AFFILIATE MARKETING

https://binomo.com?a=90810425bb57&t=0

Sunday, September 24, 2023

ଗଛରେ ପିଟି ହେଲା ବାଇକ୍, ୩ ଯୁବକ ଗୁରୁତର

COASTAL NEWS Odia 878
ଗଛରେ ପିଟି ହେଲା ବାଇକ୍, ୩ ଯୁବକ ଗୁରୁତର



ଆଳି-ଆଳି –ଭୂଇଁପୁର ରାସ୍ତାରେ ଏକ ଗଛରେ ବାଇକ୍ ପିଟି ହେବା ଯୋଗୁ ୩ ଜଣ ଯୁବକ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, ପଦନିପାଳ ଗ୍ରାମର ଜଗନ୍ନାଥ ମଳିକଙ୍କୁ ଟାଇଫଏଡ଼ ଜ୍ଵର ହୋଇଥିବାରୁ ତାଙ୍କୁ ବାଇକ୍‌ରେ ବସାଇ ଟେରୁ ମଳିକ ଓ ଶ୍ରୀଧର ମଳିକ (ବଣ୍ଟି ) ଆଳି ମେଡିକାଲକୁ ଆଣୁଥିଲେ । 

ଖରକା ବଜାର ଅତିକ୍ରମ କରିବା ପରେ ଜଗନ୍ନାଥଙ୍କ ଦେହ ଅଧିକ ଅସୁସ୍ଥ ହୋଇ ପଡିଥିଲା । ତାଙ୍କୁ ଶୀଘ୍ର ମେଡିକାଲରେ ପହଞ୍ଚାଇବା ପାଇଁ ଟେରୁ ଗାଡ଼ି ଦ୍ରୁତଗତିରେ ଚଳାଇ ରାସ୍ତା ପାରହେଉଥିଲେ । ହେଲେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା। ଫଳnରେ ବାଇକ୍‌ରେ ଥିବା ୩ଜଣ ଗୁରୁତର ହୋଇଥିଲେ। 

ସେମାନଙ୍କୁ ସ୍ଥାନୀୟ ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଆଳି ମେଡିକାଲ ପଠାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

No comments:

COASTAL NEWS

ବଢିଲା ମନ୍ତ୍ରୀ ଓ ବିଧାୟକଙ୍କ ଦରମା

ବଢିଲା ମନ୍ତ୍ରୀ ଓ ବିଧାୟକଙ୍କ ଦରମା ବିଧାନସଭାରେ ଦରମା ଓ ଭତ୍ତା ବିଲ୍‌ ଉପସ୍ଥାପନ କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବୃଦ୍ଧି ଭୁବନେଶ...