AFFILIATE MARKETING

https://binomo.com?a=90810425bb57&t=0

Friday, September 12, 2025

ପଞ୍ଚାୟତ ସମିତିରେ ବିଡିଓଙ୍କ ବିଲ୍ ପାସ କରିବା କ୍ଷମତା ଦୁଇରୁ ଦଶ ଲକ୍ଷକୁ ବୃଦ୍ଧି ପ୍ରସଙ୍ଗ

ପଞ୍ଚାୟତ ସମିତିର କ୍ଷମତାକୁ ସଙ୍କୁଚିତ କରିବା ନିଷ୍ପତ୍ତି ଅଗଣତାନ୍ତ୍ରିକ: ବିଜେଡି

ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା କାଢିନେଇ ନିଜେ ବ୍ୟବହାର କରିବା ପାଇଁ ଏପରି ନିଷ୍ପତ୍ତି

ଭୁବନେଶ୍ୱର, ୧୧/୦୯: ପଞ୍ଚାୟତ ସମିତି କାର୍ଯ୍ୟର ବିଲ୍ ପାସ କରିବା କ୍ଷେତ୍ରରେ, ବିଡିଓ ମାନଙ୍କ କ୍ଷମତା କୌଣସି ପ୍ରତି ସ୍ୱାକ୍ଷର ବିନା ପୂର୍ବରୁ ୨ ଲକ୍ଷ ଥିବାବେଳେ, ଏହାକୁ ୧୦ ଲକ୍ଷକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଗତକାଲି କ୍ୟାବିନେଟ୍‌ରେ ମଞ୍ଜୁରୀ ଦେଇଥିବା ବେଳେ ଆଜି ବିଜୁ ଜନତା ଦଳ ଏହାକୁ ଦୃଢ଼ ସମାଲୋଚନା କରି ଜନଆନ୍ଦୋଳନର ଚେତାବନୀ ଦେଇଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ବିଧାୟକ ଡ଼ ଅରୁଣ କୁମାର ସାହୁ, ଦଳର ଉପସଭାପତି ତଥା ରାଜ୍ୟ ବରିଷ୍ଠ ଗଣମାଧ୍ୟମ ସଂଯୋଜକ ଶ୍ରୀ ପ୍ରତାପ ଜେନା ଏହି ନିଷ୍ପତ୍ତିକୁ ଅଗଣତାନ୍ତ୍ରିକ ଓ ଅସମ୍ୱିଧାନିକ ବୋଲି କହିଛନ୍ତି ।

ଡ଼ ସାହୁ କହିଥିଲେ, ନବୀନ ସରକାରଙ୍କ ସମୟରେ ପଞ୍ଚାୟତ ସମିତିକୁ ପ୍ରଭୂତ କ୍ଷମତା ପ୍ରଦାନ କରାଯାଉଥିବା ବେଳେ ବର୍ତ୍ତମାନର ବିଜେପି ସରକାର ପଞ୍ଚାୟତ ସମିତିର କ୍ଷମତା ପ୍ରତ୍ୟାହାର କରିବା ପାଇଁ ଅପଚେଷ୍ଟା କରୁଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ କୁଠାରଘାତ ସଦୃଶ୍ୟ । ପୂର୍ବରୁ ୨ ଲକ୍ଷରୁ ଊର୍ଦ୍ଧ୍ୱ ପରିମାଣର ବିଲ୍ ଆସିଲେ, ସେଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ପ୍ରତି ସ୍ୱାକ୍ଷର ଆବଶ୍ୟକ ଥିଲା । ପରିବର୍ତ୍ତିତ ନିୟମ ଅନୁଯାୟୀ, ବିଲ୍ ମୂଲ୍ୟ ୧୦ ଲକ୍ଷ ପର୍ଯ୍ୟନ୍ତ ଥିଲେ କେବଳ ବିଡିଓଙ୍କ ସ୍ୱାକ୍ଷର ପର୍ଯ୍ୟାପ୍ତ ହେବ । ପଞ୍ଚାୟତ ସମିତି ମାଧ୍ୟମରେ ହେଉଥିବା ବିଭିନ୍ନ କାର୍ଯ୍ୟ ଗୁଡିକର ବିଲ୍ ମୂଲ୍ୟ ପ୍ରାୟତଃ ୧୦ ଲକ୍ଷରୁ ତଳେ ରହିଥାଏ । କାଁ ଭାଁ ଗୋଟିଏ ଅଧେ ବିଲ୍ ୧୦ ଲକ୍ଷରୁ ଅଧିକ ମୂଲ୍ୟର ଥାଏ । ତେଣୁ, ସରକାରଙ୍କ ଏହି ନିଷ୍ପତ୍ତି କେବଳ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ କ୍ଷମତାକୁ ସଙ୍କୁଚିତ କରିବା ପାଇଁ ଉର୍ଦ୍ଦିଷ୍ଟ ବୋଲି ସ୍ପଷ୍ଟ ।

ସରକାରଙ୍କ ଏହି ନିଷ୍ପତ୍ତି ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିଥିବାରୁ, ଏହା ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି କୁଠାରଘାତ । ସମ୍ୱିଧାନର ବ୍ୟବସ୍ଥା ଅନୁଯାୟୀ ପଞ୍ଚାୟତ ସମିତିରେ ନିର୍ବାଚିତ ପ୍ରତିନିଧି ମାଧ୍ୟମରେ କାର୍ଯ୍ୟ ହେଉଥିବାରୁ, ଏହି ନିଷ୍ପତ୍ତି ସମ୍ୱିଧାନ ବିରୋଧୀ ।

ଡ଼ ସାହୁ ଆହୁରି କହିଥିଲେ, ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ରାଜ୍ୟର ଅଧିକାଂଶ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ବିଜେଡି ଦଖଲରେ ଥିବାରୁ, ସେମାନଙ୍କ କ୍ଷମତାକୁ ସଙ୍କୁଚିତ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ଅପରପକ୍ଷରେ, ଏହା କେବଳ ବାବୁରାଜକୁ ପ୍ରୋତ୍ସାହନ ଯୋଗାଉଛି । ଉଲ୍ଲେଖଯୋଗ୍ୟ, ବିରୋଧୀ ଦଳ ଭାବେ ବାବୁରାଜ ବିରୋଧରେ ସ୍ୱର ଉତ୍ତୋଳନ କରିଆସୁଥିବା ବିଜେପି କ୍ଷମତାକୁ ଆସିବା ପରେ ବାବୁରାଜକୁ ପ୍ରୋତ୍ସାହନ ଦେଉଥିବା ଏହି ନିଷ୍ପତ୍ତିରୁ ସ୍ପଷ୍ଟ ହେଉଛି । ଏହା ପୂର୍ବରୁ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ପଞ୍ଚାୟତରୁ ଆସୁଥିବା ପ୍ରସ୍ତାବକୁ ପ୍ରତ୍ୟାଖାନ କରିବାକୁ ଜିଲ୍ଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଥିଲା । ଏହାଛଡ଼ା, ବିଧାୟକ ମାନେ ମଧ୍ୟ ଏହି ଯୋଜନାର ୪୦ ପ୍ରତିଶତ ପ୍ରସ୍ତାବ ଦେଇପାରିବେ ବୋଲି ସରକାର ନିୟମ କରିଛନ୍ତି । ଏଥିରୁ ସ୍ପଷ୍ଟ ହୋଇଛି ଯେ, ରାଜ୍ୟ ବିଜେପି ସରକାର ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧି ମାନଙ୍କ ଠାରୁ କ୍ଷମତା କାଢିନେଇ ନିଜେ ଉପଭୋଗ କରିବାକୁ ଉଦ୍ୟମ କରୁଛନ୍ତି । ଏହି ନିଷ୍ପତ୍ତି ବିରୋଧରେ, ବିଜୁ ଜନତା ଦଳ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ୱନ କରିବ ।

ଶ୍ରୀ ପ୍ରତାପ ଜେନା କହିଥିଲେ, ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ତୃଣମୂଳ ସ୍ତରରେ କ୍ଷମତାର ବିକେନ୍ଦ୍ରିକରଣ । ରାଜ୍ୟ ସରକାର ନିଜ କ୍ଷମତାର ଅପବ୍ୟବହାର କରି ଏପରି ନିଷ୍ପତ୍ତି ନେଇଛନ୍ତି । ବିଡିଓ ମାନଙ୍କୁ ହାତବାରିସୀ କରି ଓ ତାଙ୍କ ଉପରେ ଚାପ ପକାଇ ପଞ୍ଚାୟତରେ ହେଉଥିବା କାର୍ଯ୍ୟ ଗୁଡ଼ିକରୁ ବିଜେପି ନେତାମାନେ କିପରି ପିସି ଆଦାୟ କରିପାରିବେ, ସେଥିପାଇଁ ରାଜ୍ୟ ସରକାର ଏହି ବ୍ୟବସ୍ଥା କରିଛନ୍ତି । ବିଜୁ ଜନତା ଦଳ ସରକାରଙ୍କ ଏହି ନିଷ୍ପତ୍ତିର ଦୃଢ଼ ନିନ୍ଦା କରୁଛି ଓ ଏହାକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରୁଛି । ଯଦି ଏହି ନିଷ୍ପତ୍ତି ପ୍ରତ୍ୟାହାର ନହୁଏ, ତାହେଲେ ରାଜ୍ୟର ସମସ୍ତ ବ୍ଲକର ଅଧ୍ୟକ୍ଷ, ପଞ୍ଚାୟତ ସମିତି ସଦସ୍ୟ ଓ ସରପଞ୍ଚ ମାନଙ୍କୁ ନେଇ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...