AFFILIATE MARKETING

https://binomo.com?a=90810425bb57&t=0

Wednesday, September 3, 2025

ମହିଳା ହେଲେବି କରିଦେଲେ ଖେଳ ଓ ହେଲେ ମାଲାମାଲ

  • ମହିଳା ହେଲେବି କରିଦେଲେ ଖେଳ ଓ ହେଲେ ମାଲାମାଲ
ମହିଳା ହେଲେବି କରିଦେଲେ ଖେଳ ଓ ହେଲେ ମାଲାମାଲ

ପ୍ରାୟ ୪କୋଟି ଟଙ୍କା ହେରଫେର ଅଭିଯୋଗରେ ମହିଳା ଓଏଏସ୍ ଅଫିସର ମଧୁସ୍ମିତା ସିଂଙ୍କୁ ଆଜି ଓଡ଼ିଶା ପୁଲିସର ଅର୍ଥନୀତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି । ମଧୁସ୍ମିତା ଏବେ ମୟୂରଭଞ୍ଜ ଜିଲ୍ଲାର ଜାମଦା ତହସିଲରେ ତହସିଲଦାର ଭାବେ କାର୍ଯ୍ୟରତ | ଏହା ପୂର୍ବରୁ ବେଲପାହାଡ଼ ପୌର ପରିଷଦରେ କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ବେଳେ ଏହି ଆର୍ଥିକ ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଛି । ମଧୁସ୍ମିତାଙ୍କୁ ରାଜସ୍ୱ ବିଭାଗ ଇତିମଧ୍ୟରେ ଚାକିରିରୁ ନିଲମ୍ବନ କରିସାରିଛି ।

ସୂଚନା ଅନୁସାରେ, ବେଲପାହାଡ଼ ପୌର ପରିଷଦରେ କୋଟିକୋଟି ଟଙ୍କା ହେରଫେର ମାମଲାରେ ଅର୍ଥନୀତିକ ଅପରାଧ ଶାଖା ମଧୁସ୍ମିତାଙ୍କୁ ଗିରଫ କରିଛି । ବେଲପାହାଡ଼ ପୁଲିସ ପ୍ରଥମେ ଏହି ମାମଲାର ପ୍ରାଥମିକ ତଦନ୍ତ କରିଥିଲା ଓ ଗତ ଅଗଷ୍ଟ ୨୭ତାରିଖରେ ଅର୍ଥନୀତିକ ଅପରାଧ ଶାଖାକୁ ମାମଲା ହସ୍ତାନ୍ତର ହୋଇଛି । ଏହି ଆର୍ଥିକ ହେରଫେର ମାମଲାରେ ବେଲପାହାଡ଼ ପୌର ପରିଷଦର ଟ୍ରେଜରର ବିଭୂତି ସାହୁଙ୍କୁ ପୁଲିସ ଗିରଫ କରିସାରିଛି । ମଧୁସ୍ମିତା ବେଲପାହାଡ଼ା ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଥିବାବେଳେ ପ୍ରାୟ ୪କୋଟି ଟଙ୍କାରୁ ଅଧିକ ଆର୍ଥିକ ଅନିୟମିତତା ହୋଇଥିବା କୁହାଯାଉଛି ।

ଅର୍ଥନୀତିକ ଅପରାଧ ଶାଖାର ତଦନ୍ତରୁ ମଧ୍ୟ ଏହି ଆର୍ଥିକ ହେରଫେର ସ୍ପଷ୍ଟ ପରିଲକ୍ଷିତ ହୋଇଛି । ତଦନ୍ତବେଳେ ଇଓଡବ୍ଲ୍ୟୁ ଜାଣିବାକୁ ପାଇଛି ଯେ, ବର୍ତ୍ତମାନର କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବ ଚନ୍ଦ୍ର ପ୍ରଧାନ ମଧ୍ୟ ବେଲପାହାଡ଼ ପୌର ପରିଷଦର କ୍ୟାସବୁକ୍ ଯାଂଚ ନକରି ପ୍ରାୟ ୨କୋଟି ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରିସାରିଛନ୍ତି । ଶ୍ରୀ ପ୍ରଧାନଙ୍କୁ ମଧ୍ୟ ଆବଶ୍ୟକ ଦସ୍ତାବିଜ ସହ ହାଜର ହେବା ପାଇଁ ଇଓଡବ୍ଲ୍ୟୁ ନୋଟିସ୍ ଜାରି କରିଥିବା ସୂଚନା ମିଳିଛି ।

ଶ୍ରୀ ପ୍ରଧାନ ଦାୟିତ୍ୱ ଗ୍ରହଣ କରିବା ସମୟରେ ପୌର ପରିଷଦର କ୍ୟାସବୁକର ସ୍ଥିତି କ’ଣ ଥିଲା ଓ ସେ କେଉଁ ଆଧାରରେ ଏହି ଅର୍ଥ ପ୍ରଦାନକୁ ଅନୁମୋଦନ କରିଥିଲେ ତାହା ଇଓଡବ୍ଲ୍ୟୁ ଯାଂଚ କରିବ ବୋଲି ଜଣାପଡ଼ିଛି ।

ବେଲପାହାଡ଼ ପୌରପରିଷଦର ଏହି ଆର୍ଥିକ ହେରଫେର ପଦାକୁ ଆସିବା ପରେ ଟ୍ରେଜେରୀ ବିଭାଗ, ଟ୍ରେଜେରୀ ନିର୍ଦ୍ଦେଶାଳୟ, ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରଶାସନିକ ଜାଗ୍ରତ ହୋଇ ଉଠିଛନ୍ତି |

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...