AFFILIATE MARKETING

https://binomo.com?a=90810425bb57&t=0

Monday, September 8, 2025

ୟୁରିଆ ସାରର କୃତ୍ରିମ ଅଭାବ, ଚାଷୀଙ୍କ ଭିଡ଼ ପାଇଁ ଅପ୍ରୀତିକର ପରିସ୍ଥିତି

ୟୁରିଆ ସାରର କୃତ୍ରିମ ଅଭାବ, ଚାଷୀଙ୍କ ଭିଡ଼ ପାଇଁ ଅପ୍ରୀତିକର ପରିସ୍ଥିତି

ଅମରପାଲି,୮ା୯ : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ପିତାମହୁଲ ପ୍ରାଥମିକ କୃଷି ସେବା ସମବାୟ ସମିତିରେ ରବିବାର ୟୁରିଆ ବିକ୍ରି ବେଳେ ଚାଷୀଙ୍କ ମାତ୍ରାଧିକ ଭିଡ ଯୋଗୁ ଅପ୍ରୀତିକର ପରିସ୍ଥିତି ଦେଖାଦେଇଥିଲା। ଫଳରେ ୟୁରିଆ ବିକ୍ରି ହୋଇପାରି ନ ଥିଲା। ପରେ ଏନେଇ ସୁବଳୟା ପୋଲିସକୁ ଖବର ଦିଆଯାଇଥିଲା। ସୁବଳୟା ଥାନା ଅଧିକାରୀ ସୁଶାନ୍ତ ପ୍ରଧାନଙ୍କ ତତ୍ତ୍ୱାବଧାନରେ ପୋଲିସ ଟିମ୍‌ ଘଟଣାସ୍ଥଳକୁ ଆସି ସ୍ଥିତି ନିୟନ୍ତ୍ରଣ କରିଥିଲା। ଏବେ ବୀରମହାରାଜପୁର ସମେତ ସମଗ୍ର ସୁବର୍ଣ୍ଣପୁର ଜିଲାରେ ୟୁରିଆର କୃତ୍ରିମ ଅଭାବ ଦେଖାଦେଇଛି। ଏହାର ସୁଯୋଗ ନେଇ କେତେକ ବ୍ୟବସାୟୀ କଳାବଜାର କରୁଛନ୍ତି।

ଅଞ୍ଚଳରେ ୟୁରିଆ ଆବଶ୍ୟକତାକୁ ପୂରଣ କରିବା ପାଇଁ ବ୍ଲକର ପିତାମହୁଲ ପ୍ରାଥମିକ କୃଷି ସେବା ସମବାୟ ସମିତିକୁ ତିନି ଶହ ପ୍ୟାକେଟ ୟୁରିଆ ଆସିଥିଲା। ଏହି ପ୍ୟାକ୍ସରେ ପୂର୍ବରୁ ଦୁଇ ଶହ ପଚାଶ ପ୍ୟାକେଟ ୟୁରିଆ ଥିଲା। ଫଳରେ ସମୁଦାୟ ୫ଶହ ୫୦ ପ୍ୟାକେଟ ୟୁରିଆ ବିକ୍ରି ହେବାକୁ ଥିବା ବେଳେ ଉକ୍ତ ପ୍ୟାକ୍ସକୁ ପ୍ରାୟ ଦୁଇ ହଜାରରୁ ଅଧିକ ଚାଷୀ ୟୁରିଆ ନେବା ପାଇଁ ଆସିଥିଲେ। ଫଳରେ ସମସ୍ତ ଚାଷୀ ୟୁରିଆ ନ ପାଇ ପ୍ୟାକ୍ସ ଆଗରେ ଅପ୍ରୀତିକର ପରିସ୍ଥିତି ଦେଖାଦେଇଥିଲା। ପରବର୍ତ୍ତୀ ସମୟରେ ପୋଲିସ ଉପସ୍ଥିତିରେ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୟୁରିଆ ବିକ୍ରି କରାଯାଇଥିଲା। ଏନେଇ ପିତାମହୁଲ ପ୍ୟାକ୍ସର ସମ୍ପାଦକ ହିମାଂଶୁ ପ୍ରଧାନଙ୍କୁ ପଚାରିବାରୁ ଆମ ପ୍ୟାକ୍ସକୁ ୩ଶହ ପ୍ୟାକେଟ୍‌ ୟୁରିଆ ଆସିଥିବା ବେଳେ ଅଧିକ ଚାଷୀ ଆସିବାରୁ ଭିଡ଼ ହୋଇଥିଲା। ପରେ ପୋଲିସ ଉପସ୍ଥିତିରେ ଆଧାର କାର୍ଡ ଦେଖି ପ୍ରତି ଚାଷୀଙ୍କୁ ଗୋଟିଏ ଲେଖାଏ ପ୍ୟାକେଟ ୟୁରିଆ ଦିଆଯାଇଛି ବୋଲି ପ୍ରକାଶ କରିଛନ୍ତି। ସେହିପରି ଖଣ୍ଡହତା ପ୍ୟାକ୍ସରେ ମଧ୍ୟ ୟୁରିଆ ନେବାକୁ ହଜାର ହଜାର ଲୋକ ଆସିଥିଲେ। ୟୁରିଆ ବିକ୍ରି ବେଳେ ପ୍ୟାକ୍ସ ବାହାରେ କେତେକ ଚାଷୀଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହିତ ଗଣ୍ଡଗୋଳ ହୋଇଥିବା ମଧ୍ୟ ସୂଚନା ମିଳିଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...