ହଠାତ ଗ୍ରାହକଙ୍କୁ ସତର୍କ କରାଇଲା SBI, ଜାଣି ରଖନ୍ତୁ ନଚେତ ଫସିଯିବେ; ମୋବାଇଲ ନମ୍ବର ବଦଳାଇ…
ନୂଆଦିଲ୍ଲୀ,୨।୯: ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଗ୍ରାହକଙ୍କୁ ଏକ ନୂଆ ପ୍ରକାରର ମୋବାଇଲ ନମ୍ବର ବଦଳ ଜାଲିଆତି (Mobile Number Change Fraud) ସମ୍ପର୍କରେ ସତର୍କ କରିଛି। ବ୍ୟାଙ୍କ ଏକ ଚେତାବନୀ ଜାରି କରି କହିଛି ଯେ ଜାଲିଆତିକାରୀମାନେ ଗ୍ରାହକଙ୍କ ରେଜିଷ୍ଟାର୍ଡ ମୋବାଇଲ ନମ୍ବରକୁ ବଦଳାଇ ନିଜ ନମ୍ବର ସହ ଲିଙ୍କ କରିବାକୁ ଚେଷ୍ଟା କରୁଛନ୍ତି।
ଜାଲିଆତିକାରୀ କିପରି ଫସାନ୍ତି?
– ଜାଲିଆତିକାରୀ ଗ୍ରାହକଙ୍କୁ ଫୋନ୍ କଲ କିମ୍ବା SMS ପଠାଇ କୁହନ୍ତି ଯେ “ଆପଣଙ୍କ ପିପିଓ (ପେନସନ୍ ପେମେଣ୍ଟ ଅର୍ଡର) ଯାଞ୍ଚ ବାକି ଅଛି” କିମ୍ବା “ଶୀଘ୍ର ପ୍ରକ୍ରିୟା ପାଇଁ ତୁରନ୍ତ ସୂଚନା ଦିଅନ୍ତୁ।”
– ଅନେକ ସମୟରେ ସେମାନେ ଧମକ ଦିଅନ୍ତି ଯେ ଯଦି ତୁରନ୍ତ ସୂଚନା ଦିଆଯାଏ ନାହିଁ, ତେବେ ଆପଣଙ୍କ ପେନସନ ଅଟକାଇ ଦିଆଯିବ।
– ସେମାନେ ଗ୍ରାହକଙ୍କୁ ଲିଙ୍କ ପଠାଇ ତାହା ଉପରେ କ୍ଲିକ କରିବାକୁ କୁହନ୍ତି।
– ବ୍ୟକ୍ତିଗତ ସୂଚନା ଯେପରି ବ୍ୟବହାରକାରୀ ନାମ, ପାସୱାର୍ଡ, ATM ପିନ ଏବଂ OTP ଆଦି ହାସଲ କରିବାକୁ ଚେଷ୍ଟା କରନ୍ତି।
ମନେରଖନ୍ତୁ: ବ୍ୟାଙ୍କ କେବେ ହେଲେ ଫୋନ, SMS, ଲିଙ୍କ କିମ୍ବା ATM ଭିଜିଟ ମାଧ୍ୟମରେ ପିପିଓ ଯାଞ୍ଚ କରେ ନାହିଁ।
ସୁରକ୍ଷିତ ରହିବାର ଉପାୟ:
– କେବେ ହେଲେ ନିଜର ବ୍ୟକ୍ତିଗତ କିମ୍ବା ଆର୍ଥିକ ସୂଚନା କାହା ସହ ଅଂଶୀଦାର କରନ୍ତୁ ନାହିଁ।
– ବ୍ୟାଙ୍କିଙ୍ଗ ଆପ କେବଳ ଗୁଗଲ ପ୍ଲେ ଷ୍ଟୋର୍ କିମ୍ବା ଆପ ଷ୍ଟୋର୍ରୁ ଡାଉନଲୋଡ କରନ୍ତୁ।
– କୌଣସି ସନ୍ଦେହ ହେଲେ ନିକଟତମ ଶାଖା ସହ ଯୋଗାଯୋଗ କରନ୍ତୁ କିମ୍ବା ଗ୍ରାହକ ସେବା ନମ୍ବର ୧୮୦୦୧୨୩୪/୧୮୦୦୨୧୦୦ ରେ କଲ କରନ୍ତୁ।
– ସାଇବର ଅପରାଧର ଅଭିଯୋଗ ପାଇଁ ୧୯୩୦ ରେ କଲ କରନ୍ତୁ କିମ୍ବା cybercrime.gov.in କୁ ଯାଆନ୍ତୁ।
– SMS ଏବଂ ଇମେଲ ଆଲର୍ଟକୁ ଧ୍ୟାନରେ ପଢ଼ନ୍ତୁ ଏବଂ କୌଣସି ସନ୍ଦେହଜନକ ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ।
– ରେଜିଷ୍ଟର୍ଡ ମୋବାଇଲ ନମ୍ବର ହେଉଛି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟର ନିରାପତ୍ତାର ଚାବି, ଏହାକୁ ସୁରକ୍ଷିତ ରଖନ୍ତୁ।
SBIର ବାର୍ତ୍ତା:
ବ୍ୟାଙ୍କ ସ୍ପଷ୍ଟ କରିଛି ଯେ ଯଦି କଲ ୧୬୦୦ ରୁ ଆରମ୍ଭ ହେଉଛି, ତେବେ ତାହା ପ୍ରକୃତ ଏବଂ ନିରାପଦ। ଏପରି କଲ୍ର ଉତ୍ତର ଦେବାରେ କୌଣସି ବିପଦ ନାହିଁ। SBI ଗ୍ରାହକଙ୍କୁ ସତର୍କ ରହିବାକୁ, ନିରାପଦ ରହିବାକୁ ଏବଂ କୌଣସି ପ୍ରକାରର ଜାଲିଆତିରୁ ରକ୍ଷା କରିବାକୁ ଅନୁରୋଧ କରିଛି।
 
 
No comments:
Post a Comment