AFFILIATE MARKETING

https://binomo.com?a=90810425bb57&t=0

Monday, September 8, 2025

ପ୍ରଶଂସl କରୁଥିବା ଲୋକ ମନରେ ନିନ୍ଦା ମଧ୍ୟ ଛପି ରହିଥାଏ

             🙏ତୁଲ୍ୟ ନିନ୍ଦାତ୍ମସମସ୍ତୁତି🙏
ଜାପାନ ର ଏକ ଗାଁ ରେ ମାଷ୍ଟର ହାକୁଇନ୍ ରହୁ ଥିଲେ।ସେ ବହୁତ ପ୍ରସିଦ୍ଧ ଓ ବଡ଼ ଖ୍ୟାତିସମ୍ପନ୍ନ ବ୍ୟକ୍ତି ଥିଲେ। ସାରା ଗାଁ ତାଙ୍କର ଆଦର ଓ ପୂଜା କରୁଥିଲା। ଗାଁ ରେ ତାଙ୍କ ସମ୍ମାନ ପାଇଁ ଲୋକମାନେ ସଙ୍ଗୀତ ଦ୍ଵାରା ତାଙ୍କର ଗୁଣ କୀର୍ତ୍ତନ କରୁଥିଲେ।

ଦିନେ କିନ୍ତୁ *****
ଗାଁ ର ଗୋଟିଏ ଝିଅ ଗର୍ଭବତୀ ହେଲା ଏବଂ ସେ ଗୋଟେ ଶିଶୁକୁ ଜନ୍ମ ଦେଲା। ଯେତେବେଳେ ତାର ପରିବାର ଝିଅଟିକୁ ଏ ପିଲା ର ବାପା କିଏ ବୋଲି ପଚାରିଲେ ସେ କହିଲା ହାକୁଇନ୍ ହିଁ ଏ ପିଲାର ବାପା।

ଆଜି ହଠାତ୍ ସବୁ କିଛି ବଦଳି ଗଲା। ପ୍ରଶଂସକ ଙ୍କୁ ଶତ୍ରୁ ହେବାକୁ କେତେ ସମୟ ବା ଲାଗନ୍ତା। କାରଣ ପ୍ରଶଂସl  କରୁଥିବା ଲୋକ ମନରେ ନିନ୍ଦା ମଧ୍ୟ ଛପି ରହିଥାଏ। ମନ କେବଳ ଅବସର ଅପେକ୍ଷା ରେ ଥାଏ। ଯେଉଁ ଦିନ ପ୍ରଶଂସା ସମାପ୍ତ ସେହି ଦିନ ନିନ୍ଦା ମଧ୍ୟ ଆରମ୍ଭ ହୋଇଯାଏ।ଯେଉଁ ଲୋକ ସମ୍ମାନ ଦେଉ ଥାଆନ୍ତି ସେହି ଲୋକ ଅପମାନ ଦେବା  ଆରମ୍ଭ କରିଦିଅନ୍ତି। ଯିଏ ପଦ ତଳେ ଲୋଟୁ ଥାଏ ସେହି ପର ମୁହୂର୍ତ୍ତ ରେ ତାର ଶିରଛେଦନ ପାଇଁ ପ୍ରସ୍ତୁତ ହୋଇ ଯାଏ। ସମ୍ମାନ ଓ ଅପମାନ ମଧ୍ୟରେ ଯେମିତି କୌଣସି ଅନ୍ତର ନାହିଁ - ଗୋଟିଏ ମୁଦ୍ରା ର ଦୁଇଟି ପାର୍ଶ୍ଵ।

ପୁରା ଗାଁ ହାକୁଇନ୍ କୁଡିଆ ଆଡେ ମାଡ଼ି ଆସିଲେ। ଏତେ ଦିନ ଧରି ଯେଉଁ ସମ୍ମାନ ଦେଇ ଆସୁଥିଲେ ତାହା ବର୍ତ୍ତମାନ କ୍ରୋଧାଗ୍ନି ରୁପେ ବାହାର କୁ ବାହାରିପଡିଲା। ସମସ୍ତେ ହାକୁଇନ୍ ର କୁଡିଆ ଜାଳି ଦେଲେ ଓ ସେହି ନିରୀହ ଶିଶୁ ଟିକୁ ମଧ୍ୟ ତାଙ୍କ ପାଖ ରେ ପିଙ୍ଗି ଦେଲେ।

ହାକୁଇନ୍ ପଚାରିଲେ - କଥା କ'ଣ?

ଲୋକ ଚିତ୍କାର କରି ଉଠିଲେ - ତୁ ଆମକୁ ପଚାରୁଛୁ କଥା କ'ଣ। ଆମକୁ କହିବାକୁ ପଡ଼ିବ କଥା କ'ଣ ବୋଲି। ନିଜ ଜଳୁ ଥିବା କୁଡିଆ କୁ ଦେଖ, ଏହି ପିଲାକୁ ଦେଖ, ଏହି ଝିଅ କୁ ଦେଖ ଆଉ ନିଜ ହୃଦୟ କୁ ଦେଖ। ଆମକୁ ଆଉ ବତାଇବାକୁ ପଡ଼ିବ କି ଏ ପିଲା ହିଁ ତୋର ବୋଲି।

ହାକୁଇନ୍ କହିଲେ - ଆଚ୍ଛା। ଏ ପିଲା ତାହେଲେ ମୋର।

ପିଲାଟି ଯେମିତି କାନ୍ଦିବାକୁ ଲାଗିଲା ହାକୁଇନ୍ ତାକୁ ଚୁପ୍ କରିବାକୁ ଗୀତ ଗାଇବା ଆରମ୍ଭ କରିଦେଲେ। ଗାଁ ର ଲୋକ ମାନେ ତାଙ୍କୁ ସେହି ଜଳୁ ଥିବା କୁଡିଆ ପାଖରେ ଏକୁଟିଆ ଛାଡ଼ି ଚାଲିଗଲେ। ପ୍ରତିଦିନ ଭଳି ମଧ୍ୟାହ୍ନ ରେ ହାକୁଇନ୍ ଭିକ୍ଷା ମାଗିବାକୁ ବାହାରିଲେ - ଆଜି କିଏ ତାଙ୍କୁ ଭିକ୍ଷା ଦେବ? ସମସ୍ତ ଦ୍ଵାର ତାଙ୍କ ପାଇଁ ବନ୍ଦ ହୋଇଗଲା। ଗାଁ ସାରା ଲୋକ ତାଙ୍କ ପଛରେ ନିନ୍ଦା କରି କରି ଯାଉ ଥିଲେ, ପିଲାମାନେ ତାଙ୍କୁ ଟେକା ପଥର ଫିଙ୍ଗୁ ଥିଲେ। ଯାଉ ଯାଉ ସେ ସେହି ଝିଅ ଘର ସମ୍ମୁଖ ରେ ପହଞ୍ଚିଲେ ଯାହା ପିଲା ର ନାଁ ତାଙ୍କ ସହ ଯୋଡ଼ି ହୋଇଥିଲା। 

ସେ କହିଲେ - ମୋତେ ଖାଦ୍ୟ ନ ମିଳିଲା ନାହିଁ କିନ୍ତୁ ଏହି ନିରୀହ ପିଲାଟି ପାଇଁ ଟିକିଏ କ୍ଷୀର ତ ଦେଇଦିଅ। ଠିକ୍ ଅଛି, ମୋର ଭୁଲ ହୋଇ ଯାଇଛି କିନ୍ତୁ ଏ ବିଚରା ପିଲାଟା ର କି ଭୁଲ?

ପିଲାଟି କାନ୍ଦି ଚାଲିଥିଲା, ସାରା ଗାଁ ଲୋକ ଏକାଠି ଠିଆ ହୋଇ ହାକୁଇନ୍ ଙ୍କୁ ଗାଳି ଦେଇ ଚାଲି ଥିଲେ। ଏ ଦୃଶ୍ୟ ଦେଖି ସେହି ଝିଅ ଟି ଆଉ ସହି ପାରିଲା ନାହିଁ। ସେ ତାର ପିତା ର ପାଦ ତଳେ ପଡି ଯାଇ କାନ୍ଦି କାନ୍ଦି କହିଲା - ମୁଁ ମିଛ କହିଥିଲି, ପିଲାଟିର ପ୍ରକୃତ ବାପା କୁ ବଞ୍ଚାଇବାକୁ ଯାଇ ମୁଁ ହାକୁଇନ୍ ର ନାଁ ଧରିଦେଇଥିଲି। ମୋର ତାଙ୍କ ସହ କୌଣସି ପ୍ରକାର ସମ୍ପର୍କ ନାହିଁ।

ଝିଅ ର ପିତା ତତକ୍ଷଣାତ୍ ବାହାରକୁ ଦୌଡିଲେ, ହାକୁଇନ୍ ଙ୍କ ଗୋଡ଼ ତଳେ ପଡିଗଲେ, ପିଲାଟିକୁ ଫେରାଇ ନେବାକୁ ଚେଷ୍ଟା କଲେ।

ହାକୁଇନ୍ ପଚାରିଲେ - କଥା କ'ଣ?

ଝିଅ ର ବାପା କହିଲେ - ମତେ କ୍ଷମା କରିଦିଅନ୍ତୁ। ଏ ପିଲା ଆପଣ ଙ୍କ ର ନୁହେଁ।

ହାକୁ ଇନ୍ କହିଲେ - ଆଚ୍ଛା, ସତରେ ଏ ପିଲା ମୋର ନୁହେଁ?

ସେତେବେଳେ ଗାଁ ଲୋକ କହିଲେ - ପାଗଳ ନା କ'ଣ। ତମେ ସକାଳେ ମନା କଲ ନାହିଁ କାହିଁକି ଯେ ଏ ପିଲା ତମର ନୁହେଁ ବୋଲି।

ହାକୁଇନ୍ କହିଲେ - କ'ଣ ଫରକ୍ ପଡ଼ି ଥାଆନ୍ତା? ପିଲା ତ ପିଲା, କାହାର ନାଁ କାହାର ହୋଇଥିବ। ତମେ ମାନେ ପ୍ରଥମେ ତ ଗୋଟେ ଘର ଜାଳି ଦେଇଥିଲ ଆଉ ଗୋଟେ ଜାଳି ଦେଇ ଥାଆନ୍ତ। ତମେମାନେ ଗୋଟେ ଲୋକ ର ନିନ୍ଦା କରି ମଜା ନେଲ ପୁଣି ଆଉ ଜଣକର ନିନ୍ଦା କରି ମଜା ନେଇ ଥାଆନ୍ତ। ଏଥିରେ ଆଉ କ'ଣ ବା ଫରକ ପଡ଼ିଥାଆନ୍ତା। ପିଲା ଟି କାହାର ବି ହେଉ, ହୁଏତ ମୋର ବି ହୋଇଥାନ୍ତା।

ଲୋକମାନେ କହିଲେ - ତମେ କ'ଣ ବୁଝି ପାରୁ ନାହଁ ସମସ୍ତେ ତମର ନିନ୍ଦା କଲେ, ତୁମକୁ ଅପମାନିତ କଲେ ,ତମକୁ ନ କହିବା କଥା କହିଲେ।

ହାକୁ ଇନ୍ ଉତ୍ତର ଦେଲେ - ଯଦି ମୁଁ ତମମାନଙ୍କର ନିନ୍ଦା କୁ ଖାତିର କରି ଥାଆନ୍ତି ତ ତମର ପ୍ରଶଂସା କୁ ବି ଖାତିର କରି ଥାଆନ୍ତି। ମୁଁ ତାହା ହିଁ କରେ ଯାହା ମୁଁ ଉଚିତ ମନେ କରେ ଆଉ ତମେ ମାନେ ମଧ୍ୟ ସେଇୟା କର ଯାହା ତୁମକୁ ଠିକ୍ ଲାଗେ। କାଲି ପର୍ଯ୍ୟନ୍ତ ତମ ମାନଙ୍କୁ ଠିକ୍ ଲାଗୁଥିଲା ମୋତେ ସମ୍ମାନ କରିବାକୁ ଆଜି ଠିକ୍ ଲାଗିଲା ସମ୍ମାନ ନ କରି ଅପମାନ କରିବାକୁ ତମେ ମାନେ କଲ। କିନ୍ତୁ ମତେ ତମର ସମ୍ମାନ ଦରକାର ନା ଅପମାନ।

ଲୋକମାନେ କହିଲେ - ମହାଶୟ ଆପଣ ଭାବିବା ଉଚିତ ଯେ ଏଥିରେ ଆପଣ ଙ୍କ ର ଏତେ ଦିନ ଅର୍ଜିଥିବା ଖ୍ୟାତି ନଷ୍ଟ ହୋଇଯିବ।

ହାକୁଇନ୍ କହିଲେ - ମୁଁ ନା ମନ୍ଦ, ନା ଭଲ। ମୁଁ କେବଳ ସେଇୟା ଯାହା ମୁଁ ଅଟେ। ମୁଁ ଭଲ ବା ମନ୍ଦ ହେବା ବିଚାର ମଧ୍ୟ ଛାଡ଼ି ଦେଇଛି। ଯେତେବେଳେ ମୁଁ ଭଲ ହେବା ପାଇଁ ଚେଷ୍ଟା କରୁଥିଲି, ସେତେ ସେତେ ମନ୍ଦ ହୋଇ ଯାଉଥିଲି। ଯେତେ ମନ୍ଦ ରୁ ବଞ୍ଚିବା ପାଇଁ ଚେଷ୍ଟା କରୁଥିଲି ସେତେ ମୁଁ ଭଲ ବୃତ୍ତିରୁ ଦୂରେଇ ଯାଉଥିଲି। ତେଣୁ ଏ ବିଚାର ହିଁ ଛାଡ଼ି ଦେଲି। ମୁଁ ପୁରା ଉଦାସୀନ ହୋଇ ଗଲି। ଆଉ ଯେଉଁ ଦିନ ଉଦାସୀନ ହୋଇଗଲି ସେହିଦିନ ଦେଖିଲି ଯେ ନା ମୋ ଭିତରେ ଭଲ ଅଛି ନା ମନ୍ଦ। ବରଂ ମୁଁ ପାଇଲି ଗୋଟିଏ ନୂଆ ଜୀବନ - ଯାହା ଭଲ ଠାରୁ ଅନେକ ଉଚ୍ଚ ଅବସ୍ଥା ଆଉ ଯେଉଁଠାରେ ମନ୍ଦ ର ଛାଇ ସୁଦ୍ଧା ନାହିଁ। ଓଁ ତତ୍ ସତ୍।

No comments:

COASTAL NEWS

ଏସଆଇ ନିଯୁକ୍ତି ଜାଲିଆତି ଘଟଣା : ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ

ଏସଆଇ ନିଯୁକ୍ତି ଜାଲିଆତି ଘଟଣା : ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ ବ୍ରହ୍ମପୁର: ଜେଲରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ। ଏସ୍‌ଆଇ ପରୀକ୍ଷା ଦୁର୍ନୀତି...