AFFILIATE MARKETING

https://binomo.com?a=90810425bb57&t=0

Thursday, September 28, 2023

ଜେରକ୍ସ ଦୋକାନୀଙ୍କୁ ଫାଇନ୍ : ୩ ଟଙ୍କା ପାଇଁ ଗଣିବେ ୨୫ ହଜାର ତଣ୍ଡ

COASTAL NEWS Odia 926

ଜେରକ୍ସ ଦୋକାନୀଙ୍କୁ ଫାଇନ୍ : ୩ ଟଙ୍କା ପାଇଁ ଗଣିବେ ୨୫ ହଜାର ତଣ୍ଡ



ସମ୍ବଲପୁର  : ଭଞ୍ଜ ବିହାରୀ ମହାନ୍ତି - ୩ ଟଙ୍କା ପାଇଁ ୨୫ ହଜାର ଫାଇନ୍ । ଜେରକ୍ସ ଦୋକାନୀଙ୍କୁ ୨୫ ହଜାର ଟଙ୍କାର ଫାଇନ ଦେବାକୁ କହିଛନ୍ତି ଖାଉଟି ଅଦାଲତ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ। ସମ୍ବଲପୁରରେ ଜଣେ ଜେରକ୍ସ ଦୋକାନୀଙ୍କୁ ୨୫ ହଜାର ଟଙ୍କା ଫାଇନ କରିଛନ୍ତି ଜିଲ୍ଲା ଖାଉଟି ଅଦାଲତ । ମାସେ ଭିତରେ ଟଙ୍କା ନଦେଲେ ୯ ପ୍ରତିଶତ ସୁଧ ସହ ଟଙ୍କା ଦେବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି ।

ସୂଚନା ଅନୁସାରେ ସମ୍ବଲପୁରର ଜଣେ ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ ଗତ ଏପ୍ରିଲ ୨୮ ତାରିଖରେ ଜେରକ୍ସ କରିବାକୁ ଯାଇଥିଲେ । ଗୋଟିଏ କପିକୁ ଜେରକ୍ସ କରି ୫ ଟଙ୍କା ଦେଇଥିଲେ । ଗୋଟିଏ କପି ଜେରକ୍ସ କରିବା ପରେ ବଳକା ୩ ଟଙ୍କା ଫେରାଇନଥିଲେ ଦୋକାନୀ । ତାଙ୍କୁ ଗ୍ରାହକ ଟଙ୍କା ମାଗିବାରୁ ଯୁକ୍ତିତର୍କ କରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲେ । ପରେ ଦୋକାନୀ ଜଣକ ୫ ଟଙ୍କା ଫେରାଇବା ସହ ଭିକାରୀକୁ ଦାନ କରିଦେଲି ବୋଲି କହିଥିଲେ। 

ଏହାକୁ ନେଇ ଖାଉଟି ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ ଗ୍ରାହକ । କୋର୍ଟ ମାମଲାର ଶୁଣାଣି କରି ଦୋକାନୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋକାନୀ ଜଣକ କୌଣସି ରସିଦ କିମ୍ବା ବିଲ୍ ନ ଦେଇ ଅସାଧୁ ଉପାୟରେ ବ୍ୟବସାୟ କରୁଥିବା ଦର୍ଶାଇଛନ୍ତି । ବଳକା ୩ ଟଙ୍କା ଫେରସ୍ତ ସହ ୩୦ ଦିନ ମଧ୍ୟରେ ଆବେଦନକାରୀଙ୍କୁ ୨୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଜରିମାନା ନଦେଲେ ବାର୍ଷିକ ୯ ପ୍ରତିଶତ ହାରରେ ସୁଧ ଦେବାକୁ କହିଛନ୍ତି।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...