AFFILIATE MARKETING

https://binomo.com?a=90810425bb57&t=0

Saturday, September 6, 2025

ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି୪୫ ଶ୍ରେଷ୍ଠ ଶିକ୍ଷକଙ୍କୁ ମିଳିଲା ସମ୍ମାନ

୪୫ ଶ୍ରେଷ୍ଠ ଶିକ୍ଷକଙ୍କୁ ମିଳିଲା ସମ୍ମାନ

ନୂଆଦିଲ୍ଲୀ, ୫/୯: ଆଜି ସାରା ଦେଶ ପାଳୁଛି ଗୁରୁ ଦିବସ। ଏହି ଅବସରରେ ଦେଶର ବିଭିନ୍ନ କୋଣ ଅନୁକୋଣର ଶ୍ରେଷ୍ଠ ଶିକ୍ଷକ ମାନଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ ସମାରୋହରେ ଦେଶର ୪୫ ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ମନ୍ତ୍ରୀ ଜୟନ୍ତ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ। ଚଳିତ ବର୍ଷ ୨୪ ଜଣ ଶିକ୍ଷକ ଓ ୨୧ ଜଣ ଶିକ୍ଷୟିତ୍ରୀଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି।

ଓଡ଼ିଶାର ୨ ଜଣ ଶିକ୍ଷକଙ୍କୁ ମିଳିଛି ଜାତୀୟ ଶିକ୍ଷକ ସମ୍ମାନ-୨୦୨୫। ମାଲକାନଗିରିର ବସନ୍ତ ରଣା ଓ କୋରାପୁଟର ତରୁଣ ଦାଶ ସମ୍ମାନିତ ହୋଇଛନ୍ତି। ମାଲକାନଗିରି କୋଣ୍ଡେଲ ନିୟୁ ହାଇସ୍କୁଲର ଶିକ୍ଷକ ହେଉଛନ୍ତି ବସନ୍ତ ରଣା। ସେହିପରି କୋରାପୁଟ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ହେଉଛନ୍ତି ତରୁଣ ଦାଶ।

ନିମ୍ନରେ ଜାତୀୟ ଶିକ୍ଷକ ପୁରସ୍କାର ପାଇଥିବା ଶିକ୍ଷକମାନଙ୍କ ତାଲିକା

 

୧. ସୁନୀତା – ସୋନିପତ

୨. ଶଶି ପାଲ୍ – ହିମାଚଳ ପ୍ରଦେଶ

୩. ନରିନ୍ଦର ସିଂ – ଲୁଧିଆନା

୪. ଅବଧେଶ କୁମାର ଝା – ଉତ୍ତର ପଶ୍ଚିମ ଦିଲ୍ଲୀ

୫. ମଞ୍ଜୁବାଳା – ଚମ୍ପାୱତ

୬. ପରବିନ କୁମାରୀ – ଚଣ୍ଡିଗଡ଼

୭. ନୀଲମ ଯାଦବ – ଖୈରଥଲ ତିଜାରା

୮. ଭାବିନିବେନ୍ ଦୀନେଶଭାଇ ଦେଶାଇ – ଦାମନ୍

୯. ବିଳାସ ରାମନାଥ ସାତାରକର – ଉତ୍ତର ଗୋଆ

୧୦. ହିତେଶ କୁମାର ପ୍ରବୀଣଚନ୍ଦ୍ର ଭୁଣ୍ଡିଆ – ରାଜକୋଟ

୧୧. ହିରେନକୁମାର ହସମୁଖଭାଇ ଶର୍ମା – ଗାନ୍ଧୀପୁରା ଖେଡା

୧୨. ଶେଲା ପଟେଲ – ଦାମୋହ

୧୩. ଭେରୁଲାଲ୍ ଓସାରା – ଆଗର ମାଲୱା

୧୪. ଡ. ପ୍ରଜ୍ଞା ସିଂ – ଦୁର୍ଗ

୧୫. କୁଲଦୀପ ଗୁପ୍ତା – ରାଜକୀୟ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ଜିନ୍ଦ୍ରାହ

୧୬. ରାମ ଲାଲ ସିଂ ଯାଦବ – ଭଦୋହି

୧୭. ମଧୁରିମା ତିୱାରୀ – ମିର୍ଜାପୁର

୧୮. କୁମାରୀ ନିଧି – କିଶାନଗଞ୍ଜ

୧୯. ଦିଲୀପ କୁମାର – ସୁପୌଲ

୨୦. ସୋନିଆ ବିକାଶ କପୁର – ମୁମ୍ବାଇ

୨୧. କାନ୍ଧନ କୁମାରେସନ୍ – ଏବରଡିନ

୨୨. ସନ୍ତୋଶ କୁମାର ଚୌରାସିଆ – କୋରବା

୨୩. ଡ଼ ପ୍ରମୋଦ କୁମାର – ନାଳନ୍ଦା

୨୪. ତରୁଣ କୁମାର ଦାଶ – କୋରାପୁଟ

୨୫. ବସନ୍ତ କୁମାର ରାଣା – ମାଲକାନଗିରି

୨୬. ତନୁଶ୍ରୀ ଦାସ – ମେଦିନୀପୁର ପଶ୍ଚିମ

୨୭. ନାଙ୍ଗ ଏକଥାନି ମୋଙ୍ଗଲାଙ୍ଗ – ପାପୁମ୍ ପାରେ

୨୮. ପେଲେନୋ ପେଟେନଲିହୁ – କୋହିମା

୨୯. କୋଇଜାମ ମାଚାସାନ୍ – ଇମ୍ଫାଲ୍ ୱେଷ୍ଟ୍

୩୦. କର୍ମା ଟେମ୍ପୋ ଏଥେନ୍ପା – ମଙ୍ଗାନ୍

୩୧. ଡ଼ ହେଇପୋର ୟୁନି ବୈଙ୍ଗ – ପୂର୍ବ ଜଇନ୍ତିଆ ପାହାଡ

୩୨. ବିଦିଶା ମଜୁମଦାର – ଗୋମତି

୩୩. ଦେବଜିତ୍ ଘୋଷ – ଦିବ୍ରୁଗଡ

୩୪. ଶ୍ୱେତା ଶର୍ମା – ଦେଓଘର

୩୫. ଡ଼ା ଶେଖ ମହମ୍ମଦ ୱାକିୟୁଦ୍ଦିନ ଶେଖ ହମିଦୁଦ୍ଦିନ – ନାନ୍ଦେଡ

୩୬. ଡ଼ ସନ୍ଦୀପନ ଗୁରୁନାଥ ଜଗଦାଲେ – ଲାତୁର

୩୭. ଇବ୍ରାହିମ୍ ଏସ୍- ମୋଲା ଆଣ୍ଡ୍ରୋଥ୍

୩୮. ମଧୁରିମା ଆଚାର୍ଯ୍ୟ – କୋଲକାତା

୩୯. ମଦବାଥୁଲା ଥିରୁମାଲା ଶ୍ରୀଦେବୀ – ବିଶାଖାପାଟନମ୍

୪୦. ମରମ ପବିତ୍ରା – ସୂର୍ଯ୍ୟପେଟ

୪୧. ରେବତୀ ପରମେଶ୍ୱରନ୍ – ଚେନ୍ନାଇ

୪୨. ବିଜୟଲକ୍ଷ୍ମୀ ଭି – ତିରୁପୁର

୪୩. କିଶୋରକୁମାର ଏମ୍ ଏସ୍ – ଥିରୁବନନ୍ତପୁରମ୍

୪୪. ଡ଼ ଭି ରେକ୍ସ – ଥିଲାୟାଦୀ ଭାଲିଆମ୍ମାଲ୍ ସରକାରୀ ଉଚ୍ଚ ବିଦ୍ୟାଳୟ

୪୫. ମଧୁସୂଦନ କେ ଏସ୍ – ମୈସୁରୁ

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...