AFFILIATE MARKETING

https://binomo.com?a=90810425bb57&t=0

Wednesday, September 3, 2025

କଂଗ୍ରେସ ମୁହାଁ ଭୂପିନ୍ଦର!

ବିଜେଡ଼ି ବିରୋଧରେ ଦେଲେ ବିସ୍ଫୋରକ ବୟାନ

ଭୁବନେଶ୍ୱର, ୩/୯: ବିଜେଡିର ବରିଷ୍ଠ ନେତା ତଥା ନର୍ଲା ବିଧାୟକ ଭୂପିନ୍ଦର ସିଂ ଦଳ ଛାଡ଼ିବା ନେଇ ଏକ ବଡ଼ ସଂକେତ ଦେଇଛନ୍ତି। ସେ କହିଛନ୍ତି ମୋ ପାଇଁ ଲୋକେ ହିଁ ଶ୍ରେଷ୍ଠ ଦଳ ନୁହେଁ। ମୋର ଭବିଷ୍ୟତ କଣ ହେବ ତାହା ଲୋକେ ନିଷ୍ପତ୍ତି ନେବେ। ଲୋକେ ମୋତେ କହୁଛନ୍ତି ଯେଉଁ ଚିହ୍ନରେ ଛିଡ଼ା ହେବି ଭୋଟ୍‌ ଦେବେ। କଂଗ୍ରେସ ଦେଶରେ ଓ ରାଜ୍ୟରେ ବଢିବାରେ ଲାଗିଛି। ବିଜେଡି ଠିକ୍‌ ଭାବେ ମୁଖ୍ୟ ବିରୋଧୀ ଦଳର ଭୂମିକା ନ ନେଲେ କଂଗ୍ରେସ ବଢ଼ିବ। ଲୋକେ ଅନୁଭବ କରୁଛନ୍ତି ଯେ ବିଜେଡି ଓ ବିଜେପି ଭିତରେ କିଛି ପ୍ରଭେଦ ନାହିଁ।

ତେଣୁ ଲୋକ କଂଗ୍ରେସ କଥା ଚିନ୍ତା କଲେଣି। ଲୋକେ ବିରୋଧୀଦଳଠୁ ଯାହା ଆଶା କରୁଛନ୍ତି ତାହା ବିଜେଡିଠୁ ପାଉ ନାହାଁନ୍ତି ବୋଲି କହିଛନ୍ତି ଭୂପିନ୍ଦର। ସଂସଦରେ ଦଳର ଷ୍ଟାଣ୍ଡ କ୍ଲିୟର ହୋଇ ପାରିନି। ଦଳର ନେତା ଗମ୍ଭୀରତାର ସହ ନେତା ଦରକାର।

ତେବେ ଭୂପିନ୍ଦରଙ୍କ ଏହି ବୟାନକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର‌ ଧରିଛି‌। ଯଦିଓ ସେ ଖୋଲାଖୋଲି ଭାବେ ଦଳ ଛାଡ଼ିବେ ବୋଲି କହିନଥିଲେ ମଧ୍ୟ ତାଙ୍କ ବୟାନ ଏ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...