ଼ିଲେ ରାଜନୈତିକ ଅସ୍ଥିରତା ଦେଖାଯିବ।

ତେବେ ତାଙ୍କ ଦଳ LDP ଏବଂ ଏହାର ମେଣ୍ଟ ଦଳକୁ ଜୁଲାଇରେ ଅନୁଷ୍ଠିତ ନିର୍ବାଚନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ପରାଜୟ ଯୋଗୁଁ, LDP ସଂସଦରେ ବହୁମତ ହରାଇଲା। ଯାହା ଦଳ ଭିତରେ ମତଭେଦ ଏବଂ ଅସନ୍ତୋଷ ବୃଦ୍ଧି କଲା। ଏହି ଅସନ୍ତୋଷ ମଧ୍ୟରେ ସେ ପଦରୁ ଇସ୍ତଫା ଦେଇଛନ୍ତି। LPDରେ ବିଭାଜନ ଆଶଙ୍କା କରି ସଭାପତି ପଦରୁ ମଧ୍ୟ ଓହରିଲେ।

ଅଭିଜ୍ଞ ତାରୋ ଆସୋ ଏବଂ ଅନେକ କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ଦଳର ହେଭିୱେଟ୍ ଖୋଲାଖୋଲି ଭାବରେ ତାଙ୍କ ପଦ ଛାଡିବାକୁ ଦାବି କରିଥିଲେ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...