AFFILIATE MARKETING

https://binomo.com?a=90810425bb57&t=0

Saturday, September 30, 2023

ମହିଳା ସାଂସଦ ଭାବେ ସଙ୍ଗୀତା କୁମାରୀ ସିଂହଦେଓ ଆଗରେ

COASTAL NEWS ODIA 947

ମହିଳା ସାଂସଦ ଭାବେ ସଙ୍ଗୀତା କୁମାରୀ ସିଂହଦେଓ ଆଗରେ 



ଭୁବନେଶ୍ବର - ମହିଳା ସାଂସଦ ଭାବେ ସଙ୍ଗୀତା କୁମାରୀ ସିଂହଦେଓ ଆଗରେ । ସାଂସଦ ଭାବରେ ପ୍ରଦର୍ଶନ ଓ କାର୍ଯ୍ୟଦକ୍ଷତା କ୍ଷେତ୍ରରେ ରାଜ୍ୟର ଅନ୍ୟ ସାଂସଦମାନଙ୍କ ଠାରୁ ସେ ସବୁଠୁ ଆଗରେ । ସଦ୍ୟ ପ୍ରକାଶିତ ପିଆରଏସ ଲେଜିସଲେଟିଭ ରିସର୍ଚ୍ଚ ରିପୋର୍ଟରେ ଏହା କୁହାଯାଇଛି । ସଂସଦରେ ପ୍ରଶ୍ନ ପଚାରିବା, ଆଲୋଚନାରେ ଭାଗ ନେବା ତଥା ଉପସ୍ଥିତିରେ ଅନ୍ୟମାନଙ୍କୁ ଠାରୁ ତାଙ୍କର ପ୍ରଦର୍ଶନ ଭଲ ରହିଥିବା ରିପୋର୍ଟରୁ ଜଣାପଡିଛି ।

ଲୋକେ ବହୁମୂଲ୍ୟ ମତ ସାବ୍ୟସ୍ତ କରି ନିଜ ପ୍ରତିନିଧି ଚୟନ କରନ୍ତି । ହେଲେ ଏହି ପ୍ରତିନିଧିମାନେ ତାଙ୍କ ପାଇଁ କେତେ ସ୍ୱର ଉତ୍ତୋଳନ କରିଛନ୍ତି ତାକୁ ନେଇ ଅନେକ ବାଦବିବାଦ ଦେଖାଯାଏ । ଏପରି ସ୍ଥଳେ ରିପୋର୍ଟ କାର୍ଡରେ ତାଙ୍କର କାର୍ଯ୍ୟଦକ୍ଷତା ପ୍ରତିଫଳିତ ହୋଇଥାଏ । ଯେଉଁଥିରେ ସେମାନେ ଲୋକଙ୍କ ପାଇଁ କ'ଣ କାମ କରୁଛନ୍ତି ତାହା ଜଣାପଡିଥାଏ । 

ଓଡିଶାରୁ ନିର୍ବାଚିତ ହୋଇ ସଂସଦ ଯାଇଥିବା ସବୁ ସାଂସଦଙ୍କ ପ୍ରଦର୍ଶନ ଓ କାର୍ଯ୍ୟଦକ୍ଷତା ପିଆରଏସ ଲେଜିସଲେଟିଭ ରିସର୍ଚ୍ଚର ତଥ୍ୟରୁ ଜଣାପଡ଼ିଛି । ଏଥିରେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ ସମସ୍ତଙ୍କ ଆଗରେ ରହିଛନ୍ତି । ସଂସଦରେ ବଲାଙ୍ଗୀର ସାଂସଦଙ୍କ ଉପସ୍ଥିତି ହାର 94 ପ୍ରତିଶତ ରହିଛି । କିଛି ଅଧିବେଶନରେ ତାଙ୍କର ଉପସ୍ଥିତି ଶତ ପ୍ରତିଶତ ରହିଛି ମଧ୍ୟ । 

ଏଥର 17ଶହ ଲୋକସଭା ଅଧିବେଶନରେ ତାଙ୍କର ଉପସ୍ଥିତି 91 ପ୍ରତିଶତ ଏବଂ ସେ 44ଟି ମହତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେଇଛନ୍ତି । ସେହିପରି ସେ ଗୃହରେ 474ଟି ପ୍ରଶ୍ନ କରିଛନ୍ତି । ଏହାଛଡା ସାଂସଦ ଗୋଟିଏ ବିଲ୍ ମଧ୍ୟ ଆଗତ କରିଛନ୍ତି । ସେ ସଂସଦୀୟ ବ୍ୟକ୍ତିଗତ ବିଲ କୋରାପୁଟ ଓ ବଲାଙ୍ଗୀର ପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଆଗତ କରିଥିଲେ । ତେବେ ତାଙ୍କର ଏହି ପ୍ରଦର୍ଶନ ପାଇଁ ସେ ଓଡିଶା ର ଅନ୍ୟ ସାଂସଦମାନଙ୍କ ଅପେକ୍ଷା ଆଗରେ ରହିଛନ୍ତି ।

ବଲାଙ୍ଗୀରର ସାଂସଦ ସଙ୍ଗୀତ ସିଂହଦେଓ ଏହି ଖବରରେ ଖୁସି ବ୍ୟକ୍ତି କରି କହିଛନ୍ତି ଯେ, ସେ ପାଞ୍ଚ ବର୍ଷରୁ ଓଡିଶା ପାଇଁ ସଂସଦରେ ଦାବି ଉପସ୍ଥାପନ କରି ଆସୁଛନ୍ତି । ସେହିପରି ଲୋକେ ତାଙ୍କୁ ନିର୍ବାଚିତ କରିଛନ୍ତି ତେଣୁ ଏଠିକାର ବିକାଶ ତାଙ୍କର ପ୍ରାଥମିକତା । ଓଡିଶାର ବିକାଶ ଓ ମହିଳାମାନଙ୍କ ପାଇଁ ସେ ସ୍ୱର ଉତ୍ତୋଳନ କରି ଆସିଛନ୍ତି ଏବଂ ଏହି ପ୍ରକ୍ରିୟା ସେ ନିରନ୍ତର ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...