AFFILIATE MARKETING

https://binomo.com?a=90810425bb57&t=0

Tuesday, September 26, 2023

ଆଳି ନାଗରିକ ମଞ୍ଚ ପକ୍ଷରୁ ଆଳି ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ

COASTAL NEWS Odia 902
ଆଳି ନାଗରିକ ମଞ୍ଚ ପକ୍ଷରୁ ଆଳି ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ 



ଆଳି - ଆଳି ବ୍ଲକ୍‌ର ୩୪ ଗୋଟି ପଞ୍ଚାୟତର ଅନେକ ଗୁଡିଏ ଗ୍ରାମ ବ୍ରାହ୍ମଣୀ ଖରସ୍ରୋତା ଓ କାଣୀନଦୀ କୂଳରେ ଅବସ୍ଥିତ ହୋଇ ଥିବାରୁ ନଦୀ ଉପରେ ଅନେକ ଲୋକ ନିର୍ଭରଶୀଳ ଥାଇ ସେମାନଙ୍କର କୌଳିକ ବୃରି ଓ ଅନ୍ୟାନ୍ୟ କାର୍ଯ୍ୟ ନଦୀରେ ହିଁ କରିଥାନ୍ତି । ମୋଟ୍ ଉପରେ କହିବାକୁ ଗଲେ ଆମ୍ଭ ଅଞ୍ଚଳ ନଦୀନାଳ ଘେରା ଅଞ୍ଚଳ ଅଟେ । ଆମ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକ୍‌ର ଅନେକ ମୂଲ୍ୟବାନ ଦୂର୍ଲଭ ଜୀବନ କୁମ୍ଭୀର ମାନଙ୍କ ଆକ୍ରମଣରେ ନଷ୍ଟ ହୋଇ ଗଲାଣି। ଅନେକ ଲୋକ ପ୍ରାଣ ହରାଇଛନ୍ତି । 

ପୂର୍ବରୁ ଆଗ ୩୪ଟି ପଞ୍ଚାୟତ ମଧ୍ୟରୁ ନଦୀ ଅବବାହିକାରେ ଅବସ୍ଥିତ ଗ୍ରାମ ମାନଙ୍କର ନଦୀ ଜଳ ବ୍ୟବହାର, ନଦୀରେ ଗାଧୋଇବା, ଗୋରୁ ଗାଈ ଗୃହପାଳିତ ପଶୁଙ୍କୁ ନଦୀରେ ଗୋଧୋଇ ଦେବା ଓ ଲୋକଙ୍କର ସୁରକ୍ଷା ପାଇଁ ନଦୀ ତୁଠ ମାନଙ୍କରେ ଆକ୍ରମଣରୁ ରକ୍ଷା ପାଇବା ପାଇଁ ତାର ଜାଲି ବାଡ଼ ନିର୍ମାଣ କରାଯାଇ ଥିଲା, ତାହା ନଷ୍ଟ ହୋଇଯାଇଥିଲେ ହେଁ ଅଦ୍ୟାବଧୂ ବିଭାଗୀୟ ଅଧିକାରୀ ପୁନନିର୍ମାଣ ମରାମତି କରୁ ନଥିବାରୁ କୁମ୍ଭୀର ଆକ୍ରମଣରେ ଲୋକେ ପ୍ରାଣ ହରାଉଛନ୍ତି। ଏହି ସମ୍ବେଦନଶୀଳ ଘଟଣାକୁ ଦୃଷ୍ଟିରେ ରଖୁ ନଦୀ ଘାଟରେ ତାର ଜାଲ ନିର୍ମାଣ କରାଯାଉ ।

 ଦ୍ଵିତୀୟ କଥା ହେଲା କିଛି ବର୍ଷ ହେବ ଆଳି ପତ୍ରପୁର ଠାରୁ ଆଳି ଗଡ଼ଗଡ଼ ପୋଲ, ଆଳି ଭୂଇଁପୁର ଠାରୁ ଗୋବିନ୍ଦପୁର ପୋଲ, ନିଆଳ ହାଟ ଠାରୁ ନୂଆଗାଁ, ଆଳି ପଶୁ ଡାକ୍ତରଖାନାଠାରୁ ମହୁ ରୋଡ଼୍ ଓ ନିଆଳ ହାଟରୁ ରାଜବାଟୀ ରୋଡ଼ରେ ବୁଲା ଗାଈ ଗୋରୁ ମାନେ ଦିନରେ ଓ ରାତିରେ ବୁଲାବୁଲି କରି ରାସ୍ତାଉପରେ ବିଭିନ୍ନ ଛକ ସ୍ଥାନରେ ଶୋଇ ଯାଇ ଥିବାରୁ ବଡ଼ ବଡ଼ ଦୁର୍ଘଟଣାମାନ ଘଟି ଲୋକମାନେ ମୃତ୍ୟୁବରଣ କରିବା ସହିତ ଶାରିରୀକ ବିକଳାଙ୍ଗ ମଧ୍ୟ ହେଉଛନ୍ତି । ଗୋରୁ ମାନଙ୍କ ଉପରେ ମଧ୍ୟ ଲାଇନ୍ ଟ୍ରକ୍ ଚଢିଯାଇ ଗୋରୁ ମାନେ ମରୁଛନ୍ତି। ଏହାର ନିରାକରଣ ଓ ସଚେତନ ପାଇଁ ଗୋଶାଳା, କିଛି କାଞ୍ଜିଆହୁଡ଼ା ପ୍ରଶାସନ ତରଫରୁ ଖୋଲାଯିବା ନିହାତି ଆବଶ୍ୟକ।

ଆଗକୁ ପାର୍ବଣ ପର୍ବ ଆସୁଥିବାରୁ ଅଧିକ ଟ୍ରାଫିକ୍ ଜାମ୍ ହେବ। ବର୍ତ୍ତମାନ ମଶା ମାନଙ୍କର ପ୍ରାଦୁର୍ଭାବ ଯୋଗୁଁ ଡେଙ୍ଗୁ ହୋଇ ମାରାତ୍ମକ ରୋଗରେ ଲୋକମାନେ ଆକ୍ରାନ୍ତ ହେଉଛନ୍ତି। ଆଳିର ସଦରମହକୁମାକୁ ପରିଷ୍କାର ପରିଚ୍ଛନ, ପାଣି ଜମୁଥିବା ସ୍ଥାନ ମାନଙ୍କରେ ମଶା ମାନଙ୍କର ଜନ୍ମ ହେଉଥିବାରୁ ବିଶେଷକରି ଆଳି ତହସିଲ ପୋଖରୀରେ ଦଳ ଭର୍ତି ହୋଇ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । 

ଆଳି ତହସିଲ ଅଫିସର ପୋଖରୀ ପୁନରୁଦ୍ଧାର, ସଂସ୍କାର ଓ ସୌନ୍ଦର୍ଯ୍ୟକରଣ କରାଯିବା ନିହାତି ଆବଶ୍ୟକ । ଏହି ସବୁ ସମସ୍ୟାକୁ ଆଳି ନାଗରିକ ମଞ୍ଚ ଅତି ସମ୍ବେଦନଶୀଳ ଘଟଣା ଗୁଡିକୁ ଗୁରୁତ୍ଵର ସହିତ ନଜରକୁ ନେଇ ଆଳି ତହସିଲଦାର ଙ୍କ କାର୍ଯ୍ୟାଳୟ ରେ  ନିମ୍ନ ତିନିଗୋଟି ଦାବି ଉପସ୍ଥାପନ କରି ଯୁଦ୍ଧକାଳୀନ ଭିତ୍ତିରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରାଯିବା ନିମନ୍ତେ ଆଳି ତହସିଲଦାର ଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ l 

ଆଳି ନାଗରିକ ମଞ୍ଚର ସଭାପତି ଧନେଶ୍ବର ରାଉତ ସମ୍ପାଦକ ଶ୍ରୀ ଅକ୍ଷୟ କୁମାର ମଲିକ ମାୟାଧର ରାଉତ ସହଦେବ ସିଂହ ଲକ୍ଷ୍ମୀଧର ଦୀକ୍ଷିତ ପ୍ରମୂଖ ମଞ୍ଚର ସଦସ୍ୟ ମାନେ ଉପସ୍ଥିତ ଥିଲେ l


No comments:

COASTAL NEWS

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ବିଜେପିର ଆକ୍ସନ ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି ଭୁବନେଶ୍ୱର, ୦୧/୦୭: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହ...