AFFILIATE MARKETING

https://binomo.com?a=90810425bb57&t=0

Saturday, September 20, 2025

ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ପ୍ରଚ୍ଛଦପୃଷ୍ଠାରେ ସ୍ଥାନିତ ହେଲା ଶିମିଳିପାଳର ବିରଳ କଳାବାଘ

ଓଡିଶା ପର୍ଯ୍ୟଟନ ତଥା ଶିମିଳିପାଳ ଅଭୟାରଣ୍ୟକୁ ମିଳିବ ଏକ ନୂଆ ଦିଗନ୍ତ: ଜଙ୍ଗଲ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ  

ଭୁବନେଶ୍ୱର, ୨୦/୯: ବନ୍ୟପ୍ରାଣୀ ସମ୍ପର୍କିତ ଚମତ୍କାର କଥାବସ୍ତୁ ଓ ଚିତାକର୍ଷକ ଚିତ୍ର ପାଇଁ ସାରା ବିଶ୍ୱରେ ବିଶେଷ ଆଦୃତ ଲାଭ କରିଥିବା ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ଅକ୍ଟୋବର ସଂସ୍କରଣର ପ୍ରଚ୍ଛଦପୃଷ୍ଠାରେ ସ୍ଥାନିତ ହୋଇଛି ଶିମିଳିପାଳର ବିରଳ କଳାବାଘ ।

“The Tigers Who Changed Their Stripes” ଶୀର୍ଷକ କାହାଣୀଟି ଶିମିଳିପାଳ ଅଭୟାରଣ୍ୟର ବିରଳ କଳାବାଘ ଏବଂ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ବାଘ ସ୍ଥାନାନ୍ତରଣ ପ୍ରକ୍ରିୟା ଉପରେ ପର୍ଯ୍ୟବେସିତ ଅଟେ ।

ନ୍ୟାସନାଲ୍ ଜିଓଗ୍ରାଫିକ୍ ଏକ୍ସପ୍ଲୋରର୍ ଓ ଫଟୋଗ୍ରାଫର୍ ଶ୍ରୀ ପ୍ରସେନଜିତ ଯାଦବ ଅନେକ ଦିନଧରି ଶିମିଳିପାଳର ଘନ ଜଙ୍ଗଲ ମଧ୍ୟରେ ବାଘମାନଙ୍କର ଗତିବିଧି ଲକ୍ଷ କରିବା ସହ ବିରଳ କଳାବାଘ ଉପରେ ନ୍ୟାସନାଲ୍ ଜିଓଗ୍ରାଫିକର ପ୍ରଚ୍ଛଦପୃଷ୍ଠାରେ ସ୍ଥାନ ପାଇଲା ଭଳି ଏକ ଚମତ୍କାର କାହାଣୀ ରଚନା କରିଛନ୍ତି । କାହାଣୀକୁ ଅଧିକ ଆକର୍ଷଣୀୟ କରିଛି ତାଙ୍କ ଦ୍ୱାରା ଘନ ଜଙ୍ଗଲର ସବୁଜ ବନାନୀ ମଧ୍ୟରେ ଶିଉଳିମୟ ପଥର ଉପରୁ  ନିର୍ବାକ ହୋଇ କ୍ୟାମେରାକୁ ଅନେଇରହିଥିବା କଳାବାଘର  ପ୍ରଚ୍ଛଦ ପଟର ଚିତ୍ର । ତାଙ୍କୁ ଏହି କାର୍ଯ୍ୟରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସମସ୍ତ ପ୍ରକାର ସହଯୋଗ କରିଛି ।  ବିଭାଗ ଦ୍ୱାରା ପ୍ରଦତ୍ତ ସମସ୍ତ ସହଯୋଗ ପାଇଁ ଶ୍ରୀ ଯାଦବ ବିଭାଗ ଏବଂ ସରକାରଙ୍କୁ ସାଧୁବାଦ ଜଣାଇବା ସହ ମୟୁରଭଞ୍ଜର ଶିମିଳିପାଳ ଅଭୟାରଣ୍ୟର ମନଲୋଭା ପ୍ରକୃତି, ଶାନ୍ତ-ସରଳ ଜନସାଧାରଣ ଓ ସର୍ବୋପରି ବିରଳ କଳାବାଘ ତାଙ୍କୁ ଅଭିଭୂତ କରିଛି ବୋଲି ସେ ପ୍ରକାଶ କରିଛନ୍ତି ।

ନ୍ୟାସନାଲ୍ ଜିଓଗ୍ରାଫିକ୍ ମାଗାଜିନ ଦ୍ୱାରା ମୟୁରଭଞ୍ଜର ବିରଳ କଳାବାଘଙ୍କ କାହାଣୀ ବିଶ୍ୱର କୋଟି କୋଟି ଲୋକ ପଢିବେ ଏବଂ ଓଡିଶା ଓ ଏହାର ପ୍ରାକୃତିକ ବିଭବ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିବେ । ଅତଏବ, ଏଭଳି ଏକ ବିଶ୍ୱସ୍ତରୀୟ ପତ୍ରିକାରେ ବିରଳ କଳାବାଘଙ୍କ କାହାଣୀ ସ୍ଥାନ ପାଇବା ତାହା ପୁଣି ପ୍ରଚ୍ଛଦପଟରେ, ଓଡିଶା ପାଇଁ କିଛି କମ ଗର୍ବର କଥା ନୁହେଁ ।  ଓଡିଶା ଏକମାତ୍ର ସ୍ଥାନ ଯେଉଁଠି କଳାବାଘ ଅଛନ୍ତି ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ପ୍ରକାଶ କରିଛନ୍ତି ।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶାର ସମୃଦ୍ଧ ବନ୍ୟଜନ୍ତୁ, ଜୈବ-ବିବିଧତା ଓ ପ୍ରକୃତିର ସୁରକ୍ଷା ଓ ସମୃଦ୍ଧି ପାଇଁ ନେଉଥିବା ବିବିଧ ସମୟ ଉପଯୋଗୀ ଓ ସକାରାତ୍ମକ ପଦକ୍ଷେପ ସମ୍ପର୍କରେ ଏବେ ସାରା ବିଶ୍ୱ ଜାଣିବାକୁ ପାଇବ ଏବଂ ଓଡିଶା ପର୍ଯ୍ୟଟନ ବିଶେଷ କରି ଶିମିଳିପାଳ ଅଭୟାରଣ୍ୟକୁ ଏକ ନୂଆ ଦିଗନ୍ତ ମିଳିବ ବୋଲି ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ଆଶାବ୍ୟକ୍ତ କରିଛନ୍ତି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...