AFFILIATE MARKETING

https://binomo.com?a=90810425bb57&t=0

Sunday, July 30, 2023

ଜଣେ ଶିକ୍ଷକରେ ଚାଲିଛି ଶୁକଦେବ ହାଇସ୍କୁଲ

 ଜଣେ ଶିକ୍ଷକରେ ଚାଲିଛି ଶୁକଦେବ ହାଇସ୍କୁଲ


 


କୁଚିଣ୍ଡା,୩୦ା୭-ସରକାର ଶିକ୍ଷାର ବିକାଶ କଥା କହୁଥିବା ବେଳେ ସମ୍ବଲପୁର ଜିଲା ବାମରା ବ୍ଲକରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି। ତୁରେଇ ପଞ୍ଚାୟତର ଶୁକଦେବ ହାଇସ୍କୁଲରେ ଜଣେ ମାତ୍ର ଶିକ୍ଷକରେ ପାଠପଢା ଚାଲିଥିବାରୁ ପିଲାଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ୧୯୮୫ରେ ସ୍ଥାପିତ ଏହି ହାଇସ୍କୁଲରେ ନବମ ଓ ଦଶମ ଦୁଇଟି ଶ୍ରେଣୀରେ ମୋଟ ୭୬ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଏକମାତ୍ର ଶିକ୍ଷକ ଦୁଇଟି ଶ୍ରେଣୀର ସାହିତ୍ୟ, ଗଣିତ, ଇଂରାଜୀ, ବିଜ୍ଞାନ ଆଦି ବିଷୟ ପଢାଉଛନ୍ତି। ସ୍କୁଲ ପାଇଁ ୮ଜଣ ଶିକ୍ଷକ, ଜଣେ ଖେଳ ଶିକ୍ଷକ, ଦୁଇଜଣ ପିଅନ ଓ ଜଣେ ରାତ୍ର ଜଗୁଆଳି ପଦବୀ ରହିଥିବା ସ୍ଥଳେ ଏବେ ଜଣେ ଶିକ୍ଷକ, ଦୁଇଜଣ ପିଅନ ଓ ରାତ୍ର ଜଗୁଆଳି ଅଛନ୍ତି। ଗତ ଜୁନରେ ପ୍ରଧାନ ଶିକ୍ଷକ ଅବସର ଗ୍ରହଣ କରିବା ପରେ ବିକଳ୍ପ ବ୍ୟବସ୍ଥା କରାଯାଇ ନ ଥିବାରୁ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହେଉଥିବା ଅଞ୍ଚଳବାସୀ କହନ୍ତି। ଆଉ କେଇଟା ମାସ ପରେ ଦଶମ ଶ୍ରେଣୀ ପିଲା ମାଟ୍ରିକ ପରୀକ୍ଷା ଦେବେ। ହେଲେ ବିନା ପାଠ ପଢାରେ ସେମାନେ କେମିତି ପରୀକ୍ଷା ଦେବେ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି। ଏହି ସମସ୍ୟା ଯୋଗୁ ଏହି ସ୍କୁଲ ଉପରେ ନିର୍ଭର କରୁଥିବା ତୁରେଇ ପଞ୍ଚାୟତ ବ୍ୟତୀତ ସୁନ୍ଦରଗଡ ଜିଲାର ଦୁଇଟି ପଞ୍ଚାୟତର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ କ’ଣ ହେବ ତାକୁ ନେଇ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସରପଞ୍ଚ ଜଗଦୀଶ ନାଏକ କହନ୍ତି, ସରକାର ଏହି ହାଇସ୍କୁଲକୁ ୫-ଟିରେ ରୂପାନ୍ତରିତ କରି କାମ ଆରମ୍ଭ କରିଛନ୍ତି। ହେଲେ ଶିକ୍ଷକ ଅଭାବ ସରକାରଙ୍କ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ଶିକ୍ଷକ ନିଯୁକ୍ତି ନେଇ ପ୍ରଥମେ ବ୍ଲକ ଅଧିକାରୀ ଓ ପରେ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ସୁଫଳ ମିଳି ନ ଥିବା ସ୍କୁଲ ପରିଚାଳନା କମିଟି ସଭାପତି କୈଳାସ ବିହାରୀ ପଟେଲ କହନ୍ତି। ଏ ସମ୍ପର୍କରେ ସମ୍ବଲପୁର ଡିଇଓ ମୀନାରାଣୀ ମଙ୍ଗଳଙ୍କ ମତାମତ ନେବାରେ ତୁରେଇ ଏକ ଅନୁଦାନପ୍ରାପ୍ତ ହାଇସ୍କୁଲ। ଏଥିପାଇଁ ସରକାର ନୂଆ ଶିକ୍ଷକ ନିଯୁକ୍ତି ଦେଉନାହାନ୍ତି। ସେଥିପାଇଁ ଅତିଥି ଶିକ୍ଷକ ଦେବାର ବ୍ୟବସ୍ଥା କରାଯାଇଛି ଓ ଏହା ଏକସପ୍ତାହ ମଧ୍ୟରେ ପୂରଣ ହୋଇଯିବ ବୋଲି କହିଛନ୍ତି।

No comments:

COASTAL NEWS

ଖବର ଆଜିର, ୨୦ ଅକ୍ଟୋବର, ସୋମବାର

*ଖବର ଆଜିର, ୨୦ ଅକ୍ଟୋବର, ସୋମବାର* ବଙ୍ଗୋପସାଗରରେ ଶକ୍ତିଶାଳୀ ହେଉଛି ଘୂର୍ଣ୍ଣିବଳୟ , ଦିନକ ପରେ ଲଘୁଚାପ। ୨୩ ତାରିଖରେ ଅବପାତ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ...