AFFILIATE MARKETING

https://binomo.com?a=90810425bb57&t=0

Saturday, September 30, 2023

ମହିଳା ସାଂସଦ ଭାବେ ସଙ୍ଗୀତା କୁମାରୀ ସିଂହଦେଓ ଆଗରେ

COASTAL NEWS ODIA 947

ମହିଳା ସାଂସଦ ଭାବେ ସଙ୍ଗୀତା କୁମାରୀ ସିଂହଦେଓ ଆଗରେ 



ଭୁବନେଶ୍ବର - ମହିଳା ସାଂସଦ ଭାବେ ସଙ୍ଗୀତା କୁମାରୀ ସିଂହଦେଓ ଆଗରେ । ସାଂସଦ ଭାବରେ ପ୍ରଦର୍ଶନ ଓ କାର୍ଯ୍ୟଦକ୍ଷତା କ୍ଷେତ୍ରରେ ରାଜ୍ୟର ଅନ୍ୟ ସାଂସଦମାନଙ୍କ ଠାରୁ ସେ ସବୁଠୁ ଆଗରେ । ସଦ୍ୟ ପ୍ରକାଶିତ ପିଆରଏସ ଲେଜିସଲେଟିଭ ରିସର୍ଚ୍ଚ ରିପୋର୍ଟରେ ଏହା କୁହାଯାଇଛି । ସଂସଦରେ ପ୍ରଶ୍ନ ପଚାରିବା, ଆଲୋଚନାରେ ଭାଗ ନେବା ତଥା ଉପସ୍ଥିତିରେ ଅନ୍ୟମାନଙ୍କୁ ଠାରୁ ତାଙ୍କର ପ୍ରଦର୍ଶନ ଭଲ ରହିଥିବା ରିପୋର୍ଟରୁ ଜଣାପଡିଛି ।

ଲୋକେ ବହୁମୂଲ୍ୟ ମତ ସାବ୍ୟସ୍ତ କରି ନିଜ ପ୍ରତିନିଧି ଚୟନ କରନ୍ତି । ହେଲେ ଏହି ପ୍ରତିନିଧିମାନେ ତାଙ୍କ ପାଇଁ କେତେ ସ୍ୱର ଉତ୍ତୋଳନ କରିଛନ୍ତି ତାକୁ ନେଇ ଅନେକ ବାଦବିବାଦ ଦେଖାଯାଏ । ଏପରି ସ୍ଥଳେ ରିପୋର୍ଟ କାର୍ଡରେ ତାଙ୍କର କାର୍ଯ୍ୟଦକ୍ଷତା ପ୍ରତିଫଳିତ ହୋଇଥାଏ । ଯେଉଁଥିରେ ସେମାନେ ଲୋକଙ୍କ ପାଇଁ କ'ଣ କାମ କରୁଛନ୍ତି ତାହା ଜଣାପଡିଥାଏ । 

ଓଡିଶାରୁ ନିର୍ବାଚିତ ହୋଇ ସଂସଦ ଯାଇଥିବା ସବୁ ସାଂସଦଙ୍କ ପ୍ରଦର୍ଶନ ଓ କାର୍ଯ୍ୟଦକ୍ଷତା ପିଆରଏସ ଲେଜିସଲେଟିଭ ରିସର୍ଚ୍ଚର ତଥ୍ୟରୁ ଜଣାପଡ଼ିଛି । ଏଥିରେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ ସମସ୍ତଙ୍କ ଆଗରେ ରହିଛନ୍ତି । ସଂସଦରେ ବଲାଙ୍ଗୀର ସାଂସଦଙ୍କ ଉପସ୍ଥିତି ହାର 94 ପ୍ରତିଶତ ରହିଛି । କିଛି ଅଧିବେଶନରେ ତାଙ୍କର ଉପସ୍ଥିତି ଶତ ପ୍ରତିଶତ ରହିଛି ମଧ୍ୟ । 

ଏଥର 17ଶହ ଲୋକସଭା ଅଧିବେଶନରେ ତାଙ୍କର ଉପସ୍ଥିତି 91 ପ୍ରତିଶତ ଏବଂ ସେ 44ଟି ମହତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେଇଛନ୍ତି । ସେହିପରି ସେ ଗୃହରେ 474ଟି ପ୍ରଶ୍ନ କରିଛନ୍ତି । ଏହାଛଡା ସାଂସଦ ଗୋଟିଏ ବିଲ୍ ମଧ୍ୟ ଆଗତ କରିଛନ୍ତି । ସେ ସଂସଦୀୟ ବ୍ୟକ୍ତିଗତ ବିଲ କୋରାପୁଟ ଓ ବଲାଙ୍ଗୀର ପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଆଗତ କରିଥିଲେ । ତେବେ ତାଙ୍କର ଏହି ପ୍ରଦର୍ଶନ ପାଇଁ ସେ ଓଡିଶା ର ଅନ୍ୟ ସାଂସଦମାନଙ୍କ ଅପେକ୍ଷା ଆଗରେ ରହିଛନ୍ତି ।

ବଲାଙ୍ଗୀରର ସାଂସଦ ସଙ୍ଗୀତ ସିଂହଦେଓ ଏହି ଖବରରେ ଖୁସି ବ୍ୟକ୍ତି କରି କହିଛନ୍ତି ଯେ, ସେ ପାଞ୍ଚ ବର୍ଷରୁ ଓଡିଶା ପାଇଁ ସଂସଦରେ ଦାବି ଉପସ୍ଥାପନ କରି ଆସୁଛନ୍ତି । ସେହିପରି ଲୋକେ ତାଙ୍କୁ ନିର୍ବାଚିତ କରିଛନ୍ତି ତେଣୁ ଏଠିକାର ବିକାଶ ତାଙ୍କର ପ୍ରାଥମିକତା । ଓଡିଶାର ବିକାଶ ଓ ମହିଳାମାନଙ୍କ ପାଇଁ ସେ ସ୍ୱର ଉତ୍ତୋଳନ କରି ଆସିଛନ୍ତି ଏବଂ ଏହି ପ୍ରକ୍ରିୟା ସେ ନିରନ୍ତର ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...