AFFILIATE MARKETING

https://binomo.com?a=90810425bb57&t=0

Saturday, September 6, 2025

ପୁନଃ ନିର୍ମାଣ ହେଉଛି ଅପରେସନ ସିନ୍ଦୂର ବେଳେ ପାକିସ୍ତାନର ଧ୍ୱଂସ ଏୟାରବେସ

ସାମନାକୁ ଆସିଲା ସାଟେଲାଇଟ ଚିତ୍ର

ନୂଆଦିଲ୍ଲୀ, ୪/୯: ପୁନଃ ନିର୍ମାଣ ହେଉଛି ଭାରତର ଅପରେସନ ସିନ୍ଦୂର ବେଳେ ଧ୍ୱଂସ ହୋଇଥିବା ପାକିସ୍ତାନର ଭିଭିଆଇପି ନୂର ଖାନ ଏୟାର ବେସ। ଚଳିତ ସପ୍ତାହରେ, ଦୁଇଟି ଭିଭିଆଇପି ଜେଟ୍ ଯୋଗେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଓ ଫିଲ୍ଡ ମାର୍ଶାଲ ଆସିମ ମୁନିର ଏସସିଓ ସମ୍ମିଳନୀରେ ଯୋଗ ଦେବା ପାଇଁ ତିଆନଜିନକୁ ଉଡାଣ ଭରିଥିଲେ। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶରିଫଙ୍କୁ ନେଇ ଗଲ୍ଫଷ୍ଟ୍ରିମ ଜି୪୫୦ ଜେଟ ବିମାନ ଲାହୋରରୁ ଉଡ଼ାଣ ଭରିଥିବା ବେଳେ, ମୁନିର ରାୱଲପିଣ୍ଡିର ଚକଲାଲାସ୍ଥିତ ନୁର ଖାନ ବେସରୁ ଉଡ଼ାଣ ଭରିଥିଲେ। ନୂର ଖାନ ସେ‌ହି ଏୟାରବେସ୍ ଯାହା ଅପରେସନ ସିନ୍ଦୂର ସମୟରେ ଭାରତର ଆକ୍ରମଣରେ ଧ୍ୱଂସ ହୋଇ ଯାଇଥିଲା।

ତେବେ ମୁନିରଙ୍କ ଜେଟ ବ୍ୟବହାର କରୁଥିବା ରନୱେରୁ ମାତ୍ର କିଛି ମିଟର ଦୂରରେ ବ୍ୟାପକ କ୍ଷତିଗ୍ରସ୍ତ ଏକ ସ୍ଥାନରେ ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।

ଇଣ୍ଟେଲ ଲ୍ୟାବର ଜିଓ-ଇଣ୍ଟେଲିଜେନ୍ସ ଗବେଷକ ଡାମିଏନ ସାଇମନଙ୍କ ଅନୁସାରେ, ଆକ୍ରମଣ ପୂର୍ବରୁ ସାଟେଲାଇଟ ଚିତ୍ରରେ ସେହି ସ୍ଥାନରେ “ବିଶେଷ ସାମରିକ ଟ୍ରକ୍” ଦେଖାଯାଇଥିଲା, ଯାହା ଆକ୍ରମଣ ସମୟରେ ଧ୍ୱଂସ ହୋଇଥିଲା। ବିଶ୍ଳେଷକମାନେ ମନେକରନ୍ତି ଯେ ଏହି ଟ୍ରକ୍‌ଗୁଡ଼ିକ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ (ସି୨) କେନ୍ଦ୍ର ଭାବେ କାର୍ଯ୍ୟ କରୁଥାଇପାରେ, ଯାହା ବାୟୁ ଓ ସ୍ଥଳଭାଗର ସମ୍ପଦକୁ ଯୋଗାଯୋଗ ବ୍ୟବସ୍ଥା ସହ ସଂଯୋଗ କରୁଥିଲା।

ଆମେରିକାର ମାକ୍ସାର ଟେକ୍ନୋଲୋଜିସରୁ ପ୍ରାପ୍ତ ନୂଆ ଚିତ୍ର ଦର୍ଶାଉଛି ଯେ ଆକ୍ରମଣର ପ୍ରାୟ ଚାରି ମାସ ପରେ ନୁର ଖାନ ବେସରେ ପୁନଃନିର୍ମାଣ କାର୍ଯ୍ୟ ଚାଲିଛି। ବୁଧବାର ଦିନ ଧାରଣ କରାଯାଇଥିବା ଏହି ଚିତ୍ରରେ ସେହି ସ୍ଥାନରେ ନୂଆ କାନ୍ଥ ଅଂଶ ଓ ଭିତ୍ତିଭୂମି କାର୍ଯ୍ୟ ଦେଖାଯାଉଛି।

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...