AFFILIATE MARKETING

https://binomo.com?a=90810425bb57&t=0

Thursday, September 18, 2025

ଓଡ଼ିଶା ସରକାରଙ୍କ ସୁଭଦ୍ରା ଯୋଜନା।

ଉପକୁଳ ସମାଚାର 

“ନମସ୍କାର, ଆପଣମାନଙ୍କୁ ସ୍ୱାଗତ।

ଉପସ୍ତାପକ ଶେଖର ଦାସ 

ଆଜିର ପ୍ରଧାନ ସମ୍ବାଦ — ଓଡ଼ିଶା ସରକାରଙ୍କ ସୁଭଦ୍ରା ଯୋଜନା।


୨୦୨୪ ସେପ୍ଟେମ୍ବର ୧୭ ରୁ ଆରମ୍ଭ ହୋଇଥିବା ଏହି ଯୋଜନା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲିବ। ଲକ୍ଷ୍ୟ — ଆର୍ଥିକ ଓ ସାମାଜିକ ଭାବେ ପଛୁଆ ପଡ଼ିଥିବା ମହିଳାଙ୍କୁ ସ୍ୱାଭିମାନୀ ଓ ଆତ୍ମନିର୍ଭର କରିବା।

କିଏ ହେବେ ଯୋଗ୍ୟ?
୨୧ ରୁ ୬୦ ବର୍ଷ ବୟସର, ଓଡ଼ିଶାର ସ୍ଥାୟୀ ନିବାସୀ ମହିଳା। ଏନ୍ ଏଫ୍ ଏସ୍ ଏ କିମ୍ବା ଏସ୍ ଏଫ୍ ଏସ୍ ଏସ୍ କାର୍ଡ ଧାରୀ ସ୍ୱତଃସ୍ୱୀକୃତ। ନଥିଲେ, ବାର୍ଷିକ ଆୟ ଦୁଇ ଲକ୍ଷ ପଚାଶ ହଜାର ଟଙ୍କାରୁ କମ୍ ହେବା ଆବଶ୍ୟକ।

କିଏ ହେବେ ଅଯୋଗ୍ୟ?
ସରକାରୀ କର୍ମଚାରୀ, ପେନ୍ସନ ଭୋଗୀ, ଆୟକର ଦାଖଲ କରୁଥିବା , ବଡ଼ ଜମିଦାର କିମ୍ବା ଚାରିଚକିଆ ବାହନ ମାଲିକା।

କେତେ ଲାଭ ମିଳିବ?
ପ୍ରତ୍ୟେକ ଯୋଗ୍ୟ ମହିଳାଙ୍କୁ ପାଞ୍ଚ ବର୍ଷରେ ନିର୍ବାଚନ ପ୍ରତିଶ୍ରୁତି ମୁତାବକ ୫୦ ହଜାର ଟଙ୍କା ଦିଆଯିବ । ପ୍ରତି ବର୍ଷ ଦୁଇ କିସ୍ତିରେ ଦିଆଯିବ — ରକ୍ଷାବନ୍ଧନ ଓ ମହିଳା ଦିବସରେ ପ୍ରତ୍ୟେକ ୫,୦୦୦ ଟଙ୍କା ଲେଖାଏଁ । ଯେଉଁମାନେ ଡିଜିଟାଲ ଲେନଦେନ କରିବେ, ସେମାନଙ୍କୁ ଅତିରିକ୍ତ ୫୦୦ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ।

କେମିତି ଆବେଦନ କରିବେ?
ସୁଭଦ୍ରା ଡଟ .ଓଡିଶା ଡଟ .ଗଭ ଡଟ ଇନ ପୋର୍ଟାଲରେ ଅନଲାଇନ୍ ଆବେଦନ କରିପାରିବେ କିମ୍ବା ଗ୍ରାମ ପଞ୍ଚାୟତ, ଅଂଗଣବାଡ଼ୀ କେନ୍ଦ୍ର, ମୋ ସେବା କେନ୍ଦ୍ରରେ ଅଫଲାଇନ୍ ଆବେଦନ କରିପାରିବେ ।
ଆବଶ୍ୟକ ହେବ — ଆଧାର କାର୍ଡ, ଡୋମିସିଲ ସର୍ଟିଫିକେଟ, ବ୍ୟାଙ୍କ ପାସବୁକ୍ ଓ ଆୟ ପ୍ରମାଣପତ୍ର।

ସରକାର କହୁଛନ୍ତି, ସରଳ ପ୍ରକ୍ରିୟା, ସ୍ପଷ୍ଟ ବ୍ୟବସ୍ଥା ଓ ସିଧାସଳଖ ବ୍ୟାଙ୍କ ଖାତାକୁ ପ୍ରଦାନ — ଏହି ଯୋଜନାକୁ ମହିଳା ସଶକ୍ତିକରଣରେ ଏକ ନୂଆ ପଥଦର୍ଶକ କରିବ।

ଏହାହିଁ — ସୁଭଦ୍ରା ଯୋଜନାର ପୂର୍ଣ୍ଣ କାହାଣୀ।
ସୁଭଦ୍ରା, ଓଡ଼ିଶାର ମହିଳାମାନଙ୍କ ପାଇଁ ଏକ ସୁରକ୍ଷା କବଚ।

ଉପକୁଳ ସମାଚାର 

ବନ୍ଦେ ଉତ୍କଳ ଜନନୀ 

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...