
ରାଜଧାନୀ ଭୁବନେଶ୍ୱର ଅନେକ ଛକର ସମାହାରର ରାଜଧାନୀ | ତନ୍ମଧ୍ୟରୁ ସହିଦନଗର ଭଳି ଭିଭିଆଇପି ଅଞ୍ଚଳରେ ଏକ ଛକ , ଯାହାର ନାମ "ରୁପାଲୀ ଛକ" l
କିଏ ସେ ରୁପାଲୀ ?
କେଉଁଠି ସେ ରୁହେ ?
କେଉଁଠୁ ଆସିଲା ?
କେବେ ଆସିଲା ?
କେମିତି ଆସିଲା ?
ଏହିଭଳି ଅସୁମାରୀ ପ୍ରଶ୍ନ ସ୍ୱତଃ ମନରେ ଆସେ ଓ ଯାଏ..
ପ୍ରକୃତରେ ଭୁବନେଶ୍ୱରବାସୀ କ'ଣ ରୁପାଲୀକୁ ଜାଣିଛନ୍ତି ନା କେବେ ଦେଖିଛନ୍ତି ?
ନା କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ??
ତଥାପି କିଛି ସତ୍ୟର ଖବର ଆସି ପହଂଚିଛି ସମୟକ୍ରମେ |
ସତୁରି (70) ଦଶକରେ ରୁପାଲୀ ଛକ ନଥିଲା l
ସମସ୍ତେ ଆଜିର ରୁପାଲୀ ଛକ କୁ ଫୁଡ଼ କର୍ପୋରେସନ ଛକ ବୋଲି କହୁଥିଲେ l ଯେହେତୁ ପାଖରେ FCI ଅଫିସ ରହିଥିଲା l
ଆଖପାଖରେ ବଜାର ତ ଦୂର କଥା ଚାଳିଆ ଦୋକାନ ଖଣ୍ଡେ ବି ନଥିଲା l ନାଲି ରଙ୍ଗର OSRTC ଓ ଫିକା ନୀଳ ରଙ୍ଗର ORT ର ସରକାରୀ ବସ୍ କେଇଖଣ୍ଡ ଏହି ବାଟ ଦେଇ ଯାତାୟତ କରୁଥିଲା l
ଆଜି ସମୟ ଆଗେଇ ଚାଲିଛି,
କି ଦିନ, କି ରାତି ଆଜି ଏହି ଛକରେ ପ୍ରବଳ ଜନ ଗହଳି
କିନ୍ତୁ ସେହି 70 ଦଶକର ରାସ୍ତାରେ ସୂର୍ଯ୍ୟ ନଈଁ ଆସିଲା ବେଳକୁ, ଘୁରି ବୁଲୁଥିଲେ ମଣିଷ ବଦଳରେ ବିଲୁଆ, କୋକିଶିଆଳି, ଜଙ୍ଗଲୀ ଜୀବ ଇତ୍ୟାଦି
ସେହି ସମୟରେ ଛତ୍ରପୁର ଚିକଲଖଣ୍ଡିରୁ ଭୁବନେଶ୍ୱର ଆସିଥିଲେ ଜି. ପାପ୍ପା ରାଓ ନାମକ ଜଣେ ବ୍ୟକ୍ତି |
ସେ ତାଙ୍କର ଛୋଟ ଝୁମ୍ପୁଡ଼ି ହୋଟେଲ ଟିଏ ଖୋଲିଲେ ଫୁଡ଼ କର୍ପୋରେସନ ଛକ ପାଖରେ, ଆଉ ନାଁ ଦେଇଥିଲେ *"ରୁପାଲୀ ହୋଟେଲ"* l
ଗାଁ ଚିକଲଖଣ୍ଡିରେ ଥିବା ସାନଭାଇର ଝିଅ ରୁପାଲୀକୁ ସେ ଭାରି ଭଲ ପାଉଥିଲେ l ତେଣୁ ଝିଆରୀ ନାମରେ ହୋଟେଲ ନାଁ ରଖିଥିଲେ l
ଏ ହୋଟେଲରେ ସକାଳୁ ସକାଳୁ ସୁଆଦିଆ ଇଡ଼ଲି, ବରା, ଗୁଲୁଗୁଲା, ସମ୍ବର ଆଉ ପାଣିଆ ଘୁଗୁନି ମିଳେ। ପାଣିଆ ହେଲେ ବି ଟେଷ୍ଟି ଥିଲା l ତା' ସହିତ ରାଓଙ୍କ ନିଜ ଝିଅ ଲକ୍ଷ୍ମୀ ନିଜେ ଚା' ବନେଇକି ଦେଉଥିଲା l ଖରାବେଳକୁ ଏଠି ଆମିଷ ନିରାମିଷ ସବୁ ମିଳୁଥିଲା l ଧୀରେ ଧୀରେ ଚାହିଦା ଏମିତି ବଢ଼ିଲା ଯେ ଝୁମ୍ପୁଡ଼ି ଘରଟି ଆଜବେଷ୍ଟସ ଘର ପାଲଟିଗଲା l
ବାଣୀବିହାର କ୍ୟାମ୍ପସରୁ ଆରମ୍ଭକରି ଆଖପାଖ ଅଞ୍ଚଳରେ ବେଶ ପ୍ରସିଦ୍ଧ ଥିଲା ଏ *ରୁପାଲୀ ହୋଟେଲ* l କାଳକ୍ରମେ ଫୁଡ଼ କର୍ପୋରେସନ ଛକରୁ ଏହା *_"ରୁପାଲୀ ଛକ"_* ପାଲଟିଗଲା l
ହେଲେ ରାଓଙ୍କ ଝିଆରୀ କେବେ ଏ ହୋଟେଲକୁ ଆସି ନାହିଁ କି ଭୁବନେଶ୍ୱର ମଧ୍ୟ ଦେଖି ନାହିଁ |
ଝିଅ ଲକ୍ଷ୍ମୀ ବାପାଙ୍କ ସହିତ ହୋଟେଲରେ ସବୁବେଳେ ବସୁଥିଲେ | ରୁପାଲୀ ଦିନେ ନ ଆସିଲେ କଣ ହେଲା ଲୋକମାନେ ଲଷ୍ମୀଙ୍କୁ ତାଙ୍କ ଝିଅ ରୁପାଲୀ ବୋଲି ଧରି ନେଇଗଲେ ଏବଂ ତାକୁ ରୁପାଲୀ ଡାକିବା ସହିତ ଛକ କୁ ବି ରୁପାଲୀ ଛକ କୁହାକୁହି ହେଲେ |
1982 ରେ ଜମି ବିବାଦ ଯୋଗୁ ସୁଆଦିଆ ଖାଦ୍ୟ ପରଶୁଥିବା ରୁପାଲୀ ହୋଟେଲ ଚିରଦିନ ପାଇଁ ବନ୍ଦ ହେଇଗଲା l
ଯେଉଁ *ଝିଅ ରୁପାଲୀ* ନାଁ ରେ ଛକଟିର ନାମକରଣ ହୋଇଛି, ପ୍ରାୟ 40 ବର୍ଷ ତଳେ ତାଙ୍କର ମୃତ୍ୟୁ ହୋଇ ସାରିଛି l
କିନ୍ତୁ, ରାଜଧାନୀ ଭୁବନେଶ୍ୱର ବୁକୁରେ ତାଙ୍କ ନାଁ ସବୁଦିନ ପାଇଁ ରହିଗଲା l
No comments:
Post a Comment