AFFILIATE MARKETING
Friday, September 29, 2023
୧୩ ଦିନ ହେଲା ଟଙ୍କା ନେଇ ଛୁ ପୋଷ୍ଟ ମାଷ୍ଟର, କାହାର ଲକ୍ଷେ ତ କାହାର ୯୦ ହଜାର ସବୁକୁ ନେଇ ଫେରାର
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
Saturday, July 15, 2023
ଅଜଣା ଜନ୍ତୁ ଆତଙ୍କ
ଅଜଣା ଜନ୍ତୁ ଆତଙ୍କ, ଗୁହାଳରେ ପଶି ମାରିଦେଲା ୪୦ରୁ ଅଧିକ ମେଣ୍ଢା
ଢେଙ୍କାନାଳ : ମରିଗଲେ ୪୦ରୁ ଅଧିକ ମେଣ୍ଢା । ଢେଙ୍କାନାଳ ସଦର ରେଞ୍ଜ ଆରଦା ଗାଁରେ ଅଜଣା ଜନ୍ତୁର ଆତଙ୍କ । ଗୁହାଳରେ ପଶି ୪୦ରୁ ଅଧିକ ମେଣ୍ଢାଙ୍କ ମୃତ୍ୟୁକୁ ନେଇ ଗ୍ରାମବାସୀ ଛାନିଆ । ମୃତ ମେଣ୍ଢାଙ୍କ ବେକ ଓ ଦେହରେ ରହିଛି ଗଭୀର କ୍ଷତ । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଗତ ରାତିରେ କୌଣସି ଅଜଣା ଜୀବ ଗୁହାଳରେ ପଶି ମେଣ୍ଢାମାନଙ୍କୁ ଆକ୍ରମଣ କରି ମାରି ଦେଇଥିବା କହିଛନ୍ତି ମାଲିକ । ଅଚାନକ ଗୋଟିଏ ରାତିରେ ଏତେ ମାତ୍ରାରେ ମେଣ୍ଢା ଏପରି ଆକ୍ରମଣର ଶିକାର ହୋଇ ମୃତ୍ୟୁ ଘଟିଥିବା ଘଟଣାରେ କୌଣସି ଅଜଣା ଯିବ ଗାଁରେ ପଶି ଆତଙ୍କ ଘଟାଇଥିବା ନିଆଳିର ପୁନରାବୃତ୍ତି ଢେଙ୍କାନାଳରେ ଘଟୁଥିବା ଗ୍ରାମବାସୀ ଆଶଙ୍କା କରିଛନ୍ତି । ଯାହାକୁ ନେଇ ଏହି ଅଂଚଳରେ ଆତଙ୍କ ସୃଷ୍ଟି କରିଛି। ଗ୍ରାମବାସୀ ମାନେ ଅଜଣା ଜୀବକୁ ନେଇ ଭୟଭୀତ ହୋଇପଡିଛନ୍ତି ।
ସେପଟେ ଖବର ପାଇ ଢେଙ୍କାନାଳ ରେଞ୍ଜର ବନ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଘଟଣା ସ୍ଥଳରେ କୌଣସି ଜୀବ ଜନ୍ତୁଙ୍କର ପାଦ ଚିହ୍ନ ନଥିବା ଓ ଏହି ଅଞ୍ଚଳରେ ହେଟା ବାଘର ଉପସ୍ଥିତି ସେପରି ନଥିବା ପ୍ରକାଶ କରିଛନ୍ତି ସଦର ରେଞ୍ଜର। ଗୋଟିଏ ପଟରେ ଗତ ରାତିରୁ ବର୍ଷା ଲାଗି ରହିଥିବାରୁ ଆକ୍ରମଣ କାରୀ ଜୀବର ପାଦଚିହ୍ନ ନଥିବା ଆଶଙ୍କା କରାଯାଇଛି।
ତେବେ ଏକା ଥରକେ ଜଣଙ୍କର ଏତେ ମାତ୍ରାରେ ମେଣ୍ଢା ଆକ୍ରମଣର ଶିକାର ହୋଇ ମୃତ୍ୟୁ ଘଟିବା ବନ ବିଭାଗକୁ ବିଭ୍ରାନ୍ତରେ ପକାଇ ଦେଇଛି। ଯାହାକୁ ନେଇ ତଦନ୍ତ ଆରମ୍ଭ କରିଛି ବନବିଭାଗ । ତୁରନ୍ତ ଏହି ଘଟଣାର ପ୍ରକୃତ ରହସ୍ୟ କଣ ଜାଣିବାକୁ ଅପେକ୍ଷା କରିଥିବା ବେଳେ କ୍ଷତିଗ୍ରସ୍ତ ମେଣ୍ଢା ମାଲିକ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ଜନସାଧାରଣଙ୍କ ଚାହିଦା ପୂରଣ କରିପାରୁ ନାହିଁ ସରକାରୀ ସ୍ୱାସ୍ଥ୍ୟ ସେବା--- ରେଙ୍ଗାଲି: ପ୍ରତ୍ୟେକ ସରକାରଙ୍କ ନିର୍ବାଚନି ସ୍ଳୋଗାନ୍ ହେଉଛି ବିକାଶ। ଏହି ସ୍ଳୋଗାନ୍ ଦେଇ ରାଜନୈତିକ ଦଳ ନିର୍ବାଚନ ବୈତରଣୀ ପାରି ହୋଇ କ୍ଷମତାସୀନ ହେଉଛନ୍ତି । କିନ୍ତୁ କ୍ଷମତା ଚୌକିରେ ବସିଗଲା ପରେ ସ୍ଲୋଗାନ୍ ଏବଂ ପ୍ରତିଶ୍ରୁତି କାହାରି ମନେ ପଡୁ ନାହିଁ। ସରାକାର ଙ୍କ ଶିଳ୍ପାୟନ ପ୍ରକ୍ରିୟା ପରେ ଇଣ୍ଡଷ୍ଟ୍ରିଆଲ କରିଡର ବୋଲି କୁହାଯାଉଥିବା ରେଙ୍ଗାଲି ଏବେ ଗାଁ ଏବଂ ସହରର ଦୋ ଛକିରେ ଠିଆ ହୋଇ ରହିଯାଇଛି। ସରକାରୀ ନଥିପତ୍ରରେ ରେଙ୍ଗାଲିକୁ ସହରାଞ୍ଚଳ ବୋଲି କୁହାଯାଉଛି। କିନ୍ତୁ କାର୍ଯ୍ୟତଃ ଗ୍ରାମପଞ୍ଚାୟତ କାର୍ଯ୍ୟଧାରାରେ ସବୁ କିଛି ଚାଲିଛି। ୧୬ଟି ଗ୍ରାମ ପଞ୍ଚାୟତର ସଦର ମହୁକୁମା ହୋଇଥିବା ରେଙ୍ଗାଲିରେ ତହସିଲ,ବ୍ଳକ୍ ଥାନା, ସରକାରୀ,ଇଞ୍ଜିନିୟରିଂ ସ୍କୁଲ, ହାଇସ୍କୁଲ, କଲେଜ, ଏକାଧିକ ଜାତିୟ କରଣ ବ୍ୟାଙ୍କ୍ ଆଦି ଅନେକ ସରକାରୀ ବେସରକାରୀ କାର୍ଯ୍ୟାଳୟ ରହିଛି। ୨୦୧୧ ଜନଗଣନା ଅନ୍ୟୁାୟୀ ରେଙ୍ଗାଲି ଗ୍ରାମ ପଞ୍ଚାୟତର ଜନସଂଖ୍ୟା ୧୦ହଜାର୮ଶହ୮୭। ରେଙ୍ଗାଲିରେ ସରକାରୀ ସ୍ୱାସ୍ଥ୍ୟ ସେବା ଜନସାଧାରଣ ଙ୍କ ଚାହିଦା ପୂରଣ କରିପାରୁ ନାହିଁ। ୫୦ଦଶକରୁ ପ୍ରତିଷ୍ଠିତ ଏହି ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରି ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦେବାକୁ ଦୀର୍ଘ ବର୍ଷ ହେଲା ଲୋକେ ଦାବୀ କରୁଥିଲେ ବି ସରକାର କର୍ଣ୍ଣପାତ କରୁ ନାହାନ୍ତି । ଜଣେ ଏଲୋପାଥିକ ଏବଂ ଜଣେ ଆୟୁଷ ଡାକ୍ତର ଅବସ୍ଥାପିତ। ୧୦ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ବରେ ଥିବା ରେଙ୍ଗାଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ନ୍ୟୁ) ଉପରେ ଆଖପାଖର ୪/୫ ଟି ପଞ୍ଚାୟତର ଲୋକେ ନିର୍ଭର କରୁଛନ୍ତି। ସ୍ୱାସ୍ଥ୍ୟ ସେବା ଭଲି ରେଙ୍ଗାଲି ର ପରିମଳ ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ । ନାଳ ନର୍ଦ୍ଦମା,ଏବଂ ରାସ୍ତାକଡ ରେ ପଡୁଥିବା ଆବର୍ଜନା ର ନିୟମିତ ସଫେଇ ର ବ୍ୟବସ୍ଥା ନାହିଁ । ଜନ ସଂଖ୍ୟା ବ୍ୃଦ୍ଧି ପାଇବା ପରେ ନାଳ ନର୍ଦ୍ଦମା ତଥା ରାସ୍ତା କଡ ରେ ଅଳିଆ ଆବର୍ଜନା ବହୁ ପରିମାଣ ରେ ନିଷ୍କାଷିତ ହେଉଥିଲେ ମଧ୍ୟ ଏହାର ସଫେଇ ପାଇଁ କୌଣସି ବିଧିବଦ୍ଧ ବ୍ୟବସ୍ଥା ନାହିଁ।
ଜନସାଧାରଣଙ୍କ ଚାହିଦା ପୂରଣ କରିପାରୁ ନାହିଁ ସରକାରୀ ସ୍ୱାସ୍ଥ୍ୟ ସେବା
ରେଙ୍ଗାଲି: ପ୍ରତ୍ୟେକ ସରକାରଙ୍କ ନିର୍ବାଚନି ସ୍ଳୋଗାନ୍ ହେଉଛି ବିକାଶ। ଏହି ସ୍ଳୋଗାନ୍ ଦେଇ ରାଜନୈତିକ ଦଳ ନିର୍ବାଚନ ବୈତରଣୀ ପାରି ହୋଇ କ୍ଷମତାସୀନ ହେଉଛନ୍ତି । କିନ୍ତୁ କ୍ଷମତା ଚୌକିରେ ବସିଗଲା ପରେ ସ୍ଲୋଗାନ୍ ଏବଂ ପ୍ରତିଶ୍ରୁତି କାହାରି ମନେ ପଡୁ ନାହିଁ। ସରାକାର ଙ୍କ ଶିଳ୍ପାୟନ ପ୍ରକ୍ରିୟା ପରେ ଇଣ୍ଡଷ୍ଟ୍ରିଆଲ କରିଡର ବୋଲି କୁହାଯାଉଥିବା ରେଙ୍ଗାଲି ଏବେ ଗାଁ ଏବଂ ସହରର ଦୋ ଛକିରେ ଠିଆ ହୋଇ ରହିଯାଇଛି। ସରକାରୀ ନଥିପତ୍ରରେ ରେଙ୍ଗାଲିକୁ ସହରାଞ୍ଚଳ ବୋଲି କୁହାଯାଉଛି। କିନ୍ତୁ କାର୍ଯ୍ୟତଃ ଗ୍ରାମପଞ୍ଚାୟତ କାର୍ଯ୍ୟଧାରାରେ ସବୁ କିଛି ଚାଲିଛି। ୧୬ଟି ଗ୍ରାମ ପଞ୍ଚାୟତର ସଦର ମହୁକୁମା ହୋଇଥିବା ରେଙ୍ଗାଲିରେ ତହସିଲ,ବ୍ଳକ୍ ଥାନା, ସରକାରୀ,ଇଞ୍ଜିନିୟରିଂ ସ୍କୁଲ, ହାଇସ୍କୁଲ, କଲେଜ, ଏକାଧିକ ଜାତିୟ କରଣ ବ୍ୟାଙ୍କ୍ ଆଦି ଅନେକ ସରକାରୀ ବେସରକାରୀ କାର୍ଯ୍ୟାଳୟ ରହିଛି। ୨୦୧୧ ଜନଗଣନା ଅନ୍ୟୁାୟୀ ରେଙ୍ଗାଲି ଗ୍ରାମ ପଞ୍ଚାୟତର ଜନସଂଖ୍ୟା ୧୦ହଜାର୮ଶହ୮୭। ରେଙ୍ଗାଲିରେ ସରକାରୀ ସ୍ୱାସ୍ଥ୍ୟ ସେବା ଜନସାଧାରଣ ଙ୍କ ଚାହିଦା ପୂରଣ କରିପାରୁ ନାହିଁ। ୫୦ଦଶକରୁ ପ୍ରତିଷ୍ଠିତ ଏହି ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରି ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦେବାକୁ ଦୀର୍ଘ ବର୍ଷ ହେଲା ଲୋକେ ଦାବୀ କରୁଥିଲେ ବି ସରକାର କର୍ଣ୍ଣପାତ କରୁ ନାହାନ୍ତି । ଜଣେ ଏଲୋପାଥିକ ଏବଂ ଜଣେ ଆୟୁଷ ଡାକ୍ତର ଅବସ୍ଥାପିତ। ୧୦ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ବରେ ଥିବା ରେଙ୍ଗାଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ନ୍ୟୁ) ଉପରେ ଆଖପାଖର ୪/୫ ଟି ପଞ୍ଚାୟତର ଲୋକେ ନିର୍ଭର କରୁଛନ୍ତି। ସ୍ୱାସ୍ଥ୍ୟ ସେବା ଭଲି ରେଙ୍ଗାଲି ର ପରିମଳ ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ । ନାଳ ନର୍ଦ୍ଦମା,ଏବଂ ରାସ୍ତାକଡ ରେ ପଡୁଥିବା ଆବର୍ଜନା ର ନିୟମିତ ସଫେଇ ର ବ୍ୟବସ୍ଥା ନାହିଁ । ଜନ ସଂଖ୍ୟା ବ୍ୃଦ୍ଧି ପାଇବା ପରେ ନାଳ ନର୍ଦ୍ଦମା ତଥା ରାସ୍ତା କଡ ରେ ଅଳିଆ ଆବର୍ଜନା ବହୁ ପରିମାଣ ରେ ନିଷ୍କାଷିତ ହେଉଥିଲେ ମଧ୍ୟ ଏହାର ସଫେଇ ପାଇଁ କୌଣସି ବିଧିବଦ୍ଧ ବ୍ୟବସ୍ଥା ନାହିଁ।
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
Friday, July 14, 2023
ବର୍ଷା-ଅନୁଭବ ବିବାଦ
ବର୍ଷା-ଅନୁଭବ ବିବାଦ-ସାକ୍ଷ୍ୟ ଗ୍ରହଣର ୩ ମାସ ମଧ୍ୟରେ ମାମଲାର ପୂର୍ଣ୍ଣଚ୍ଛେଦ ପାଇଁ ହାଇକୋର୍ଟଙ୍କ ନିର୍ଦେଶ
ଭୁବନେଶ୍ବର: ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦେଶ ଦେଇଛନ୍ତି। ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାହ ବିଚ୍ଛେଦ ମାମଲାର ଜୁଲାଇ ୩୧ରେ ବର୍ଷାଙ୍କ ଚୂଡ଼ାନ୍ତ ସାକ୍ଷ୍ୟ ଗ୍ରହଣ ପାଇଁ ନିର୍ଦେଶ ଦେଇଛନ୍ତି। ସାକ୍ଷ୍ୟ ଗ୍ରହଣର ୩ ମାସ ମଧ୍ୟରେ ମାମଲାର ପୂର୍ଣ୍ଣଚ୍ଛେଦ ପାଇଁ ହାଇକୋର୍ଟ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ସାଂସଦ ଅନୁଭବ ମହାନ୍ତିଙ୍କ ଛାଡପତ୍ର ଆବେଦନର ଶୁଣାଣି ଶୀଘ୍ର ଶେଷ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ୩ ମାସ ଭିତରେ ଛାଡପତ୍ର ମାମଲା ଶେଷ କରିବାକୁ ପରିବାର ଅଦାଲତକୁ ନିର୍ଦେଶ ଦେଇଥିବାବେଳେ ୪ ସପ୍ତାହ ମଧ୍ୟରେ ଜବାବ ସୁଆଲ ଶେଷ କରିବାକୁ ହାଇକୋର୍ଟ ନିର୍ଦେଶ ଦିଆଯାଇଛି। ଜୁଲାଇ ୩୧ ସୁଦ୍ଧା ଜେରା ପ୍ରକ୍ରିୟା ଶେଷ ହେବାକୁ ଥିବାବେଳେ ଅକ୍ଟୋବର ୩୧ ସୁଦ୍ଧା ଛାଡପତ୍ର ମାମଲାର ଫଇସଲା ହୋଇପାରେ ବୋଲି ଆଶା କରାଯାଉଛି। ପରିବାର ଅଦାଲତରେ ଫଇସଲା ବିଳମ୍ବ ହେଉଥିଲା ଦର୍ଶାଇ ହାଇକୋର୍ଟ ଯାଇଥିଲେ ଅନୁଭବ ମହାନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶର ଉଲ୍ଲଙ୍ଘନ ହେଉଥିବା ଦର୍ଶାଇଥିଲେ ଅନୁଭବଙ୍କ ଓକିଲ। ବର୍ଷାଙ୍କୁ ଅହେତୁକ ଅନୁକମ୍ପା ଦର୍ଶାଯାଉଥିବା ହାଇକୋର୍ଟରେ ଅଭିଯୋଗ ହୋଇଥିଲା।
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
Tuesday, July 11, 2023
ପଞ୍ଚାୟତ ବିଭାଗର ନୂଆ ଯୋଜନା ଆମ ଓଡ଼ିଶା
- ପଞ୍ଚାୟତ ବିଭାଗର ନୂଆ ଯୋଜନା ଆମ ଓଡ଼ିଶା, ନବୀନ ଓଡ଼ିଶାକୁ ମୋହର
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି । ପଞ୍ଚାୟତ ବିଭାଗର ନୂଆ ଯୋଜନା ଆମ ଓଡ଼ିଶା, ନବୀନ ଓଡ଼ିଶାକୁ ମୋହର । ଏହି ଯୋଜନା ମାଧ୍ୟମରେ ପ୍ରତି ପଞ୍ଚାୟତକୁ ସ୍ୱତନ୍ତ୍ର ଅନୁଦାନ ମିଳିବ । ନୂଆ ଯୋଜନା ପାଇଁ ୪୦୦୦କୋଟି ବ୍ୟୟ ବରାଦ ହୋଇଛି ।
ଗ୍ରାମାଞ୍ଚଳର ଭିତ୍ତିଭୂମିକୁ ବିକାଶ ପାଇଁ ଏହି ଯୋଜନା କରାଯାଇଛି । ରାଜ୍ୟର ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାକୁ ଯୋଜନା ହୋଇଛି । ପ୍ରତି ପଞ୍ଚାୟତ ୫୦ ଲକ୍ଷ ଟଙ୍କାର ଅନୁଦାନ ପାଇପାରିବେ । ସେହି ଅର୍ଥରୁ ଜଗନ୍ନାଥ ସଂସ୍କୃତି ପରମ୍ପରାର ଉନ୍ନତି ହେବ । ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଈପାରିବ ।
ଯୋଜନା କାର୍ଯ୍ୟକାରୀ ପାଇଁ ଗାଇଡଲାଇନ୍କୁ ମଞ୍ଜୁରୀ ମିଳିଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ସମୁଦାୟ ୯ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । .
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
Saturday, July 8, 2023
ଲୋକ କଳାକାରଙ୍କ ପାରିଶ୍ରମିକ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଲୋକ କଳାକାରଙ୍କ ପାରିଶ୍ରମିକ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ଲୋକକଳାର ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ପ୍ରଗତିଶୀଳ ପଦକ୍ଷେପ ନେଇଛନ୍ତି । ୨୦୦୯ ମସିହା ରୁ ବ୍ଲକ୍ ଠାରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟସ୍ତର ପର୍ଯ୍ୟନ୍ତ କଳାକାର ମାନଙ୍କ ସଂଘ ଗଠନ କରାଯାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଅନ୍ୟାନ୍ୟ ବିଭାଗ ଦ୍ବାରା ଲୋକକଳା କାର୍ଯ୍ୟକ୍ରମର ଆୟୋଜନ କରାଯାଇ ପ୍ରୋତ୍ସାହନ ଦିଆଯାଉଛି ।
କଳାକାର ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ଗୁଡିକରେ କଳାକାର ମାନଙ୍କ ପ୍ରଦର୍ଶନ ପାଇଁ ପାରିଶ୍ରମିକରେ ବୃଦ୍ଧି ବିଷୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ବିଭିନ୍ନ ଲୋକକଳା ଯଥା ଦାସକାଠିଆ, ପାଲା, ଘୋଡାନାଚ ତଥା ଲୋକନୃତ୍ୟ ଓ ଲୋକସଂଗୀତ ପାଇଁ ପାରିଶ୍ରମିକ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଯୋଗ୍ୟ ଯେ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ଲୋକକଳା ଜରିଆରେ ବିଭିନ୍ନ ସୂଚନା, ଶିକ୍ଷା ଓ ସଂଚାର କାର୍ଯ୍ୟକ୍ରମ ତଥା ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ପ୍ରଚାର ପ୍ରସାର କରାଯାଇଥାଏ ।
ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ଲୋକକଳା ପାଇଁ ଗୋଟିଏ ଦିନରେ ୩ ଘଣ୍ଟାରେ ୩ଟି ପ୍ରଦର୍ଶନ କରିବା ପାଇଁ ବର୍ଦ୍ଧିତ ପାରିଶ୍ରମିକ ଘୋଷଣା କରାଯାଇଛି । ଦଳର ମୁଖ୍ୟଙ୍କୁ ଦିନକୁ ୧୦୦୦ ଟଙ୍କା ଓ ଅନ୍ୟ ସଦସ୍ୟ ମାନଙ୍କୁ ୮୦୦ ଟଙ୍କା ଲେଖାଏ ପ୍ରଦାନ କରାଯିବ। ଏହାସହିତ, କଳାକାର ମାନଙ୍କ ଗମନାଗମନ ଓ ଖାଦ୍ୟ ପାଇଁ ଜଣ ପିଛା ଦୈନିକ ୩୦୦ ଟଙ୍କା ଲେଖାଏ ଦିଆଯିବ।ଏହି ନୂତନ ପାରିଶ୍ରମିକ ଅନୁଯାୟୀ ଦାସକାଠିଆ ପ୍ରଦର୍ଶନ କ୍ଷେତ୍ରରେ ପୂର୍ବରୁ କାର୍ଯ୍ୟକ୍ରମ ପିଚ୍ଛା ୨୦୦ ଟଙ୍କା ଦିଆଯାଉଥିବା ବେଳେ, ବର୍ତ୍ତମାନ ଏକ ଦୁଇ ଜଣିଆ ଦଳକୁ ଏକକାଳୀନ ୨୪୦୦ ଟଙ୍କା ପ୍ରଦାନ କରାଯିବ।
ସେହିପରି ପାଲା ପ୍ରଦର୍ଶନ କ୍ଷେତ୍ରରେ ପୂର୍ବରୁ କାର୍ଯ୍ୟକ୍ରମ ପିଚ୍ଛା ୩୫୦ ଟଙ୍କା ଦିଆଯାଉଥିବା ବେଳେ, ଏବେ ଏକ ୬ ଜଣିଆ ଦଳକୁ ଏକକାଳୀନ ୬୮୦୦ ଟଙ୍କା ଦିଆଯିବ।
ଘୋଡାନାଚ କ୍ଷେତ୍ରରେ ପୂର୍ବରୁ କାର୍ଯ୍ୟକ୍ରମ ପିଚ୍ଛା ୩୫୦ ଟଙ୍କା ଦିଆଯାଉଥିବା ବେଳେ, ବର୍ତ୍ତମାନ ୮ ଜଣିଆ ଘୋଡାନାଚ ଦଳକୁ ଏକକାଳୀନ ୯୦୦୦ ଟଙ୍କା ଦିଆଯିବ ।
ସେହିପରି ଲୋକନୃତ୍ୟ ଓ ଲୋକସଂଗୀତ ପାଇଁ ପୂର୍ବରୁ କାର୍ଯ୍ୟକ୍ରମ ପିଚ୍ଛା ୪୦୦ ଟଙ୍କା ଦିଆଯାଉଥିଲା । ଏବେ ଏକ ୮ ଜଣିଆ ଦଳକୁ ଏକକାଳୀନ ୯୦୦୦ ଟଙ୍କା ଦିଆଯିବ।
ଲୋକକଳାର ସୁରକ୍ଷା ତଥା କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ଏହି ପଦକ୍ଷେପ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
Thursday, April 27, 2023
ମେ ରୁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
COASTAL NEWS
ବଢିଲା ମନ୍ତ୍ରୀ ଓ ବିଧାୟକଙ୍କ ଦରମା
ବଢିଲା ମନ୍ତ୍ରୀ ଓ ବିଧାୟକଙ୍କ ଦରମା ବିଧାନସଭାରେ ଦରମା ଓ ଭତ୍ତା ବିଲ୍ ଉପସ୍ଥାପନ କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବୃଦ୍ଧି ଭୁବନେଶ...





