AFFILIATE MARKETING

https://binomo.com?a=90810425bb57&t=0

Thursday, September 18, 2025

ଓଡ଼ିଶା ସରକାରଙ୍କ ସୁଭଦ୍ରା ଯୋଜନା।

ଉପକୁଳ ସମାଚାର 

“ନମସ୍କାର, ଆପଣମାନଙ୍କୁ ସ୍ୱାଗତ।

ଉପସ୍ତାପକ ଶେଖର ଦାସ 

ଆଜିର ପ୍ରଧାନ ସମ୍ବାଦ — ଓଡ଼ିଶା ସରକାରଙ୍କ ସୁଭଦ୍ରା ଯୋଜନା।


୨୦୨୪ ସେପ୍ଟେମ୍ବର ୧୭ ରୁ ଆରମ୍ଭ ହୋଇଥିବା ଏହି ଯୋଜନା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲିବ। ଲକ୍ଷ୍ୟ — ଆର୍ଥିକ ଓ ସାମାଜିକ ଭାବେ ପଛୁଆ ପଡ଼ିଥିବା ମହିଳାଙ୍କୁ ସ୍ୱାଭିମାନୀ ଓ ଆତ୍ମନିର୍ଭର କରିବା।

କିଏ ହେବେ ଯୋଗ୍ୟ?
୨୧ ରୁ ୬୦ ବର୍ଷ ବୟସର, ଓଡ଼ିଶାର ସ୍ଥାୟୀ ନିବାସୀ ମହିଳା। ଏନ୍ ଏଫ୍ ଏସ୍ ଏ କିମ୍ବା ଏସ୍ ଏଫ୍ ଏସ୍ ଏସ୍ କାର୍ଡ ଧାରୀ ସ୍ୱତଃସ୍ୱୀକୃତ। ନଥିଲେ, ବାର୍ଷିକ ଆୟ ଦୁଇ ଲକ୍ଷ ପଚାଶ ହଜାର ଟଙ୍କାରୁ କମ୍ ହେବା ଆବଶ୍ୟକ।

କିଏ ହେବେ ଅଯୋଗ୍ୟ?
ସରକାରୀ କର୍ମଚାରୀ, ପେନ୍ସନ ଭୋଗୀ, ଆୟକର ଦାଖଲ କରୁଥିବା , ବଡ଼ ଜମିଦାର କିମ୍ବା ଚାରିଚକିଆ ବାହନ ମାଲିକା।

କେତେ ଲାଭ ମିଳିବ?
ପ୍ରତ୍ୟେକ ଯୋଗ୍ୟ ମହିଳାଙ୍କୁ ପାଞ୍ଚ ବର୍ଷରେ ନିର୍ବାଚନ ପ୍ରତିଶ୍ରୁତି ମୁତାବକ ୫୦ ହଜାର ଟଙ୍କା ଦିଆଯିବ । ପ୍ରତି ବର୍ଷ ଦୁଇ କିସ୍ତିରେ ଦିଆଯିବ — ରକ୍ଷାବନ୍ଧନ ଓ ମହିଳା ଦିବସରେ ପ୍ରତ୍ୟେକ ୫,୦୦୦ ଟଙ୍କା ଲେଖାଏଁ । ଯେଉଁମାନେ ଡିଜିଟାଲ ଲେନଦେନ କରିବେ, ସେମାନଙ୍କୁ ଅତିରିକ୍ତ ୫୦୦ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ।

କେମିତି ଆବେଦନ କରିବେ?
ସୁଭଦ୍ରା ଡଟ .ଓଡିଶା ଡଟ .ଗଭ ଡଟ ଇନ ପୋର୍ଟାଲରେ ଅନଲାଇନ୍ ଆବେଦନ କରିପାରିବେ କିମ୍ବା ଗ୍ରାମ ପଞ୍ଚାୟତ, ଅଂଗଣବାଡ଼ୀ କେନ୍ଦ୍ର, ମୋ ସେବା କେନ୍ଦ୍ରରେ ଅଫଲାଇନ୍ ଆବେଦନ କରିପାରିବେ ।
ଆବଶ୍ୟକ ହେବ — ଆଧାର କାର୍ଡ, ଡୋମିସିଲ ସର୍ଟିଫିକେଟ, ବ୍ୟାଙ୍କ ପାସବୁକ୍ ଓ ଆୟ ପ୍ରମାଣପତ୍ର।

ସରକାର କହୁଛନ୍ତି, ସରଳ ପ୍ରକ୍ରିୟା, ସ୍ପଷ୍ଟ ବ୍ୟବସ୍ଥା ଓ ସିଧାସଳଖ ବ୍ୟାଙ୍କ ଖାତାକୁ ପ୍ରଦାନ — ଏହି ଯୋଜନାକୁ ମହିଳା ସଶକ୍ତିକରଣରେ ଏକ ନୂଆ ପଥଦର୍ଶକ କରିବ।

ଏହାହିଁ — ସୁଭଦ୍ରା ଯୋଜନାର ପୂର୍ଣ୍ଣ କାହାଣୀ।
ସୁଭଦ୍ରା, ଓଡ଼ିଶାର ମହିଳାମାନଙ୍କ ପାଇଁ ଏକ ସୁରକ୍ଷା କବଚ।

ଉପକୁଳ ସମାଚାର 

ବନ୍ଦେ ଉତ୍କଳ ଜନନୀ 

No comments:

COASTAL NEWS

ଖବର ଆଜିର

*ଖବର ଆଜିର,  ରାଜ୍ୟରୁ ବିଦାୟ ନେବ ମୌସୁମୀ। ଆସନ୍ତାକାଲି କୋରାପୁଟ ଓ ମାଲକାନଗିରି ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ରାସ...