AFFILIATE MARKETING

https://binomo.com?a=90810425bb57&t=0

Thursday, September 28, 2023

ଏକତରଫା ପ୍ରେମର ପରିଣତି ଛାତ୍ରୀଙ୍କୁ ଅପହରଣ ; ଯୁବକ ଗିରଫ

COASTAL NEWS Odia 821

ଏକତରଫା ପ୍ରେମର ପରିଣତି ଛାତ୍ରୀଙ୍କୁ ଅପହରଣ ; ଯୁବକ ଗିରଫ



ଆଳି - ଆଳି ବ୍ଲକ ଅନ୍ତର୍ଗତ ଜୁଅଣିଆ ପଞ୍ଚାୟତ ର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିବା ଅଭିଯୁକ୍ତ ଯୁବକଙ୍କୁ ଆଳି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ଓ ପୀଡିତା ଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବାରିମୂଳ ଜେଲକୁ ପଠାଇ ଦିଆଯାଇଛି।

ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ ଜୁଅଣିଆ ପଞ୍ଚାୟତ ହଦୁଆ ଗ୍ରାମର ବାପୁନି ଜେନା ଓରଫ ଦିଲ୍ଲୀପ ସ୍ଥାନୀୟ ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀ (୧୫) ଙ୍କୁ ଗତ ୧୯ ତାରିଖ ଦିନ ଗଣେଶ ପୂଜା ପାଇଁ ସ୍କୁଲ୍‌କୁ ଯାଉଥିବା ବେଳେ ତାଙ୍କୁ ବଳପୂର୍ବକ ବାପୁନିର ସହଯୋଗୀ ହଦୁଆ ଗ୍ରାମର ହଳିଆ ଜେନା ସଂପୃକ୍ତ ଛାତ୍ରୀଙ୍କୁ ଜୋର ଜବରଦସ୍ତ ବାପୁନି ସହ ଏକ ବୁଲେଟ୍‌ ମୋଟର ସାଇକେଲ ରେ ବସାଇ ଫେରାର୍ କରାଇବାରେ ସହାୟକ ହୋଇଥିଲା । 

ବାପୁନି ଦ୍ରୁତ ଗତିରେ ଗାଡ଼ି ଚଳାଇ ଛାତ୍ରୀଙ୍କୁ ନେଇ ବିଂଝାରପୁର ଆଡ଼କୁ ପଳାଇଥିଲା । ଛାତ୍ରୀଙ୍କ ମା’ ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ଖୋଜାଖୋଜି କରି ନପାଇବାରୁ ଆଳି ଥାନାର ଦ୍ବାରସ୍ଥ ହୋଇଥିଲେ । ପୁଲିସ ଅଭିଯୋଗ ଆଧାରରେ ଆଇଆଇସି ସବ୍ୟସାଚୀ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତକାରୀ ଅଧିକାରୀ ପି.କେ. ପଟ୍ଟନାୟକ ଅନୁସନ୍ଧାନ କରି ଅଭିଯୁକ୍ତ ଓ ପୀଡ଼ିତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରୁ ଉଦ୍ଧାର କରିଥିଲେ।

ପୀଡିତା ଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି 

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...