AFFILIATE MARKETING

https://binomo.com?a=90810425bb57&t=0

Friday, September 12, 2025

ଘର ତିଆରି ଖାଦ୍ୟକୁ ଆପଣାନ୍ତୁ ସୁସ୍ଥ ରୁହନ୍ତୁ: ଉପମୁଖ୍ୟମନ୍ତ୍ରୀ

ଘର ତିଆରି ଖାଦ୍ୟକୁ ଆପଣାନ୍ତୁ ସୁସ୍ଥ ରୁହନ୍ତୁ: ଉପମୁଖ୍ୟମନ୍ତ୍ରୀ

ଆଦିବାସୀ ମହିଳାମାନଙ୍କର ଫିଟ୍ ରହିବାର କାରଣ ହେଉଛି ମାଣ୍ଡିଆ

ଫିଟ୍ ରହିବା ପାଇଁ ସୁସ୍ଥ ଖାଦ୍ୟ ସହ ସୁସ୍ଥ ମନର ବି ଆବଶ୍ୟକତା ରହିଛି

ଭୁବନେଶ୍ଵର, ୧୧/୦୯: ଫିଟ୍ ରହିବା ପାଇଁ ସୁସ୍ଥ ଖାଦ୍ୟ ସହ ସୁସ୍ଥ ମନର ଆବଶ୍ୟକତା ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମତ ପ୍ରକାଶ କରିଛନ୍ତି । ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ଓ ୟୁନିସେଫର ମିଳିତ ସହଭାଗିତାରେ ଭୁବନେଶ୍ୱରସ୍ଥିତ ଲେମନଟ୍ରି ପ୍ରିମିଅମରେ “ହେଲଦି ଡାଏଟ୍ ଅଭିଯାନ” ର ଶୁଭାରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଖାଦ୍ୟାଭ୍ୟାସ ଉପରେ ଚର୍ଚ୍ଚା କରିବା ସହ ଆଦିବାସୀ ମହିଳାମାନଙ୍କର ସୁସ୍ଥ ଶରୀରର କାରଣ ମାଣ୍ଡିଆ ବୋଲି ମତ ପ୍ରକାଶ କରିଥିଲେ । ବଜାରର ଜଙ୍କ ଫୁଡ଼ଠୁ ଦୂରରେ ରହି ଘର ତିଆରି ଖାଦ୍ୟ ସହ ପାରମ୍ପରିକ ଖାଦ୍ୟ ତଥା ମାଣ୍ଡିଆ, ପଖାଳ ଓ ପିଠା ଆଦିକୁ ଆପଣେଇବା ପାଇଁ ସେ ପରାମର୍ଶ ଦେଇଥିଲେ । ବିଶେଷକରି ଗାଁ ର ମହିଳାମାନଙ୍କର ମୋଟାପା ଦୂର କରିବା ଉପରେ ସେ ବିଶେଷ ଫୋକସ ଦେଇଥିଲେ ।

କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ, ଓଡିଆ ଚଳଚ୍ଚିତ୍ରର ସୁପ୍ରତିଷ୍ଠିତ ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ଶ୍ରୀମତୀ ଅର୍ଚ୍ଚିତା ସାହୁ ଓ ଅଭିନେତ୍ରୀ ଅନୁ ଚୌଧୁରୀ, ପୋଷଣ ବିଶେଶଜ୍ଞ ତଥା ୟୁନିସେଫର ବରିଷ୍ଠ ଅଧିକାରୀ ଶ୍ରୀ ସୌରଭ ଭଟ୍ଟାଚାର୍ଯ୍ୟ, ମହିଳା ଓ ଶିଶୁ ବିକାଶ ବିଭାଗ ଓ ୟୁନିସେଫର ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

ଗାଁ ରେ ଅଙ୍ଗନବାଡି ଓ ସ୍କୁଲ ଯାଉଥିବା ପିଲାମାନଙ୍କର ଚିପ୍ସ ଓ ନୁଡୁଲସ ଖାଇବା ଅଭ୍ୟାସ ପ୍ରତି ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଚିନ୍ତା ପ୍ରକଟ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦିଗଦର୍ଶନରେ ମହିଳା ଓ ଶିଶୁମାନଙ୍କର ଖାଦ୍ୟାଭ୍ୟାସକୁ ପରିବର୍ତ୍ତନ କରିବା ପାଇଁ ବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପୋଷଣ ବିଶେଷଜ୍ଞ ତଥା ୟୁନିସେଫ ଅଧିକାରି ସୌରଭ ଭଟ୍ଟାଚାର୍ଯ୍ୟ ଫିଟ ରହିବା ପାଇଁ ଘର ପ୍ରସ୍ତୁତ ଖାଦ୍ୟ ସହ ପରିବାର ସଦସ୍ୟମାନଙ୍କ ସହ ମିଶି ଖାଦ୍ୟ ଗ୍ରହଣ ଉପରେ ମତ ପ୍ରକାଶ କରିଥିଲେ । ଶିଶୁକୁ ଜନ୍ମର ୬ ମାସ ପର୍ଯ୍ୟନ୍ତ ମା’ କ୍ଷୀର ଦେବା ସହ ଅନ୍ନପ୍ରାଶନ ପରେ ମଧ୍ୟ ପିଲାଙ୍କୁ ତେଲଯୁକ୍ତ ଖାଦ୍ୟରୁ ଦୂରେଇ ରଖିବା ପାଇଁ ସେ ଦୃଢ ମତ ରଖିଥିଲେ । ମୋବାଇଲଠୁ ଦୂରେ ରହି ସ୍କ୍ରିନ ଟାଇମକୁ କମେଇବା ଉପରେ ସେ ଗୁରୁତ୍ଵାରୋପ କରିଥିଲେ ।

ଏହା ସହ ଅଭିନେତ୍ରୀ ଅନୁ ଚୌଧୁରୀ ନିଜ ଖାଦ୍ୟାଭ୍ୟାସ ବିଷୟରେ ସୂଚନା ଦେବା ସହ କମ୍ ତେଲ ଓ ଘର ରନ୍ଧା ଖାଦ୍ୟ ଖାଇବା ଉପରେ ନିଜର ମତ ରଖିଥିଲେ । ଅନନ୍ତା ସିନେମାର ନାୟକ ସବ୍ୟସାଚୀ ମିଶ୍ର ସିନେମା ପାଇଁ ନିଜ ଓଜନ ବଢେଇବା ପରେ ଉପୁଜିଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ। ବିଶେଷକରି ବଦଭ୍ୟାସ ଗୁଟୁଖା, ମଦ ଓ ସିଗାରେଟରୁ ନିଜକୁ ଦୂରେଇ ରଖିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଅଭିନେତ୍ରୀ ଅର୍ଚ୍ଚିତା ସାହୁ ସ୍ମାର୍ଟ ଖାଦ୍ୟଶୈଳୀ ଉପରେ ଚର୍ଚ୍ଚା କରିଥିଲେ ।

କାର୍ଯ୍ୟକ୍ରମରେ ଅତିଥିମାନେ ସାମାଜିକ ବ୍ୟବହାରିକ ପରିବର୍ତ୍ତନ (social behavior change) ବିଷୟରେ ଏକ ପୋଷ୍ଟର ଉନ୍ମୋଚନ କଲେ । ଏହି ପୋଷ୍ଟର ଦ୍ଵାରା ଅଙ୍ଗନବାଡି ମାଧ୍ୟମରେ ଗାଁ ଗାଁ ରେ ଜନ ସଚେତନତା ସୃଷ୍ଟି କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ସ୍ଵାଗତ ଭାଷଣ ରଖିବା ସହ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ସ୍ଵୟଂପ୍ରଭା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

No comments:

COASTAL NEWS

ବର୍ତ୍ତମାନ ସନ୍ଧ୍ୟାର ମୁଖ୍ଯ ଖବର

ବର୍ତ୍ତମାନ ସନ୍ଧ୍ୟାର ମୁଖ୍ଯ ଖବର ୧୪/୦୯/୨୦୨୫,ରବିବାର🌼 *ଶାରଦୀୟ ପାର୍ବଣରେ ଶ୍ରୀମନ୍ଦିରରେ ବିମଳା ମନ୍ଦିରରେ ଆରମ୍ଭ ହୋଇଛି ସହସ୍ରାକୁମ୍ଭାଭିଷେକ ଓ ଷୋ...