AFFILIATE MARKETING

https://binomo.com?a=90810425bb57&t=0

Friday, September 29, 2023

ଦୀପକ ମାହୁଁନ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ବିଭତ୍ସ ହତ୍ୟା

COASTAL NEWS ODIA 942

ଦୀପକ ମାହୁଁନ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ବିଭତ୍ସ ହତ୍ୟା





କାମାକ୍ଷାନଗର - ବହୁଚର୍ଚ୍ଚିତ ଦୀପକ ମାହୁନ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ସାହୁଙ୍କୁ କାମାକ୍ଷାନଗର ଥାନା ଆଳତୁମା ଗାଁ ରେଲୱେ ଓଭର ବ୍ରିଜପାଖ ସଉରିଆ ନିକଟରେ ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ବିଭତ୍ସ ଭାବେ ହତ୍ୟା କରିଛନ୍ତି । ଘଟଣା ସ୍ଥଳରୁ ଗୁଳିବିଦ୍ଧ ରକ୍ତ ଜୁଡୁବୁଡୁ ମୃତ ଦେହ ସହ ଗୁଳି ଜବତ କରିଛି ସ୍ଥାନୀୟ ପୋଲିସ । 

ପ୍ରକାଶ ଥାଉକି ଗତ ୨୦୨୧ ମସିହା ସେପ୍ଟେମ୍ବର ମାସ ୨୪ ତାରିଖ ବିଳମ୍ବିତ ରାତିରେ ପଣ୍ଡୁଆ-ଜିରାଳ ରାସ୍ତାର ଜାମୁନାଳୀ ନିକଟରେ  ବାରୁଆଁର ପୂର୍ବତନ ସମିତିସଭ୍ୟ ଦୀପକ ମାହୁଁନ୍ତ ଙ୍କୁ  ନିର୍ମମ ଭାବେ ହତ୍ୟା କରାଯାଇଥିଲା।
 ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ ନିରଞ୍ଜନ ସାହୁ। ଗତ କିଛି ମାସ ତଳେ ବେଲ୍ ରେ ଆସିଥିଲେ । 

ଗତ କାଲି ବାଲି ଘାଟ କାମରେ କାମାକ୍ଷାନଗର ଆସିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ବଡ଼ ଭାଇଙ୍କ ସର୍ବେଶ୍ୱର ସାହୁ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ କାମାକ୍ଷାନଗର ଏସଡିପିଓ ପ୍ରଭାତ ରଞ୍ଜନ ତ୍ରିପାଠୀ ଓ ଥାନା ଅଧିକାରୀ ଶରତ ମହାଳିକଙ୍କ ତତ୍ତ୍ଵାବଧାନରେ ତଦନ୍ତ ଜାରି ରହିଛି ।

No comments:

COASTAL NEWS

ଶିକ୍ଷା ହେଉଛି ବଡ଼ ଧନ

ଶିକ୍ଷା ହେଉଛି ବଡ଼ ଧନ  ଏକ ହୃଦୟସ୍ପର୍ଶୀ ଓଡ଼ିଆ ଶିଶୁ ଶିକ୍ଷାମୂଳକ କାହାଣୀ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଏକ ସୁନ୍ଦର ଛୋଟ ଗାଁ। ଗାଁ ଚାରିପାଖରେ ସ...