AFFILIATE MARKETING

https://binomo.com?a=90810425bb57&t=0

Thursday, September 11, 2025

ଟ୍ରମ୍ପଙ୍କ ସହଯୋଗୀଙ୍କୁ ଗୁଳି କରି ହତ୍ୟାଦୁଇ ସନ୍ଦିଗ୍ଧ ଅଟକ

ଦୁଇ ସନ୍ଦିଗ୍ଧ ଅଟକ

ୱାଶିଂଟନ, ୧୧/୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ତଥା କଞ୍ଜରଭେଟିଭ ଆକ୍ଟିଭିଷ୍ଟ ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଚାର୍ଲି ୟୁଟା ଭ୍ୟାଲି ୟୁନିଭର୍ସିଟିରେ ଭାଷଣ ଦେବା ସମୟରେ ତାଙ୍କୁ ଗୁଳିମାଡ କରାଯାଇଥିଲା। ତାଙ୍କ ବେକକୁ ଲକ୍ଷ୍ୟ କରି ଗୁଳିମାଡ କରିଥିଲେ ଦୁର୍ବୃତ୍ତ। ଏହି ଘଟଣାରେ ଦୁଇ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି।

ତେବେ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଟ୍ରମ୍ପ। ଟ୍ରମ୍ପ କହିଛନ୍ତି, “ମହାନ ଚାର୍ଲି କିର୍କ ଏବେ ଏହି ଦୁନିଆରେ ନାହାଁନ୍ତି। ସେ ମହାନ। ତାଙ୍କ ଭଳି ହୃଦୟ କାହା ପାଖରେ ନଥିଲା। ସେ ସମସ୍ତଙ୍କର ପ୍ରିୟ ଥିଲେ। ସମସ୍ତେ ତାଙ୍କୁ ପ୍ରଶଂସା କରୁଥିଲେ। ମେଲାନିଆ ଓ ମୋର ସମବେଦନା ତାଙ୍କ ପରିବାର ସହିତ ଅଛି।” ଏହା ସହିତ ଟ୍ରମ୍ପ ଚାର୍ଲିଙ୍କ ସମ୍ମାନରେ ଆମେରିକାରେ ରବିବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦେଶର ଜାତୀୟ ପତାକାକୁ ଅର୍ଦ୍ଧନମିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...