AFFILIATE MARKETING

https://binomo.com?a=90810425bb57&t=0

Thursday, September 4, 2025

ଲଗାଣ ବର୍ଷା ପରେ ଦେଶର ରାଜଧାନୀ ଦିଲ୍ଲୀ ସମେତ ଏକାଧିକ ଉତ୍ତର ଭାରତୀୟ ରାଜ୍ୟରେ ଭୟଙ୍କର ବନ୍ୟା

ଲଗାଣ ବର୍ଷା ପରେ ଦେଶର ରାଜଧାନୀ ଦିଲ୍ଲୀ ସମେତ ଏକାଧିକ ଉତ୍ତର ଭାରତୀୟ ରାଜ୍ୟରେ ଭୟଙ୍କର ବନ୍ୟା
ଲଗାଣ ବର୍ଷା ପରେ ଦେଶର ରାଜଧାନୀ ଦିଲ୍ଲୀ ସମେତ ଏକାଧିକ ଉତ୍ତର ଭାରତୀୟ ରାଜ୍ୟରେ ଭୟଙ୍କର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ସୁପ୍ରିମକୋର୍ଟ ବେଆଇନ ଭାବେ ଚାଲିଥିବା ଗଛ କଟା ଉପରେ ପ୍ରଶ୍ନ ଉଠାଇଛନ୍ତି। ଆଇନକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଥିବା ସର୍ବୋଚ୍ଚ ଅଦାଲତ ମତ ରଖିବା ସହ କେନ୍ଦ୍ର ସମେତ ୪ଟି ବନ୍ୟା ପ୍ରଭାବିତ ରାଜ୍ୟକୁ ନୋଟିସ କରିଛନ୍ତି।
ଭୟଙ୍କର ବନ୍ୟା ଓ ପାହାଡ଼ରୁ ବେଆଇନ ଗଛ କଟା ପ୍ରସଙ୍ଗକୁ ସୁପ୍ରିମକୋର୍ଟ ନିଜ ଆଡ଼କୁ ବିଚାରକୁ ନେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗବାଇ ଓ ଜଷ୍ଟିସ କେ ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଏହାର ବିଚାର କରି ବିକାଶ ଓ ପରିବେଶର ସୁରକ୍ଷା ମଧ୍ୟରେ ନିଶ୍ଚିତ ଭାବେ ସନ୍ତୁଳନ ରହିବା ଜରୁରୀ ବୋଲି କହିଛନ୍ତି।
ଖଣ୍ଡପୀଠ କହିଛନ୍ତି, “ଆମେ ଭୟଙ୍କର ବର୍ଷା ଓ ବନ୍ୟାକୁ ଦେଖୁଛୁ। ଆମେ ଏଥିପାଇଁ ପଞ୍ଜାବ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ ଜମ୍ମୁ-କଶ୍ମୀରକୁ ନୋଟିସ କରୁଛୁ। ପ୍ରାଥମିକ ଆକଳନରୁ ଜଣାପଡ଼ିଛି ଯେ ବେଆଇନ ଭାବେ ଗଛ କଟା ଜାରି ରହିଛି। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ପ୍ରସଙ୍ଗ।”
ପ୍ରଧାନ ବିଚାରପତି ଜଷ୍ଟିସ ଗବାଇ କହିଛନ୍ତି, “ବନ୍ୟା ଯୋଗୁ ପଞ୍ଜାବର ସମସ୍ତ ଚାଷ ଜମି ଓ ଗାଁ ଭାସି ଗଲା ଭଳି ଲାଗୁଛି। ବିକାଶ ଓ ପରିବେଶ ମଧ୍ୟରେ ସନ୍ତୁଳନ ରହିବା ଜରୁରୀ।”
ହିମାଚଳ ପ୍ରଦେଶର ବିଭିନ୍ନ ନଦୀରେ କାଠର ବ୍ଲକ ସବୁ ଭାସିବା ଖବରକୁ ବିଚାରକୁ ନେଇ ଖଣ୍ଡପୀଠ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ ଏହି ପ୍ରସଙ୍ଗକୁ ବିଚାର କରିବା ପାଇଁ କହିଛନ୍ତି। ଏଥିସହ ୩ ସପ୍ତାହ ମଧ୍ୟରେ ନୋଟିସର ଜବାବ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଶୁଣାଣି ବେଳେ ସଲସିଟର ଜେନାରାଲ କହିଛନ୍ତି ଯେ “ଦୁର୍ଭାଗ୍ୟଜନକ ଭାବେ ଆମେ ପ୍ରକୃତି ସହ ଖେଳୁଥିଲେ। ଏବେ ପ୍ରକୃତି ତା’ର ଜବାବ ଦେଉଛି।”

No comments:

COASTAL NEWS

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ ସ୍କାଏରୁଟ୍‌ ଏରୋସ୍ପେଶ ପକ୍ଷରୁ ନିର୍ମିତ ବିକ୍ରମ-୧କୁ ଲଞ୍ଚ କଲା ଇସ୍ରୋ ସ୍କାଏରୁଟ୍‌ ଏରୋସ୍ପେଶ ଟିମ୍‌ କୁ ଶୁଭେଚ୍ଛ...