AFFILIATE MARKETING

https://binomo.com?a=90810425bb57&t=0

Friday, September 29, 2023

୧୩ ଦିନ ହେଲା ଟଙ୍କା ନେଇ ଛୁ ପୋଷ୍ଟ ମାଷ୍ଟର, କାହାର ଲକ୍ଷେ ତ କାହାର ୯୦ ହଜାର ସବୁକୁ ନେଇ ଫେରାର

COASTAL NEWS ODIA 
୧୩ ଦିନ ହେଲା ଟଙ୍କା ନେଇ ଛୁ ପୋଷ୍ଟ ମାଷ୍ଟର, କାହାର ଲକ୍ଷେ ତ କାହାର ୯୦ ହଜାର ସବୁକୁ ନେଇ ଫେରାର




ଭଦ୍ରକ : ଭଞ୍ଜ ବିହାରୀ ମହାନ୍ତି - କାହାର ଲକ୍ଷେ ତ କାହାର ହଜାର ତ ପୁଣି କାହାର ୧୦ ହଜାର । କାହାରି ଟଙ୍କାକୁ ବି ଡିପୋଜିଟ୍‌ କରିନାହାଁନ୍ତି ପୋଷ୍ଟ ମାଷ୍ଟର । ଆଜି କରିବି କାଲି କରିବି ଖାତା ଅପଡେଟ ହେବାକୁ ଯାଇଛି । ଏମିତି କେତେ କଣ ଲୋକଙ୍କୁ ଭୁଆଁ ବୁଲାଇ ଆସୁଥିଲେ ପୋଷ୍‌ଟ ମାଷ୍ଟର । ଲୋକମାନେ ବି ନିଜ ଜମା ଟଙ୍କା ବିଷୟରେ ପଚାରିବାକୁ ପୋଷ୍ଟ ଅଫିସ୍‌ ଦୌଡନ୍ତି କିନ୍ତୁ ଧରାଛୁଆଁ ଦିଅଦନ୍ତିିନି ପୋଷ୍ଟ ମାଷ୍ଟର । ଆଉ ଶେଷରେ ଲୋକଙ୍କ ଟଙ୍କା ନେଇ ଫେରାର ବି ହୋଇଯାଇଛନ୍ତି । 

ଆଜକୁ ଦୀର୍ଘ ୧୩ ଦିନ ବିତିଗଲାଣି ଲୋକଙ୍କ ଟଙ୍କା ହଡପ କରି ଫେରାର ଅଛନ୍ତି ପୋଷ୍ଟ ମାଷ୍ଟର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭାଟପଡା ପଂଚାୟତର ଉଗ୍ରତରାରେ ଥିବା ଉଗ୍ରତରା ଶାଖା ଡାକଘରର ପୋଷ୍ଟମାଷ୍ଟର କିଛି ଜମାକାରୀଙ୍କ ଟଙ୍କା ଜମାନକରି ନିଜେ ସେସବୁ ଟଙ୍କା ନେଇ ଫେରାର୍ ହୋଇ ଯାଇଥିବା ଜମାକାରୀ ଅଭିଯୋଗ କରିଛନ୍ତି । ପୋଷ୍ଟ ମାଷ୍ଟର ଫେରାର୍ ହୋଇଯାଇଥିବାରୁ ଦୀର୍ଘ ୧୩ ଦିନ ହେଲା ଉଗ୍ରତରା ଶାଖା ଡାକଘର ତାଲା ପଡିଛି ।

ଖବର ପାଇ ଭଦ୍ରକ ମୁଖ୍ୟ ଡାକଘରର ଇନ୍ସପେକଟର , ଚାନ୍ଦବାଲି ତହସିଲଦାରଙ୍କ ଉପସ୍ଥିତିରେ ଉଗ୍ରତରା ଶାଖା ଡାକଘର ର ତାଲା ଭାଙ୍ଗିଥିଲେ । ତେବେ ଜମାକାରୀଙ୍କ ଅଭିଯୋଗ କାହାର ଏକ ଲକ୍ଷ ତ କାହାର ନବେ ହଜାର ପୁଣି କାହାର ୧୦ ହଜାର ଏମିତି ଟଙ୍କା ଜମାକାରୀଙ୍କ ଖାତାରେ ଡିପୋଜିଟ ନକରି ପୋଷ୍ଟମାଷ୍ଟର ହଡପ କରିଦେଇଛି ।

ଆଖପାଖ ଅଂଚଳରକ ବହୁ ଲୋକ ଏହି ଡାକଘରେ ନିଜର ଚଙ୍କା ସଂଚୟ କରୁଥିଲେ । କିଛି ଜମାକାରୀଙ୍କ ଟଙ୍କାକୁ ଡିପୋଜିଟ ନକରି ଟଙ୍କା ନେଇ ଫେରାର ହୋଇଯାଇଛି ପୋଷ୍ଟ ମାଷ୍ଟର । ତେବେ ଜମାକାରୀମାନେ ଯେତେବେଳେ ପୋଷ୍ଟ ମାଷ୍ଟର ପାଖକୁ ଯାଆନ୍ତି ଲିଙ୍କ ନାହିଁ କାଲି ଡିପୋଜିଟ କରିଦେବି , ଡିପୋଜିଟ କରି ଦେଇଛି ପଛକୁ ଆସନ୍ତୁ ବହି ନେଇଯିବେ ଏମିତି କହି ଠକଉଥିଲା ବୋଲି ଅଭିଯୋଗ କରିଛନ୍ତି ଠକାମୀର ଶିକାର ହୋଇଥିବା ଜମାକାରୀ । ତେବେ ଏହି ଘଟଣାରେ ଜିଲ୍ଲା ଡାକଘରର ଇନ୍ସପେକଟର ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ପରେ ସ୍ପଷ୍ଟ ହେବ ସତ କଣ ମିଛ କଣ ବୋଲି ସେ କହିଛନ୍ତି l

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...